ଦେଖନ୍ତୁ ଭିଡ଼ିଓ: DC ବିପକ୍ଷ ମ୍ୟାଚରେ ୱାଟର ବୟ ସାଜିଲେ ଡେଭିଡ଼ ୱାର୍ଣ୍ଣର,ତାଙ୍କୁ ଏହି ଅବସ୍ଥା ଦେଖି ଯୁବ ଖେଳାଳି ଦେଲେ ଏଭଳି ରିଆକ୍ସନ….

 
ଦେଖନ୍ତୁ ଭିଡ଼ିଓ: DC ବିପକ୍ଷ ମ୍ୟାଚରେ ୱାଟର ବୟ ସାଜିଲେ ଡେଭିଡ଼ ୱାର୍ଣ୍ଣର,ତାଙ୍କୁ ଏହି ଅବସ୍ଥା ଦେଖି ଯୁବ ଖେଳାଳି ଦେଲେ ଏଭଳି ରିଆକ୍ସନ….

ରାଜସ୍ଥାନ ରୟାଲ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଚାଲିଥିବା ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ପୂର୍ବରୁ ହାଇଦ୍ରାବାଦ ଦଳ ଅଧିନାୟକ ଡେଭିଡ ୱାର୍ଣ୍ଣର୍ ନିଜ  ଅଧିନାୟକ ପଦ ରୁ ଓହରି ଯାଇଥିଲେ। କିନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ରୁ ୱାର୍ଣ୍ଣର ଙ୍କୁ ଚୂଡାନ୍ତ ଏକାଦଶ ରୁ ବାଦ ଦେଇଥିଲା ସନରାଇଜର୍ସ ହାଇଦ୍ରାବାଦ। ତେବେ ପଡ଼ିଆ ବାହାରେ ବସିଥିଲେ ମଧ୍ୟ ମ୍ୟାଚ ବେଳେ ୱାର୍ଣ୍ଣରଙ୍କୁ ସାଥି ଖେଳାଳିଙ୍କୁ ପାଣି ଦେବା ସହ ସେମାନଙ୍କ ଉତ୍ସାହ ବଢାଉଥିବାର ଦେଖିବାକୁ ମିଳିଥିଲା।

ତେବେ ମ୍ୟାଚ୍ ସମୟରେ ଡେଭିଡ ୱାର୍ଣ୍ଣର ସୀମା ରେଖା ପାଖରେ ପାଣି ବୋତଲ,ବ୍ୟାଟ୍ ଓ ହେଲମେଟ ଧରି ବସିଥିବାର ଦେଖଯାଇଥିଲା, ଏଥି ସହିତ, ଜଣେ ଯୁବ ଖେଳାଳି ସେଠାରେ ୱାର୍ଣ୍ଣରଙ୍କୁ ଏହା କରିବାରୁ ଅଟକାଉଥିବାର ଦେଖାଯାଇଥିଲା, କିନ୍ତୁ  ୱାର୍ଣ୍ଣର ଏଥିରୁ ନିବୃତ ନ ହୋଇ ୱାଟର୍ ବୟ ସାଜି ଖେଳାଳି ମାନଙ୍କୁ ପାଣି ଦେଉଥିବାର ଦେଖିବାକୁ ମିଳିଥିଲା। ତେବେ ଏହି ଭିଡ଼ିଓ ଟି ଭାଇରାଲ ହେବା ପରେ ଏହି ଦୃଶ୍ୟ ଫ୍ୟାନ୍ ମାନଙ୍କ ପାଇଁ ବେସ୍ ଭାବପ୍ରବଣ ସାବ୍ୟସ୍ତ ହୋଇଥିଲା।


ତେବେ ଏହି ମ୍ୟାଚ ରେ ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରି ୩ ୱିକେଟ ହରାଇ ୨୨୦ ରନ୍ କରିଥିଲା ଦଳ ପାଇଁ ଜୋସ୍ ବଟଲର୍ ସର୍ବାଧିକ ୧୨୪ ରନ୍ କରିଥିଲେ। ଏହି ବିଶାଳ ଲକ୍ଷ କୁ ପିଛା କରି ହାଇଦ୍ରାବାଦ ଦଳ ୮ ୱିକେଟ ହରାଇ ମାତ୍ର ୧୬୫ ରନ୍ କରିପାରିଥିଲା। ଦଳ ପକ୍ଷରୁ ମନୀଷ ପାଣ୍ଡେ ସର୍ବାଧିକ ୩୧ ରନ୍ କରିଥିଲେ ଏବଂ ରାଜସ୍ଥାନ ପକ୍ଷରୁ କ୍ରିସ୍ ମୋରିସ୍ ୩ ନୋଟି ଏବଂ ମୁସ୍ତାଫିଜୁର୍ ରହମାନ୍ ୨ ଟି ୱିକେଟ ନେଇଥିଲେ।