କୋହଲି, ରୋହିତ ଏବଂ ଡି ଭିଲିୟର୍ସ ଙ୍କୁ ପଛରେ ପକାଇ ଡେଭିଡ ୱାର୍ଣ୍ଣର୍ କଲେ IPL ଇତିହାସ ର ବଡ଼ ରେକର୍ଡ, ଜାଣନ୍ତୁ ରେକର୍ଡ ବିଷୟରେ

 
କୋହଲି, ରୋହିତ ଏବଂ ଡି ଭିଲିୟର୍ସ ଙ୍କୁ ପଛରେ ପକାଇ ଡେଭିଡ ୱାର୍ଣ୍ଣର୍ କଲେ IPL ଇତିହାସ ର ବଡ଼ ରେକର୍ଡ, ଜାଣନ୍ତୁ ରେକର୍ଡ ବିଷୟରେ

ଆଇପିଏଲ୍ ୨୦୨୧ ର ୨୩ ତମ ମ୍ୟାଚ୍ ରେ ସନରାଇଜର୍ସ ହାଇଦ୍ରାବାଦ ଚେନ୍ନାଇ ସୁପର କିଙ୍ଗ୍ସ ର ସମ୍ମୁଖୀନ ହୋଇଥିଲା। ଏହି ମ୍ୟାଚରେ ହାଇଦ୍ରାବାଦ ଅଧିନାୟକ ଡେଭିଡ ୱାର୍ନର ତାଙ୍କ ନାମରେ ଏକ ବଡ଼ ରେକର୍ଡ ସୃଷ୍ଟି କରିଛନ୍ତି।

ୱାର୍ଣ୍ଣର CSK ବିପକ୍ଷ ଏହି ମ୍ୟାଚରେ ଟି-୨୦ କ୍ରିକେଟରେ(IPL ଆଉ ଅନ୍ୟ T-20) ୧୦,୦୦୦ ରନ୍ ପୂରଣ କରିଛନ୍ତି ଏବଂ କବଳ IPL ରେ ସେ ଏକମାତ୍ର ଖେଳାଳି ଯିଏ 50 ଥର ଅର୍ଦ୍ଧଶତକ ହାସଲ କରିଛନ୍ତି ।

ଏହି ମ୍ୟାଚରେ ୧୦,୦୦୦ ରନ୍ ପୂରଣ କରିବା ପରେ ଡେଭିଡ ୱାର୍ନର ଏକ ସ୍ୱତନ୍ତ୍ର କ୍ଲବରେ ସାମିଲ ହୋଇଛନ୍ତି। ଏହି କ୍ଲବ ରେ ୱାର୍ଣ୍ଣରଙ୍କ ପୂର୍ବରୁ ୱେଷ୍ଟଇଣ୍ଡିଜ୍ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲ୍, କିରନ୍ ପୋଲାର୍ଡ ଏବଂ ପାକିସ୍ତାନର ଶୋଏବ ମଲିକ୍ ରହିଛନ୍ତି।  ଗେଲଙ୍କ ନାମରେ ୧୩,୮୩୯ ରନ୍ ଥିବାବେଳେ ପୋଲାର୍ଡ ୧୦,୬୯୪ ରନ୍ ଏବଂ ମଲିକ୍ ୧୦,୪୮୮ ରନ୍ କରିଛନ୍ତି।

କେବଳ ଏତିକି ନୁହେଁ, ୱାର୍ଣ୍ଣର ଏହି ମ୍ୟାଚରେ ଆଇପିଏଲରେ ୨୦୦ ଟି ଛକା ମାରିବାର ରେକର୍ଡ଼ କରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଡେଭିଡ ୱାର୍ନରଙ୍କ ଅଧିନାୟକତ୍ୱ ରେ ହାଇଦ୍ରାବାଦ ଦଳ ୨୦୧୬ ରେ ଆଇପିଏଲ ଟାଇଟଲ ଜିତିଥିଲା। ହାଇଦ୍ରାବାଦ ସେତେବେଳେ ଫାଇନାଲରେ ଆରସିବିକୁ ପରାସ୍ତ କରିଥିଲା, ଏହା ହାଇଦ୍ରାବାଦର ପ୍ରଥମ ଏବଂ ଏବେ ଯାଏଁ ଏକମାତ୍ର ଆଇପିଏଲ୍ ଟାଇଟଲ୍ ରହିଛି।