ସୌରଭ ଗାଙ୍ଗୁଳିଙ୍କ ଉପରେ ବର୍ଷିଲେ ଏହି ପୂର୍ବତନ ଭାରତୀୟ କ୍ରିକେଟର, ଭାରତ-ଇଂଲଣ୍ଡ ସିରିଜ଼ କୁ ନେଇ ଉଠାଇଲେ ପ୍ରଶ୍ନ !

 
Dilip vengsarkar

ପୂର୍ବତନ ଭାରତୀୟ କ୍ରିକେଟର ଦିଲୀପ ଭେଙ୍ଗସରକାର ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ନେତୃତ୍ୱରେ ଚାଲିଥିବା ବିସିସିଆଇ ଉପରେ ପ୍ରଶ୍ନ ଉଠାଇଛନ୍ତି।  ଦିଲୀପ ଭେଙ୍ଗସରକାର ଇଂଲଣ୍ଡ ଗସ୍ତକୁ ଏକ ଅଯଥା ଟୁର୍ ବୋଲି ବିବେଚନା କରିଛନ୍ତି ଏବଂ ଟିମ୍ ଇଣ୍ଡିଆର ଏହି ଇଂଲଣ୍ଡ ଗସ୍ତକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ୧୮ ରୁ ୨୨ ଜୁନ୍ ମଧ୍ୟରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ର ଫାଇନାଲ୍ ମ୍ୟାଚ୍ ଖେଳିବ ଭାରତ। ଏହାପରେ ଭାରତ ଅଗଷ୍ଟ ୪ ତାରିଖରୁ ଇଂଲଣ୍ଡ ବିପକ୍ଷରେ ଏକ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ। ତେବେ ଭାରତ ଓ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ଟେଷ୍ଟ ସିରିଜ଼ କୁ ନେଇ ବିସିସିଆଇର ନିଷ୍ପତ୍ତିକୁ ନିର୍ବୋଧ ବୋଲି ଦର୍ଶାଇଛନ୍ତି ଦିଲୀପ ଭେଙ୍ଗସରକାର ।

କ୍ରିକେଟ୍ ନେକ୍ସଟ୍ କୁ ଦେଇଥିବା ସାକ୍ଷାତକାର ସମୟରେ ସେ କହିଛନ୍ତି ଯେ, "ଦେଢ଼ମାସ ପର୍ଯ୍ୟନ୍ତ କୌଣସି କ୍ରିକେଟ୍ ନ ଖେଳି ଯଦି ଆପଣ ହଠାତ୍ ଇଂଲଣ୍ଡ ବିପକ୍ଷରେ ଇଂଲଣ୍ଡ ରେ ଏକ ପାଞ୍ଚ ମ୍ୟାଚ୍ ଟେଷ୍ଟ ସିରିଜ୍ ଖେଳିବାକୁ ଯାଉଛନ୍ତି, ତେବେ ଏହା ଅଜବ ଏବଂ ଆଶ୍ଚର୍ଯ୍ୟଜନକ ଅଟେ"।

ଆହୁରି ମଧ୍ୟ ଦେଢ଼ ମାସ ଯାଏଁ କୌଣସି କ୍ରିକେଟ ନ ଖେଳି ସିଧା ଇଂଲଣ୍ଡରେ ଟେଷ୍ଟ ସିରିଜ଼ ଖେଳିବା ନେଇ ଭାରତ ପ୍ରସ୍ତୁତ ନଥିବା ସେ କହିଛନ୍ତି। ତେବେ ଦେଖିବାକୁ ଗଲେ ଟିମ୍ ଇଣ୍ଡିଆ ୨୦୦୭ ମସିହାରୁ ଇଂଲଣ୍ଡରେ କୌଣସି ଟେଷ୍ଟ ସିରିଜ୍ ଜିତିବାରେ ସକ୍ଷମ ହୋଇ ନାହିଁ। ଶେଷଥର ପାଇଁ ୨୦୦୭ ରେ, ରାହୁଲ ଦ୍ରାବିଡଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଶେଷ ଥର ପାଇଁ ୧-୦ରେ ସିରିଜ଼ ଜିତିଥିଲା।