RCB ବିପକ୍ଷରେ ବିସ୍ଫୋରକ ଇଂନିଂସ ଖେଳିବା ପରେ ଜାଡେଜା କରିଲେ ବଡ଼ ଖୁଲାସା, କହିଲେ ମାହି ଭାଇ ମୋତେ ଆଗରୁ କହିଦେଇଥିଲେ ଯେ..

 
RCB ବିପକ୍ଷରେ ବିସ୍ଫୋରକ ଇଂନିଂସ ଖେଳିବା ପରେ ଜାଡେଜା କରିଲେ ବଡ଼ ଖୁଲାସା, କହିଲେ ମାହି ଭାଇ ମୋତେ ଆଗରୁ କହିଦେଇଥିଲେ ଯେ..

ତାରକା ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ଚେନ୍ନାଇ ସୁପର କିଙ୍ଗ୍ସ ଆଇପିଏଲର ୧୯ ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର କୁ ୬୯ ରନରେ ପରାସ୍ତ କରିଛି। ୱାନଖେଡେ ଷ୍ଟାଡିୟମରେ ଜାଡେଜା ପ୍ରଥମେ ବ୍ୟାଟ୍ ସହ ଚମତ୍କାର ପ୍ରଦର୍ଶନ କରିଥିଲେ ଏବଂ ୨୮ ବଲରୁ ଅପରାଜିତ ୬୨ ରନ୍ ସ୍କୋର କରିଥିଲେ। ତା’ପରେ ବୋଲିଂ ରେ ୧୩ ରନ୍ ଦେଇ ୩ ୱିକେଟ୍ ନେବା ସହ ଏକ ରନ୍ ଆଉଟ୍ ମଧ୍ୟ କରିଥିଲେ। ତିନିଥର ଚାମ୍ପିଅନ୍ ଚେନ୍ନାଇ ଦଳ ଏହି ସିଜନର କ୍ରମାଗତ ଚତୁର୍ଥ ବିଜୟ ରେକର୍ଡ କରିଥିବାବେଳେ ବାଙ୍ଗାଲୋର ପ୍ରଥମ ପରାଜୟର ସମ୍ମୁଖୀନ ହୋଇଛି।

ତେବେ ଜାଡେଜା ହର୍ଷଲ ପଟେଲଙ୍କ ଶେଷ ଓଭରରେ ୫ ଛକା ଓ ଗୋଟିଏ ଚୌକା ସହ ଏହି ଓଭରରେ ମୋଟ ୩୭ ରନ୍ କରିବା ହିଁ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଥିଲା। ମ୍ୟାଚ୍ ପରେ ସେ କହିଥିଲେ ଯେ ଅଧିନାୟକ ମହେନ୍ଦ୍ର ସିଂ ଧୋନି ତାଙ୍କୁ ହର୍ଷଲଙ୍କ ବୋଲିଂ ଯୋଜନା ବିଷୟରେ ପୂର୍ବରୁ କହିଥିଲେ ଯାହା ତାଙ୍କୁ ଶେଷ ଓଭର ରେ ହର୍ଷଲଙ୍କ ବିପକ୍ଷରେ ବ୍ୟାଟିଂ କରିବାରେ ସହାୟକ ହୋଇଥିଲା।

ଏଥିସହିତ ସେ କହିଥିଲେ ଯେ 'ମୁଁ ଶେଷ ଓଭରରେ ବଲ୍ କୁ ହିଟ୍ କରିବାକୁ ଚିନ୍ତା କରୁଥିଲି। ମାହି ଭାଇ(ମହେନ୍ଦ୍ର ସିଂ ଧୋନି) ମୋତେ ପୂର୍ବରୁ କହିଥଲେ ଯେ ହର୍ଷଲ ପଟେଲ ଅଫ୍ ଷ୍ଟମ୍ପରେ ବଲ୍ କରିବେ ଏବଂ ଏଥିପାଇଁ ମୁଁ ଆଗରୁ ପ୍ରସ୍ତୁତ ଥିଲି। ମୁଁ ବଲ୍ ସହିତ ଭଲ ସଂଯୋଗ କରିବାକୁ ସକ୍ଷମ ହୋଇଥିଲି ଏବଂ ଦଳ ୧୯୧ ସ୍କୋରରେ ପହଞ୍ଚିଥିଲା"।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ରବିବାର ୱାନକେଡେ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ଚେନ୍ନାଇ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୪ ୱିକେଟ୍ ପାଇଁ ୧୯୧ ରନ୍ ସ୍କୋର କରିଥିଲା, ଯାହା ପରେ ବାଙ୍ଗାଲୋର ଦଳ ୯ ୱିକେଟ୍ ହରାଇ ୧୨୨ ରନ୍ ସ୍କୋର କରିବାରେ ସକ୍ଷମ ହୋଇଥିଲା। ଏହା ସହ ଚେନ୍ନାଇର ଦଳ ୮ ପଏଣ୍ଟ ସହ ଟେବୁଲର ଶୀର୍ଷରେ ପହଞ୍ଚିଛି। ସିଜିନର ଆରସିବି ପ୍ରଥମ ପରାଜୟର ସମ୍ମୁଖୀନ ହୋଇଥିବା ବେଳେ ଦଳ ୮ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛି।