IPL ଫାଇନାଲ୍ ଖେଳିବେନି ଧୋନି! ମ୍ୟାଚରୁ କରାଯିବ ଧୋନୀଙ୍କୁ ବ୍ୟାନ୍? ଜାଣନ୍ତୁ ପୂରା ଖବର

 
Dhoni

IPL ୨୦୨୩ର ଅନ୍ତିମ ତଥା ଫାଇନାଲ୍ ମ୍ୟାଚ୍ ଆସନ୍ତା 28 ମେ ରେ ଖେଳାଯିବ । ଏହି ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ । ଏହା ପୂର୍ବରୁ ଗୁଜୁରାଟକୁ କ୍ୱାଲିଫାୟାରରେ ହରାଇ CSK ସିଧାସଳଖ ଫାଇନାଲ୍‌ରେ ପ୍ରବେଶ କରି ସାରିଛି ।

ଏହି ଫାଇନାଲ ମ୍ୟାଚ୍ ପୂର୍ବରୁ ଚେନ୍ନାଇ ଫ୍ୟାନ୍‌ଙ୍କୁ ଲାଗିପରେ ବଡ଼ ଝଟକା । IPL 2023 ର ଫାଇନାଲ୍‌ ରେ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଏମଏସ ଧୋନି ଖେଳିବେ କି ନାହିଁ ତାହା ଏକ ପ୍ରଶ୍ନ ହୋଇ ସାରିଛି ।

Dhoni

ଧୋନି IPL 2023 ର ଫାଇନାଲ ଖେଳିନପାରନ୍ତି ବୋଲି ଚର୍ଚ୍ଚା ଚାଲିଛି । ଇନସାଇଡ୍ ସ୍ପୋର୍ଟର ସୂଚନା ଅନୁଯାୟୀ, ଧୋନି ଗୁଜୁରାଟ ଟାଇଟାନ୍ସ ବିପକ୍ଷ ମ୍ୟାଚ୍‌ରେ ଅମ୍ପାୟାରଙ୍କ ସହ କିଛି କଥା ହେଉଥିବାର ଦେଖିବାକୁ ମିଳିଥିଲା । ଯେଉଁଥିପାଇଁ ଖେଳ ୪ ମିନିଟ ପାଇଁ ବନ୍ଦ ହୋଇଯାଇଥିଲା । ଯଦି କୌଣସି କାରଣ ନଥାଇ ଖେଳ ବନ୍ଦ କରିବା ପାଇଁ ଅମ୍ପାୟାର ତାଙ୍କୁ ଦୋଷୀ ସାବ୍ୟସ୍ତ କରନ୍ତି । ତେବେ ତାଙ୍କୁ ଫାଇନାଲରେ ବ୍ୟାନ କରାଯାଇପାରେ ।

ଯେତେବେଳେ CSK ଦଳ ଗୁଜୁରାଟ ଟାଇଟାନ୍ସ ବିପକ୍ଷରେ ବୋଲିଂ କରୁଥିଲେ, ସେ ସମୟରେ ଦ୍ୱିତୀୟ ଓଭର ବୋଲିଂ କରିବାକୁ ଆସିଥିବା ମାଥିଶା ପାଥିରାନାଙ୍କୁ ବୋଲିଂରୁ ଅମ୍ପାୟାର ଅଟକାଇ ଥିଲେ । କାରଣ ପୂର୍ବରୁ ଏହି ଦ୍ରୁତ ବୋଲର ୯ ମିନିଟର ବିରତି ନେବା ପରେ ପଡ଼ିଆ ବାହାରେ ଥିଲେ । ତେବେ ନିୱାୟାନ ଅନୁଯାୟୀ କୌଣସି ଖେଳାଳି ଯେତେ ସମୟ ପଡିଆ ବାହାରେ ରୁହନ୍ତି ସେତେ ସମୟ ପଡିଆ ଭିତରେ ରହିବା ଜରୁରୀ, ତାପରେ ହିଁ ସେ ବୋଲିଂ କରି ପାରିବେ । ସେଥିପାଇଁ ଅମ୍ପାୟାର ବୋଲିଂ କରିବାକୁ ମନା କରିଦେଇଥିଲେ ।

Chennai

ଏହା ପରେ ଧୋନି ଅମ୍ପାୟାରଙ୍କ ସହ କଥାବାର୍ତ୍ତା କରିବାକୁ ଯାଇଥିଲେ । ଯେଉଁଥିରେ ଅମ୍ପାୟର କହିଥିଲେ ଯେ ବିରତି ପରେ ପଡ଼ିଆରେ ନିର୍ଦ୍ଧାରିତ ସମୟ ପୂରଣ ହୋଇନାହିଁ । ଏସବୁ ମଧ୍ୟରେ ଖେଳ ୪ ମିନିଟ୍ ପାଇଁ ବନ୍ଦ ହୋଇଥିଲା । ତେବେ ଏହି ଘଟଣାରେ ଧୋନିଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନି । କିନ୍ତୁ ଯଦି ସେ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ତାଙ୍କୁ ଚଳିତ ସିଜନରେ ଫାଇନାଲ ରୁ ବ୍ୟାନ କରାଯିବ ।