ବର୍ଡର-ଗାଭାସ୍କରର ସବୁ ଟେଷ୍ଟ ହାରିଲେବି ଟିମ୍ ଇଣ୍ଡିଆ ଖେଳି ପାରିବ WTC ଫାଇନାଲ୍, ଜାଣନ୍ତୁ କେମିତି

 
Wtc final

ବର୍ଡର- ଗାଭାସ୍କର ଟ୍ରଫି ୨୦୨୪ । ଭାରତୀୟ ଟିମ୍ ପାଇଁ 'କର ଅବା ମର' ପରିସ୍ଥିତି । ଏହି ସିରିଜ ହିଁ ନିର୍ଣ୍ଣୟ କରିବା କି ଭାରତ, ଆଗାମୀ ବର୍ଷ ହେବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିୟାନସିପ ଫାଇନାଲ ଖେଳିବ କି ନାହିଁ ? ସମୀକରଣ ଅନୁଯାୟୀ ବର୍ଡର-ଗାଭାସ୍କର ହାରିଲେବି ଟିମ୍ ଇଣ୍ଡିଆ ଖେଳି ପାରିବ ୱାର୍ଲଡ ଟେଷ୍ଟ ଚାମ୍ପିୟାନସିପ ଫାଇନାଲ ।

Indian test team

ଯଦି ଭାରତ ଅଷ୍ଟ୍ରେଲିଆକୁ ସିଧାସଳଖ ୪-୧ ରେ ସିରିଜକୁ ହରାଏ, ତେବେ ଭାରତ ସହଜରେ ବିଶ୍ୱ ଟେଷ୍ଟ ଚାମ୍ପିୟାନସିପ ଫାଇନାଲକୁ ପ୍ରବେଶ କରିଯିବ । ଏବେ ପ୍ରଶ୍ନ ଆସୁଛି ଯଦି ଟିମ୍ ଇଣ୍ଡିଆ ସିରିଜ୍ ହାରୁଛି ତେବେ କ'ଣ ରୋହିତ ବାହିନୀ ୱାର୍ଲଡ ଟେଷ୍ଟ ଚାମ୍ପିୟାନସିପ ଫାଇନାଲ ଖେଳିପାରିବ କି ! ବର୍ତମାନ ପ୍ରଶ୍ନ ଉଠୁଛି ଭାରତ ଗାବା ଟେଷ୍ଟରେ ହାରିଲେ ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲରେ ପ୍ରବେଶ କରିପାରିବ କି ନାହିଁ ? ଯଦି ଗାବା ଟେଷ୍ଟ ଡ୍ର ହୁଏ ତେବେ ଭାରତ ବାକି ୨ଟି ମ୍ୟାଚରେ ବିଜୟ ହାସଲ କରି ଫାଇନାଲରେ ପ୍ରବେଶ କରିପାରିବ ।

ଯଦି ହାରିଯାଏ ତେବେ ୪ର୍ଥ ଓ ୫ମ ଟେଷ୍ଟ ଜିତିବା ସହ ଅଷ୍ଟ୍ରେଲିଆ ଟିମ ବିପକ୍ଷରେ ଶ୍ରୀଲଙ୍କାକୁ ୨ଟି ମ୍ୟାଚରୁ ଗୋଟିକରେ ଡ୍ର କରିବାକୁ ପଡିବ । ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ୨-୨ରେ ଶେଷ ହେଲେ ଭାରତ ଫାଇନାଲରେ ପ୍ରବେଶ ପାଇଁ ଅଷ୍ଟ୍ରେଲିଆ-ଶ୍ରୀଲଙ୍କା ସିରିଜ ଉପରେ ନିର୍ଭର କରିବ । ଶ୍ରୀଲଙ୍କା ୧-୦ କିମ୍ବା ୨-୦ରେ ଅଷ୍ଟ୍ରେଲିଆକୁ ହରାଇଲେ ଭାରତ ଫାଇଦାରେ ରହିବ । ଏବେ ପଂଏଟ ଟେବୁଲରେ ଦକ୍ଷିଣ ଆଫ୍ରିକା ଶୀର୍ଷରେ ରହିଥିବା ବେଳେ ଅଷ୍ଟ୍ରେଲିଆ ଏବଂ ଭାରତ ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି । ଶ୍ରୀଲଙ୍କା ଟିମ ୪ର୍ଥ ସ୍ଥାନରେ ରହିଛି ।

ଏସବୁ ବ୍ୟତୀତ ଆଉ ଏକ ଆଶ୍ଚର୍ଯ୍ୟକର ସମୀକରଣ ସାମ୍ନାକୁ ଆସୁଛି । ଯଦି ଟିମ୍ ଇଣ୍ଡିଆ କଙ୍ଗାରୁଠାରୁ ୩-୨ରେ ସିରିଜ ହାରେ ତେବେ ଟିମ୍ ଟ୍ରଫି ମୁକାବିଲାରେ ପାଦ ଥାପିପାରିବ । ଏହା ସେତେବେଳେ ହେବ ଯେତେବେଳେ ପାକିସ୍ତାନ ଦକ୍ଷିଣ ଆଫ୍ରିକାକୁ ୨-୦ ରେ ହରାଇବ ଓ ଅଷ୍ଟ୍ରେଲିଆ-ଶ୍ରୀଲଙ୍କା ସିରିଜର ଗୋଟିଏ ମ୍ଯାଚ ଡ୍ର' ରହିବ । ବିଶ୍ୱ ଟେଷ୍ଟ ଚାମ୍ପିୟାନସିପ ପଏଣ୍ଟ ଟେବୁଲକୁ ଯଦି ଦେଖାଯାଏ, ତେବେ ଦକ୍ଷିଣ ଆଫ୍ରିକା ଏବେ ଶୀର୍ଷରେ ୬୩.୩୩ ପ୍ରତିଶତ ସହ ରହିଛି । ଏହାପଛକୁ ୬୦.୭୧ ପ୍ରତିଶତ ସହ ଦ୍ୱିତୀୟ ସ୍ଥାନରେ ରହିଛି ଅଷ୍ଟ୍ରେଲିଆ । ସେହିଭଳି ପଏଣ୍ଟ ଟେବୁଲରେ ତୃତୀୟ ସ୍ଥାନରେ ଭାରତ ୫୭.୨୯ ପ୍ରତିଶତ ସହ ନିଜ ସ୍ଥାନ ବଜାୟ ରଖିଛି ।