ଗମ୍ଭୀର କହିଲେ: ଏଥର ଫ୍ଲେଅଫରେ ପହଞ୍ଚି ପାରିବନି CSK, ରହିବ ଏହି ସ୍ଥାନରେ, ଏହି ୪ଟି ଟିମ୍ ଯିବେ ଫ୍ଲେଅଫକୁ

 
ଗମ୍ଭୀର କହିଲେ: ଏଥର ଫ୍ଲେଅଫରେ ପହଞ୍ଚି ପାରିବନି CSK, ରହିବ ଏହି ସ୍ଥାନରେ, ଏହି ୪ଟି ଟିମ୍ ଯିବେ ଫ୍ଲେଅଫକୁ

ଇଣ୍ଡିଆନ୍ ପ୍ରିମିୟର ଲିଗ୍ ର 14 ତମ ସିଜନ୍ ଶୁକ୍ରବାର ଠାରୁ ଆରମ୍ଭ ହେବ। କ୍ରିକେଟ୍ କରିଡରରେ ଏହି ସିଜନ ବିଷୟରେ ନିରନ୍ତର ଆଲୋଚନା ହେଉଛି। ଏହି ସମୟରେ, ୨ ଥର କୋଲକାତା ନାଇଟ୍ ରାଇଡର୍ସକୁ ଚାମ୍ପିୟନ କରାଇଥିବା ପୂର୍ବତନ ଅଧିନାୟକ ଗୌତମ ଗମ୍ଭୀର, ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ବିଷୟରେ ବଡ ପୂର୍ବାନୁମାନ କରିଛନ୍ତି। ଗମ୍ଭୀର କହିଛନ୍ତି ଚେନ୍ନାଇ ସୁପର କିଙ୍ଗ ଏଥର ଫ୍ଲେଅଫ୍ ରୁ ବାଦ୍ ପଡିବ। ଦଳ ପଞ୍ଚମ ସ୍ଥାନରେ ଲିଗ୍ ମ୍ୟାଚ ଶେଷ କରିବ।

ସେହିପରି ଗମ୍ଭୀର କହିଛନ୍ତି ଯେ ଚଳିତ ସିଜନରେ ଆଇପିଏଲର 14 ତମ ସଂସ୍କରଣରେ ଆରସିବି ପ୍ଲେ ଅଫ୍ ପାଇଁ ଯୋଗ୍ୟତା ଅର୍ଜନ କରିବ। ଏଥି ସହିତ ସେ ଏହି ସିଜନରେ ଦଳରେ ଅନ୍ତର୍ଭୁକ୍ତ ହୋଇଥିବା ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲଙ୍କ ବିଷୟରେ କହିଛନ୍ତି, ସେ ବିଫଳ ହେଉଛନ୍ତି ଏବଂ କୋଟି କୋଟିରେ ବିକ୍ରି ହେଉଛନ୍ତି।  ସେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ମ୍ୟାକ୍ସୱେଲଙ୍କ ପ୍ରଦର୍ଶନରେ କୌଣସି ସ୍ଥିରତା ନାହିଁ ଏବଂ ଏହି କାରଣରୁ ସେ କୌଣସି ଦଳ ସହିତ ଅଧିକ ସମୟ ରହନ୍ତି ନାହିଁ।

ଏହାଛଡା ଫ୍ଲେଅଫ୍ କୁ ନେଇ ଗମ୍ଭୀର ଆହୁରି କହିଛନ୍ତି ଯେ ଏଥର ଏହି ୪ ଦଳ ଫ୍ଲେଅଫ୍ ରେ ପହଞ୍ଚିବେ। ସେ ଦଳ ଗୁଡିକ ହେଲା- ମୁମ୍ବାଇ ଇଣ୍ଡିଆନ, କୋଲକାତା ନାଇଟ୍ ରାଇଡ଼ର, ରୋୟାଲ୍ ଚ୍ୟାଲେଞ୍ଜର ବାଂଗାଲୋର ଏବଂ ପଂଜାବ କିଗ୍ସ। ତେବେ ଗମ୍ଭୀରଙ୍କ ଭବିଷ୍ୟବାଣୀ କେତେ ଦୂର୍ ସତ ହେଉଛି ତାହା ଆଗାମୀ ଦିନରେ ଜଣା ପଡିବ।