ଧୋନିଙ୍କ ପାଇଁ‌ ଆଇପିଏଲ୍ ଇତିହାସରେ ଦ୍ୱିତୀୟ ଥର ପାଇଁ ଘଟିଲା କିଛି ଏପରି, ଜାଣି ହେବେ ଆଶ୍ଚର୍ଯ୍ୟ

 
Dhoni

ଗତକାଲି ୟୁଏଇର ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିଅମରେ ଚେନ୍ନାଇ ସୁପର କିଙ୍ଗସ୍ ଏବଂ ଦିଲ୍ଲୀ କ୍ୟାପିଟାଲସ୍ ମଧ୍ୟରେ ଆଇପିଏଲର ଲିଗ୍ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଉଭୟ ଟିମ ପ୍ଲେଅଫ୍ ରେ ପହଞ୍ଚି ସାରିଥିଲେ ହେଁ ପ୍ରଥମ ଦୁଇ ସ୍ଥାନରେ ରହିବା ପାଇଁ ଏହି ମ୍ୟାଚଟି ବେସ୍ ଗୁରୁତ୍ୱପୂର୍ଣ୍ଣ ରହିଥିଲା। କଡ଼ା ପ୍ରତିଦ୍ୱନ୍ଦୀତାମୂଳକ ଏହି ମ୍ୟାଚରେ ଦିଲ୍ଲୀ ଚେନ୍ନାଇକୁ ୩ ୱିକେଟ୍ ରେ ହରାଇ ଦେଇଥିଲା।

Msd

ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। କିନ୍ତୁ, ଅମ୍ବାତ୍ତି ରାୟୁଡୁ ଏବଂ ଏମଏସ୍ ଧୋନି ଦୃଢ଼ତାର ସହିତ ବ୍ୟାଟିଂ କରି ଇଂନିଂସକୁ ସମ୍ଭାଳି ନେଇଥିଲେ। ତେବେ, ଶେଷ ଓଭର ଆଡକୁ ରାୟୁଡୁ କେତେକ ବାଉଣ୍ଡରୀ ସଂଗ୍ରହ କରିଥିଲେ। କିନ୍ତୁ, ଧୋନି ତାଙ୍କର ଏହି ଇଂନିଂସରେ କୌଣସି ବାଉଣ୍ଡରୀ ସଂଗ୍ରହ କରି ପାରିନଥିଲେ। ଧୋନି ୨୭ଟି ବଲରେ ମାତ୍ର ୧୮ ରନ୍ ସଂଗ୍ରହ କରି ପାରିଥିଲେ।

Against DC

ତେବେ, ଆଇପିଏଲ ଇତିହାସରେ ଏହା ଦ୍ୱିତୀୟ ଥର ପାଇଁ ହୋଇଛି। ଦ୍ୱିତୀୟ ଥର ପାଇଁ ଧୋନି ୨୫ରୁ ଊର୍ଦ୍ଧ୍ୱ ବଲ ଖେଳିବା ପରେ ମଧ୍ୟ କୌଣସି ଛକା କିମ୍ବା ଚୌକା ମାରିବାରେ ବିଫଳ ହୋଇଛନ୍ତି। ଏହା ପୂର୍ବରୁ ପ୍ରଥମ ଥର ପାଇଁ ୨୦୦୯ରେ ଜୋହାନ୍ସବର୍ଗଠାରେ ଖେଳାଯାଇଥିବା ଆରସିବି ବିପକ୍ଷ ମ୍ୟାଚ୍‌ରେ ଧୋନି ୩୦ ବଲର ସମ୍ମୁଖୀନ ହୋଇ ବିନା କୌଣସି ଚୌକା କିମ୍ବା ଛକାରେ ୨୮ ରନ୍‌ କରି ପାରିଥିଲେ।