SRH ମ୍ୟାନେଜମେଣ୍ଟ ନେଲା କଡା ନିଷ୍ପତି, ଏହି କାରଣରୁ ଅଧିନାୟକ ପଦରୁ ୱାର୍ଣ୍ଣର୍ ଙ୍କୁ କଲା ବାହାର, ଏହି ଖେଳାଳି ହେଲେ ନୂତନ ଅଧିନାୟକ

 
SRH ମ୍ୟାନେଜମେଣ୍ଟ ନେଲା କଡା ନିଷ୍ପତି, ଏହି କାରଣରୁ ଅଧିନାୟକ ପଦରୁ ୱାର୍ଣ୍ଣର୍ ଙ୍କୁ କଲା ବାହାର, ଏହି ଖେଳାଳି ହେଲେ ନୂତନ ଅଧିନାୟକ

ଆଇପିଏଲ ୨୦୨୧ ରେ ସନରାଇଜର୍ସ ହାଇଦ୍ରାବାଦ ର ଆରମ୍ଭ ଭଲ ରହିନାହିଁ। ତେବେ ବର୍ତମାନ ଏକ ବଡ଼ ଖବର ଘୋଷଣା କରିଛି ସନରାଇଜର୍ସ ହାଇଦ୍ରାବାଦ, ନିଜ ଟ୍ୱିଟର ହ୍ୟାଣ୍ଡେଲ୍ ରେ ଏକ ପୋଷ୍ଟ ସେୟାର କରି SRH ଜଣାଇଛି ଯେ,ଅଷ୍ଟ୍ରେଲୀୟ ଓପନର୍ ଡେଭିଡ୍ ୱାର୍ଣ୍ଣର ଶନିବାର ସନରାଇଜର୍ସ ହାଇଦ୍ରାବାଦ ଦଳର ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି ଏବଂ ବର୍ତ୍ତମାନର ନ୍ୟୁଜିଲ୍ୟାଣ୍ଡ ଅଧିନାୟକ କେନ୍ ୱିଲାମସନଙ୍କୁ ନୂତନ ଅଧିନାୟକ ଭାବରେ ନିୟୋଜିତ କରାଯାଇଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଚଳିତ ଆଇପିଏଲ ସିଜନ ର ମଧ୍ୟଭାଗରେ ହାଇଦ୍ରାବାଦ ମାତ୍ର ଗୋଟିଏ ବିଜୟ ଏବଂ ପାଞ୍ଚଟି ପରାଜୟ ସହିତ ପଏଣ୍ଟ ଟେବୁଲରେ ତଳେ ରହିଛି। ଦଳର ଏହି ତ୍ରୁଟିପୂର୍ଣ୍ଣ ଅଭିଯାନ ଯୋଗୁଁ ୱାର୍ଣ୍ଣରଙ୍କ ଅଧିନାୟକତ୍ୱ କୁ ତୀବ୍ର ସମାଲୋଚନାର ଶିକାର ହେବାକୁ ପଡିଛି।  ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର ଚଳିତ ସିଜନରେ ହାଇଦ୍ରାବାଦ ନିଜର ଖରାପ ଫର୍ମ ଜାରି ରଖିଥିବାରୁ ଗୁରୁବାର ଦିନ ଡେଭିଡ ୱାର୍ଣ୍ଣର ପ୍ରଶଂସକଙ୍କ ପାଇଁ ଏକ ଭାବପ୍ରବଣ ବାର୍ତ୍ତା ପୋଷ୍ଟ କରିଥିଲେ।

ତେବେ ଏହାର ଦୁଇ ଦିନ ପରେ ୱାର୍ଣ୍ଣର ନିଜର ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି, କିନ୍ତୁ ସେ ଜଣେ ଖେଳାଳି ଏବଂ ଦଳର ମୁଖ୍ୟ ବ୍ୟାଟ୍ସମ୍ୟାନ ଭାବରେ ଆଗାମୀ ମ୍ୟାଚ ଗୁଡିକ ରେ ଖେଳିବେ ବୋଲି SRH ଦଳ ପକ୍ଷରୁ କୁହାଯାଇଛି।