ଚେନ୍ନାଇ ଦଳର ଅଧିନାୟକ ପଦ ଛାଡ଼ିବେ ଧୋନି! ଏହି ଖେଳାଳି ହେବେ ଦଳର ଏଥର ଅଧିନାୟକ

 
Dhoni

ଚଳିତବର୍ଷ ଆଇପିଏଲ୍ ସିଜନ ଆରମ୍ଭ ହେବା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସ୍ କୁ ନେଇ ଚର୍ଚ୍ଚା ଜୋର ଧରିଛି। ଆଉ କିଛି ମାସ ପରେ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୧୫ତମ ସଂସ୍କରଣ ଆରମ୍ଭ ହେବାକୁ ଯାଉଥିବା ବେଳେ ଚଳିତବର୍ଷ ଏମଏସ୍ ଧୋନି ଅଧିନାୟକ ପଦରୁ ଇସ୍ତଫା ଦେବେ ବୋଲି କୁହାଯାଉଛି। ସାମ୍ବାଦିକ ରମେଶ ବାଲା ଏଥିନେଇ ଏକ ଟ୍ୱିଟ କରିବା ପରେ ଏଥିନେଇ ଚର୍ଚ୍ଚା ଜୋର ଧରିଛି।


ଚଳିତବର୍ଷ ଧୋନି ସିଏସକେର ଅଧିନାୟକ ପଦ ରବୀନ୍ଦ୍ର ଜାଡେଜାଙ୍କୁ ହସ୍ତାନ୍ତର କରିପାରନ୍ତି ବୋଲି ସାମ୍ବାଦିକ ରମେଶ ବାଲା ନିଜ ଟ୍ୱିଟରେ ଉଲ୍ଲେଖ କରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଭାରତୀୟ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା, ଓପନର୍‌ ଋତୁରାଜ ଗାୟକଓ୍ବାଡ ଏବଂ ଇଂଲଣ୍ଡ ଅଲରାଉଣ୍ଡର ମୋଇନ୍‌ ଅଲିଙ୍କ ସହିତ ଧୋନିଙ୍କୁ ସିଏସକେ ରିଟେନ୍ କରିଛି। ରିଟେନ୍ ହୋଇଥିଲେ ହେଁ ଧୋନି ଆହୁରି କେତୋଟି ସିଜନ୍ ଖେଳିବେ ସେଥିନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ।

Jadeja

ଏଠାରେ କହି ରଖୁଛୁ ଯେ ରବୀନ୍ଦ୍ର ଜାଡେଜା ୨୦୦୮ ରେ ପ୍ରଥମ ଥର ପାଇଁ ରାଜସ୍ଥାନ ରୟାଲ୍ସରୁ ଆଇପିଏଲ ଖେଳିଥିଲେ। ଏହାପରେ ଜାଡେଜା ଚେନ୍ନାଇ ଦଳକୁ ଚାଲି ଆସିଥିଲେ ଏବଂ ସେବେଠାରୁ ହିଁ ସେ ସିଏସକେ ପକ୍ଷରୁ ଖେଳି ଆସୁଛନ୍ତି। ଏପର୍ଯ୍ୟନ୍ତ ଜାଡେଜା ଆଇପିଏଲରେ ୨୦୦ ମ୍ୟାଚ ଖେଳିଥିବା ବେଳେ ଏଥିରେ ସେ ୨୩୮୬ ରନ୍‌ କରିବା ସହିତ ୧୨୭ ଉଇକେଟ ନେଇ ସାରିଛନ୍ତି। କେବଳ ଏତିକି ନୁହେଁ ଫିଲ୍ଡରେ ତାଙ୍କୁ ଜଣେ ଚମତ୍କାର ଫିଲ୍ଡର ଭାବରେ ମଧ୍ୟ ଗଣାଯାଇଥାଏ।