IPL CSK vs DC: ପ୍ରଥମ ମ୍ୟାଚ ରେ ଶୂନ୍ୟ ରେ ଧୋନି ଆଉଟ ହେବାପରେ, ରୋହିତ ଙ୍କୁ ଲୋକେ କଲେ ଟ୍ରୋଲ୍, ସୋସିଆଲ ମିଡ଼ିଆ ରେ ଉଡିଲା ମଜାକ 

 
IPL CSK vs DC: ପ୍ରଥମ ମ୍ୟାଚ ରେ ଶୂନ୍ୟ ରେ ଧୋନି ଆଉଟ ହେବାପରେ, ରୋହିତ ଙ୍କୁ ଲୋକେ କଲେ ଟ୍ରୋଲ୍, ସୋସିଆଲ ମିଡ଼ିଆ ରେ ଉଡିଲା ମଜାକ

ଆଇପିଏଲ ୨୦୨୧ ର ଆରମ୍ଭ ମହେନ୍ଦ୍ର ସିଂ ଧୋନି ଏବଂ ଚେନ୍ନାଇ ସୁପର କିଙ୍ଗସ୍ ପାଇଁ ଭଲ ରହିନଥିଲା। ପ୍ରଥମ ମ୍ୟାଚ୍‌ରେ ଧୋନି ଶୂନ କରି ଆଉଟ୍ ହୋଇଥିଲେ ତ ଅପର ପକ୍ଷରେ ଚେନ୍ନାଇ ସୁପର କିଙ୍ଗ୍ସ ଦଳ ମଧ୍ୟ ଦିଲ୍ଲୀ କ୍ୟାପିଟାଲସ୍ ଠାରୁ ପରାସ୍ତ ହୋଇଥିଲା।

ତେବେ ରେକର୍ଡ଼ କୁ ଦେଖିଲେ 108 ଇନିଂସ ପରେ ଧୋନି ଶୂନ୍ୟରେ ଆଉଟ୍ ହୋଇଥିଲେ। ଟି-୨୦ କ୍ରିକେଟ ରେ କୌଣସି ବ୍ୟଟ୍ସମ୍ୟାନଙ୍କର ଦୁଇଥର ଡକ୍ ରେ ଆଉଟ ହେବା ମଧ୍ୟରେ ଇନିଂସ ଦୃଷ୍ଟିରୁ ଏହା ହେଉଛି ଦ୍ୱିତୀୟ ବୃହତ ପାର୍ଥକ୍ୟ। ପ୍ରଥମ ସ୍ଥାନ ରେ ରହିଛନ୍ତି କ୍ରିସ୍ ଗେଲ୍, ଯିଏ ୨୦୧୨ ରୁ ୨୦୧୬ ମଧ୍ୟରେ ୧୪୫ ଇନିଂସ ପରେ ଶୂନ୍ୟରେ ଆଉଟ ହୋଇଥିଲେ।

ସେହିପରି ତୃତୀୟ ସ୍ଥାନରେ ଥିବା ଶ୍ରୀଲଙ୍କାର ଦୀନେଶ ଚାନ୍ଦିମାଲ ଯାହାଙ୍କର ଦୁଇଟି ଡକ୍ ମଧ୍ୟରେ ୧୦୭ ଇନିଂସରେ ପାର୍ଥକ୍ୟ ରହିଥିଲା। ଧୋନି ଏହା ପୂର୍ବରୁ ଶେଷଥର ପାଇଁ ଆଇପିଏଲ୍ ୨୦୧୫ ରେ ଶୂନ୍ୟରେ ଆଉଟ୍ ହୋଇଥିଲେ।

ଧୋନି ଆଉଟ ହେବା ପରେ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ ହେବା ଆରମ୍ଭ କରା ଯାଇଥିଲା। ଏହା ପରେ ଧୋନି ପ୍ରଶଂସକମାନେ ହଠାତ ରୋହିତ ଶର୍ମାଙ୍କୁ ମଝିରେ ଆଣିଥିଲେ।  ସେମାନେ ଯୁକ୍ତି ବାଢ଼ିଛନ୍ତି ଯେ ଧୋନି ୨୦୫ ଆଇପିଏଲ୍ ଇନିଂସରେ ମାତ୍ର ୪ ଥର ଡକ୍ ରେ ଆଉଟ୍ ହୋଇଥିବାବେଳେ ରୋହିତ ୨୦୧ ଇନିଂସରେ ୧୩ ଥର ଡକ୍ ରେ ଆଉଟ୍ ହୋଇଛନ୍ତି। ଏହିପରି ଭାବରେ ଉଭୟ ଖେଳାଳିଙ୍କ ଫ୍ୟାନ ମାନଙ୍କ ମଧ୍ୟରେ ସୋସିଆଲ ମିଡିଆରେ କଥା କଟା-କଟି ଏବଂ ଯୁକ୍ତିତର୍କ ଆରମ୍ଭ ହୋଇଯାଇଥିଲା।