IPL 2021: ଚିନ୍ତାରେ ଦିଲ୍ଲୀ କ୍ୟାପିଟାଲସ୍, କରୋନା ପଜେଟିଭ ବାହାରିଲେ ଦଳର ଷ୍ଟାର ଖେଳାଳି, ଟେଷ୍ଟ ରିପୋର୍ଟ କୁ ନେଇ ସୃଷ୍ଟି ହେଲା ସନ୍ଦେହ….

 
IPL 2021: ଚିନ୍ତାରେ ଦିଲ୍ଲୀ କ୍ୟାପିଟାଲସ୍, କରୋନା ପଜେଟିଭ ବାହାରିଲେ ଦଳର ଷ୍ଟାର ଖେଳାଳି, ଟେଷ୍ଟ ରିପୋର୍ଟ କୁ ନେଇ ସୃଷ୍ଟି ହେଲା ସନ୍ଦେହ….

ଭାରତରେ ଅଇପିଏଲ ବର୍ତ୍ତମାନ ଆରମ୍ଭ ହୋଇଯାଇଥିବା ବେଳେ କିନ୍ତୁ ଏହା ଉପରେ କରୋନା ମହାମାରୀ ର କଳା ବାଦଲ ଧୀରେ ଧୀରେ ଘନୀଭୂତ ହେବାରେ ଲାଗିଛି। ଇତି ମଧ୍ୟରେ ଭାରତରେ ପହଞ୍ଚିବା ପରେ ସେ କରିଥିବା ତିନିଟି କରୋନା ପରୀକ୍ଷଣ ମଧ୍ୟରୁ ପେସର୍ ଅନ୍ରିଚ୍ ନକିଆଙ୍କର ଗୋଟିଏ ପଜିଟିଭ୍ ରିପୋର୍ଟ ଆସିବା ପରେ ଦିଲ୍ଲୀ କ୍ୟାପିଟାଲସ୍ ଦଳ ଦ୍ୱନ୍ଦ୍ୱରେ ପଡ଼ିଯାଇଛି।

ଦେଶରେ ବିଳମ୍ବରେ ପହଞ୍ଚିବା ହେତୁ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ଦିଲ୍ଲୀର ପ୍ରଥମ ମ୍ୟାଚ ଖେଳିପାରିନଥିବା ଏହି ପେସର୍ ଙ୍କର ବର୍ତ୍ତମାନ ଅଇପିଏଲ ର ଅବଶିଷ୍ଟ ମ୍ୟାଚ ଖେଳିବା ନେଇ ସନ୍ଦେହ ସୃଷ୍ଟି ହୋଇଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ କିଛି ଦିନ ମଧ୍ୟରେ କୋଭିଡ-୧୯ ମାମଲା ଭାରତରେ ବଢୁଥିବା ବେଳେ।  ଏହା ସତ୍ତ୍ୱେ, ବିନା ଦର୍ଶକଙ୍କ ଉପସ୍ଥିତିରେ ଆଇପିଏଲ୍ ୨୦୨୧ ଆରମ୍ଭ ହୋଇଛି। ତଥାପି ଅଳ୍ପ ସଂଖ୍ୟକ ଖେଳାଳି, ଗ୍ରାଉଣ୍ଡଷ୍ଟାଫ୍, ଟିଭି କ୍ରୁ ଏବଂ ଦଳର କର୍ମଚାରୀମାନେ କରୋନା ସଂକ୍ରମିତ ହୋଇଛନ୍ତି।

ତେବେ ଦକ୍ଷିଣ ଆଫ୍ରିକାର ଅନ୍ରିଚ୍ ନକିଆ କରୋନା ନେଗେଟିଭ ରିପୋର୍ଟ ନେଇ ଆସିଥିଲେ ମଧ୍ୟ, ଏଠାରେ ହୋଇଥିବା ୩ ନୋଟି ଟେଷ୍ଟରେ ତାଙ୍କର ଗୋଟିଏ ପଜିଟିଭ ରିପୋର୍ଟ ଆସିଛି ତେଣୁ ରିପୋର୍ଟ କୁ ନେଇ ଦଳ ମଧ୍ୟରେ ସନ୍ଦେହ ଜାତ ହୋଇଛି।