ଏମିତି ଭାବରେ ନାଚି ଉଠିଲେ ବିରାଟ କୋହଲି ସାଥିରେ ଥିଲେ ଗେଲ, ଦେଖନ୍ତୁ ଭିଡ଼ିଓ
ଓ୍ବେଷ୍ଟଇଣ୍ଡିଜ ଓ ଭାରତ ମଧ୍ୟରେ ଅନୁଷ୍ଠିତ ପ୍ରଥମ ଦିନିକିଆ ବର୍ଷା ଯୋଗୁ ବାତିଲ ହୋଇଯାଇଥିଲା। ମ୍ୟାଚ୍ରେ କେବଳ ୧୩ ଓଭର ଖେଳ ସମ୍ଭବ ହୋଇପାରିଥିଲା। ଏଥି ପାଇଁ ଭାରତୀୟ ଦଳ ଅଧିନାୟକ ବିରାଟ କୋହଲି ନିରାଶ ହୋଇଛନ୍ତି।
କୋହଲି କହିଛନ୍ତି ‘କ୍ରିକେଟ୍େର ବର୍ଷା ସବୁଠାରୁ ଖରାପ ଦିଗ। ଖରାପ ଅନୁଭବ ଦେଇଥାଏ। ଏହା ସମ୍ପୂର୍ଣ୍ଣ ବର୍ଷା କିମ୍ବା ସମ୍ପୂର୍ଣ୍ଣ ମ୍ୟାଚ୍ ହେଲେ ଭଲ ହୁଅନ୍ତା। କାରଣ ବର୍ଷା ପାଇଁ ବାରମ୍ବାର ପଡ଼ିଆକୁ ଆସିବା ଖେଳାଳିଙ୍କ ଆହତ ସମସ୍ୟାକୁ ବଢ଼ାଇ ଦେଇଥାଏ। ଏଥି ପାଇଁ ଆମକୁ ଯତ୍ନଶୀଳ ହେବାକୁ ପଡ଼େ ବୋଲି କୋହଲି ମ୍ୟାଚ୍ ପରେ କହିଥିଲେ।
ଏହି ମ୍ୟାଚ୍ ଅବସରରେ କିନ୍ତୁ କୋହଲି ନାଚି ଉଠିବା ଅନ୍ୟତମ ଆକର୍ଷଣ ଥିଲା। ପ୍ରଭିଡେନ୍ସ ଷ୍ଟାଡିୟମ୍ରେ ସେ ଡିଜେ ଧୁନ ତାଳରେ କ୍ରିସ୍ ଗେଲଙ୍କ ସହ ନାଚିବାର ଦୃଶ୍ୟ କ୍ରିକେଟ୍ ପ୍ରେମୀଙ୍କୁ ମନୋରଂଜନ ଯୋଗାଇଥିଲା। ଗେଲଙ୍କ ସହ ନାଚିବା କୋହଲିଙ୍କ ପାଇଁ ନୂଆ ନଥିଲା।
ଆଇପିଏଲ୍ରେ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ ପାଇଁ ଖେଳୁଥିବା ବେଳେ ଏହି ଦୁଇ ଜଣ ବହୁବାର ଏଭଳି ମୁହୂର୍ତରେ ସାମିଲ ଥିଲେ। ଗେଲ୍ ଚଳିତ ବର୍ଷ କିନ୍ତୁ କିଙ୍ଗସ ଏକାଦଶ ପଞ୍ଜାବ ପାଇଁ ଖେଳିଥିଲେ।