ଦେଖନ୍ତୁ ଭିଡ଼ିଓ: ମ୍ୟାଚ ମଝିରେ ଛୁଆଙ୍କ ପରି ଲଢ଼ିବାକୁ ଲାଗିଲେ ଶିଖର ଧାୱନ ଏବଂ ଦିନେଶ କାର୍ତିକ, ଭିଡ଼ିଓ ଦେଖିଲେ ହସ ରୋକିପାରିବେନି ଆପଣ….

 
ଦେଖନ୍ତୁ ଭିଡ଼ିଓ: ମ୍ୟାଚ ମଝିରେ ଛୁଆଙ୍କ ପରି ଲଢ଼ିବାକୁ ଲାଗିଲେ ଶିଖର ଧାୱନ ଏବଂ ଦିନେଶ କାର୍ତିକ, ଭିଡ଼ିଓ ଦେଖିଲେ ହସ ରୋକିପାରିବେନି ଆପଣ….

ଗୁରୁବାର ସମାପ୍ତ ହୋଇଥିବା DC ବନାମ KKR ମ୍ୟାଚରେ ଏକ ଅଜବ ଏବଂ ହାସ୍ୟାସ୍ପଦ ଘଟଣା ଦେଖିବାକୁ ମିଳିଥିଲା। ଏହି ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ ଇନିଂସ ଚାଲିଥିଲା ବେଳେ ହଠାତ୍ କୋଲକାତା ନାଇଟ୍ ରାଇଡର୍ସ ୱିକେଟ୍ କିପର ଦୀନେଶ କାର୍ତ୍ତିକ ଏବଂ ଦିଲ୍ଲୀ କ୍ୟାପିଟାଲ୍ ଓପନର୍ ଶିଖର ଧାୱନ ପିଲାମାନଙ୍କ ପରି ଯୁଦ୍ଧ ଆରମ୍ଭ କରିଥିଲେ। 

ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଆଇପିଏଲ୍ ର ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଭିଡିଓ ସେୟାର କରାଯାଇଛି।  ଦୀନେଶ କାର୍ତ୍ତିକ ମ୍ୟାଚ ମଝିରେ ଧାୱନଙ୍କୁ କିଛି କହିଥିଲେ ଏବଂ ଏହା ଶୁଣି ଧାୱନ ପିଲାଟିଏ ପରି ଜିଦ୍ ଧରି ଭୂମି ରେ ବସିପଡି ଥିଲେ। 

ବାସ୍ତବରେ ଦୀନେଶ କାର୍ତ୍ତିକ ଧାୱନଙ୍କ ବିରୋଧରେ ଷ୍ଟମ୍ପିଂ ପାଇଁ ଆବେଦନ କରିଥିଲେ ଏବଂ ଏଥିପାଇଁ ତୃତୀୟ ଅମ୍ପାୟାରଙ୍କ ପାଖକୁ ଆବେଦନ କରାଯାଇଥିଲା। ଦିଲ୍ଲୀ କ୍ୟାପିଟାଲର ଇନିଂସର ୧୧ ତମ ଓଭର ରେ ଦୀନେଶ କାର୍ତ୍ତିକ ବରୁଣ ଚକ୍ରବର୍ତ୍ତୀଙ୍କ ବଲରେ ଷ୍ଟମ୍ପିଂ ପାଇଁ ଆବେଦନ କରିଥିଲେ।

ଏହା ପରେ କାର୍ତିକ ଧାୱନଙ୍କୁ ଉଚ୍ଚ ସ୍ୱରରେ କିଛି କହିଥିଲେ ଏବଂ ଏହା ଶୁଣି ଧାୱନ ପିଲାଙ୍କ ପରି ତଳେ ବସିପଡିଥିଲେ। ତେବେ ରିପ୍ଲେରେ ଏହା ସ୍ପଷ୍ଟ ଦେଖାଯାଉଥିଲା ଯେ ଧାୱନଙ୍କ ପାଦ କ୍ରିଜ ଭିତରେ ଅଛି ଏବଂ ତାଙ୍କୁ ନୋଟଆଉଟ୍ ଘୋଷିତ କରାଯାଇଥିଲା। ଧାୱନ ସେହି ସମୟରେ ୪୦ ବଲରୁ ୩୭ ରନ୍ କରି ଖେଳୁଥିଲେ।