ଦେଖନ୍ତୁ ଭିଡ଼ିଓ: ଧୋନୀଙ୍କ କଥା ମାନି ମ୍ୟାକ୍ସୱେଲ୍ ଙ୍କୁ ଏପରି ଭାବରେ ଆଉଟ କଲେ ଜାଡେଜା, ଦେଖନ୍ତୁ ଧୋନି-ଜାଡେଜା ଯୁଗଳବନ୍ଦୀର ଏକ ନମୁନା….

 
ଦେଖନ୍ତୁ ଭିଡ଼ିଓ: ଧୋନୀଙ୍କ କଥା ମାନି ମ୍ୟାକ୍ସୱେଲ୍ ଙ୍କୁ ଏପରି ଭାବରେ ଆଉଟ କଲେ ଜାଡେଜା, ଦେଖନ୍ତୁ ଧୋନି-ଜାଡେଜା ଯୁଗଳବନ୍ଦୀର ଏକ ନମୁନା….

ରବିବାର ଖେଳାଯାଇଥିବା ଆଇପିଏଲ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର କୁ ୬୯ ରନରେ ପରାସ୍ତ କରି ଚେନ୍ନାଇ ସୁପର କିଙ୍ଗ୍ସ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଛି। ତେବେ ଏହି ମ୍ୟାଚର ହିରୋ ସାଜିଥିଲେ ରବିନ୍ଦ୍ର ଜାଡେଜା, ଯିଏ ପ୍ରଥମେ ବ୍ୟାଟିଂ ରେ ୨୮ ବଲରୁ ୬୨ ରନ୍ ସଂଗ୍ରହ କରିଥିଲେ ଏବଂ ପରେ ୪ ଓଭରରେ ୧୩ ରନ୍ ଦେଇ ୩ ୱିକେଟ୍ ନେଇଥିଲେ। ଏହା ବ୍ୟତୀତ ଜାଡେଜା ମଧ୍ୟ ଏକ ରନ୍ ଆଉଟ୍ ମଧ୍ୟ କରାଇଥିଲେ।

ରୟାଲ ଜାଡେଜା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଇନିଂସର ନବମ ଓଭର ରେ ଧୋନି-ଜାଡେଜା ଯୁଗଲବନ୍ଦୀ ଦେଖିବାକୁ ମିଲଥିଲା ଯାହାର ଶିକାର ହୋଇଥିଲେ ଇନ୍ ଫର୍ମ ବ୍ୟାଟ୍ସମ୍ୟାନ୍ ଗ୍ଲେନ ମ୍ୟାକ୍ସୱେଲ।  ଧୋନିଙ୍କ ପରାମର୍ଶ ଗ୍ରହଣ କରି ଜାଡେଜା ମ୍ୟାକ୍ସୱେଲ୍ ଙ୍କୁ ଆଉଟ କରିବାରେ ସଫଳ ହୋଇଥିଲେ ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।


ଭିଡ଼ିଓ ରେ ଧୋନିଙ୍କ ସ୍ୱର ଷ୍ଟମ୍ପ ମାଇକରେ କଏଦ ହୋଇଥିଲା ଯେଉଁଥିରେ ସେ ଜାଡେଜାଙ୍କୁ ଷ୍ଟମ୍ପ ଲାଇନ୍ ରେ ବୋଲିଂ କରି ମ୍ୟାକ୍ସୱେଲ୍ ଙ୍କୁ ବଡ଼ ସଟ୍ ମାରିବାକୁ ଦେବାକୁ କହିଥିଲେ। ଜାଡେଜା ପରବର୍ତ୍ତୀ ବଲଟି ସମାନ ଭାବରେ ପକାଇଥିଲେ ଏବଂ ମ୍ୟାକ୍ସୱେଲ୍ ବଡ଼ ସଟ୍ ଖେଳିବାକୁ ଯାଇ ଆଉଟ ହୋଇଯାଇଥିଲେ। ଏହାପରେ ଧୋନୀଙ୍କ ରଣନୀତି କୁ ନେଇ ପୁଣି ଚର୍ଚ୍ଚା ହେଉଥିବା ବେଳେ ଏହି ଭିଡ଼ିଓ ଟି ଖୁବ ଭାଇରାଲ ହେବାରେ ଲାଗିଛି।