ସାମ୍ନାକୁ ଆସିଲା ସତ, ଛାଡ଼ପତ୍ର ପରେ ଭରଣପୋଷଣ ପାଇଁ ଚହଲଙ୍କୁ ୬୦ କୋଟି ମାଗିଛନ୍ତି ଧନଶ୍ରୀ, ଜାଣନ୍ତୁ ପୁରା ଖବର

 
Chahal Dhanashree

କ୍ରିକେଟର ଯୁଜବେନ୍ଦ୍ର ଚହଲ ଏବଂ ପତ୍ନୀ ଧନଶ୍ରୀ ବର୍ମାଙ୍କ ମଧ୍ୟରେ ବିବାଦ ଏବେ ହାଟରେ ପଡି ଦାଣ୍ଡରେ ଗଡୁଛି । ଉଭୟ କାଳେ ଅଲଗା ହେଉଥିବା ଚର୍ଚ୍ଚା ହେଉଛି । ଗତ କିଛି ଦିନ ହେଲା ଫର୍ମରେ ନଥିବାରୁ ଟିମ୍ ଇଣ୍ଡିଆରୁ ବାହାରେ ଅଛନ୍ତି ଷ୍ଟାର ସ୍ପିନର ଯୁଜବେନ୍ଦ୍ର ଚହଲ । ଆଉ ଏବେ ପତ୍ନୀଙ୍କ ସହ ବିବାଦ ଏବଂ ଛାଡପତ୍ର ଖବର ସାମ୍ନାକୁ ଆସୁଥିବାବେଳେ ଚହଲ ପୂରା ଭାଙ୍ଗିପଡିଥିବା କୁହାଯାଉଛି ।

ଏବେ ତାଙ୍କର ଛାଡ଼ପତ୍ର ମାମଲା ସାମ୍ନାକୁ ଆସୁଛି । ଆଉ ଏହି ଖବରକୁ ନେଇ ଅନେକ କଳ୍ପନା ଜଳ୍ପନା ଆସୁଛି । ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି କି ୟୁଜବେନ୍ଦ୍ର ଚହଲଙ୍କ ପତ୍ନୀ ଧନଶ୍ରୀ ତାଙ୍କ ଠାରୁ ଭରଣପୋଷଣ ପାଇଁ ଟଙ୍କା ଦାବି କରୁଛନ୍ତି । ଏହି କ୍ରିକେଟର ଜଣଙ୍କୁ ନେଇ ଏବେ ଗଣମାଧ୍ୟମ ଏବଂ ସୋସିଆଲ ମିଡିଆରେ ସବୁଥିରେ ଚର୍ଚ୍ଚା । ଚହଲଙ୍କ ପତ୍ନୀ ଧନଶ୍ରୀ ତାଙ୍କ ଠାରୁ ଭରଣପୋଷଣ ପାଇଁ ୬୦ କୋଟି ଟଙ୍କା ମାଗୁଛନ୍ତି ବୋଲି ଖବର ଆସିଛି । କିନ୍ତୁ ଏହି ଘଟଣା ସତ କି ମିଛ ତାହା ଜଣାପଡ଼ି ନାହିଁ ।

Chahal dhanashree

ଏବେ ଏହି ଘଟଣାକୁ ନେଇ ଆସିଛି ଖବର । ଚହଲ ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ ଛାଡ଼ପତ୍ର ହୋଇନାହିଁ ।ଆଉ ଏହାର କାରଣ ହେଉଛି ଭରଣପୋଷଣ ପାଇଁ ଟଙ୍କା ଦେଇ ନାହାନ୍ତି । ଏବେ ପ୍ରଶ୍ନ ଆସୁଛି କି ସତରେ କଣ ଚହଲଙ୍କ ପତ୍ନୀ ଧନଶ୍ରୀ ଭରଣପୋଷଣ ପାଇଁ ୬୦ କୋଟିଟଙ୍କା ଦାବି କରିଛନ୍ତି ? ଗଣମାଧ୍ୟମ ଦେଇଥିବା ରିପୋର୍ଟ ଅନୁସାରେ ଏପର୍ଯ୍ୟନ୍ତ ଧନଶ୍ରୀ ଏଭଳି ଟଙ୍କା ଦାବି କରି ନାହାଁନ୍ତି । ଏନେଇ ସେ କୌଣସି ସୋସିଆଲ ମିଡ଼ିଆ ବା ଅଫିସିଆଲ୍ ବିବୃତି କରି ନାହାଁନ୍ତି । 

ଏନେଇ ଚହଲ ମଧ୍ୟ କିଛି କହି ନାହାଁନ୍ତି । ଚହଲ କିଛିଦିନ ତଳେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଲେ ଯେଉଁଥିରେ ସେ ପରିବାର ବିଷୟରେ କହିଛନ୍ତି । ଆର୍ଥିକ କଥା କିଛି ଉଲ୍ଲେଖ କରି ନାହାନ୍ତି । ଏଥିରୁ ପ୍ରମାଣିତ ହେଉଛି କି ସୋସିଆଲ ମିଡ଼ିଆରେ ଚର୍ଚ୍ଚା ହେଉଥିବା କଥା ବା ଧନଶ୍ରୀ ୬୦ କୋଟି ଟଙ୍କା ଦାବି କରିଛନ୍ତି ଏହା ମିଥ୍ୟା ବା ଭିତ୍ତିହୀନ ଅଟେ । ଚହଲଙ୍କ ସମ୍ପତ୍ତି ଦ୍ରୁତ ଗତିରେ ବୃଦ୍ଧି ପାଉଛି । ତାଙ୍କର ପୂର୍ବରୁ ୨୩ କୋଟି ସମ୍ପତ୍ତି ଥିଲା ଆଉ ଏବେ ଏହା ୪୫ କୋଟି ଟଙ୍କାରେ ପହଂଚିଛି । କିନ୍ତୁ ଉଭୟଙ୍କ ମଧ୍ୟରେ ସମ୍ପର୍କ ବିଚ୍ଛେଦ କାହିଁକି ହେଲା ଏହା ଜଣାପଡ଼ି ନାହିଁ ।