IPL 2021: CSK ଜିତିବା ସତ୍ୱେ ସୋସିଆଲ ମିଡ଼ିଆ ରେ କେଦାର ଯାଦବ କୁ ନେଇ ଟ୍ରୋଲ ହେଲେ ଧୋନି, ଜାଣନ୍ତୁ କାହିଁକି 

 
IPL 2021: CSK ଜିତିବା ସତ୍ୱେ ସୋସିଆଲ ମିଡ଼ିଆ ରେ କେଦାର ଯାଦବ କୁ ନେଇ ଟ୍ରୋଲ ହେଲେ ଧୋନି, ଜାଣନ୍ତୁ କାହିଁକି

ଆଇପିଏଲ୍ ୨୦୨୧ ର ୨୩ ତମ ମ୍ୟାଚ୍ ରେ ଚେନ୍ନାଇ ସୁପର କିଙ୍ଗ୍ସ ସନରାଇଜର୍ସ ହାଇଦ୍ରାବାଦ କୁ ୭ ୱିକେଟରେ ପରାସ୍ତ କରିଛି। କିନ୍ତୁ ଏହି ମ୍ୟାଚ୍‌ରେ ହାଇଦ୍ରାବାଦର ବରିଷ୍ଠ ବ୍ୟାଟ୍ସମ୍ୟାନ୍ କେଦାର ଯାଦବ ଏକ ଛୋଟ ଦ୍ରୁତ ଇନିଂସ ଖେଳିଥିଲେ, ଯାହା ପରେ ଲୋକମାନେ ସୋସିଆଲ ମିଡିଆରେ ଚେନ୍ନାଇ ଦଳକୁ ଟ୍ରୋଲ କରିବା ଆରମ୍ଭ କରି ଦେଇଛନ୍ତି।

ସିଏସକେ ବିପକ୍ଷରେ ହାଇଦ୍ରାବାଦର ଇନିଂସ ଶେଷରେ ବ୍ୟାଟିଂ କରିବାକୁ ଆସିଥିବା କେଦାର ଯାଦବଙ୍କୁ ଏହି ମ୍ୟାଚରେ ଖେଳିବାକୁ ମାତ୍ର ୪ ଟି ବଲ ମିଳିଥିଲା।  କିନ୍ତୁ ସେ ଗୋଟିଏ ଚୌକା ଓ ଗୋଟିଏ ଛକା ସହାୟତାରେ ୧୨ ରନ୍ ସ୍କୋର କରିଥିଲେ। ଏହି ଇନିଂସ ସମୟରେ ଯାଦବଙ୍କୁ ତାଙ୍କର ପୁରୁଣା ଫର୍ମ ରେ ଦେଖିବାକୁ ମିଳିଥିଲା।

ତେବେ ଏହି ସିଜ଼ନ ପୂର୍ବରୁ, CSK କେଦାର ଯାଦବଙ୍କୁ ତାଙ୍କ ଦଳରୁ ମୁକ୍ତ କରିଥିଲା। ଗତ ଦୁଇ ସିଜ଼ନ ହେବ ଯାଦବଙ୍କ ପ୍ରଦର୍ଶନ CSK ପାଇଁ ଭଲ ରହିନଥିଲା। କିନ୍ତୁ ଏହି ବର୍ଷ ହାଇଦ୍ରାବାଦ ପାଇଁ ଖେଳୁଥିବା ଯାଦବଙ୍କର CSK ବିପକ୍ଷରେ ବ୍ୟାଟିଂ ଦେଖି ଲୋକମାନେ ସୋସିଆଲ ମିଡିଆରେ CSK କୁ ପରିହାସ କରିବା ଆରମ୍ଭ କରିଛନ୍ତି। ଏବେ ଟ୍ୱିଟର ରେ ଏହି ବିଷୟରେ କରାଯାଇଥିବା କିଛି ମିମ୍ ଉପରେ ନଜ଼ର ପକାନ୍ତୁ:-