ଅଷ୍ଟ୍ରେଲିଆ ଠାରୁ ଲଜ୍ଜ୍ୟାଜନକ ପରାଜୟ ପରେ ରାଗିଲେ କ୍ୟାପଟେନ ରୋହିତ ଶର୍ମା, ଏହି ଖେଳାଳିଙ୍କୁ ଦେଲେ ହାରିବାର ଦୋଷ

 
Team India

ଅଷ୍ଟ୍ରେଲିଆ ଠାରୁ ପ୍ରଥମ ପରାଜୟ ପରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ରାଗରେ ଜର୍ଜରିତ ହୋଇଛନ୍ତି। ଏହି ପରାଜୟ ସହିତ ଟିମ୍ ଇଣ୍ଡିଆ ସିରିଜରେ 1-1ରେ ସମାନ ହୋଇଛି। ଏହି ମ୍ୟାଚରେ ଟିମ୍ ଇଣ୍ଡିଆର ବ୍ୟାଟ୍ସମ୍ୟାନ୍ ମାନେ ଅଷ୍ଟ୍ରେଲିଆ ବୋଲରଙ୍କ ସାମ୍ନାରେ ତିଷ୍ଠି ପାରିନଥିଲେ। କେବଳ ୧୧୭ ରନ୍ ହିଁ କରିପାରିଥିଲା ଭାରତ।

India


ଏହି ସହଜ ଲକ୍ଷକୁ ପିଛା କରି ଅଷ୍ଟ୍ରେଲିୟ ଦଳ ବିନା ୱିକେଟ ହରାଇ ୧୧ତମ ଓଭରରେ ଏହି ଲକ୍ଷକୁ ହାସଲ କରି ମ୍ୟାଚକୁ ସହଜରେ ଜିତିଥିଲା। ଏହା ପରେ ମ୍ୟାଚ୍ ପରବର୍ତ୍ତୀ ଉପସ୍ଥାପନାରେ ଅଧିନାୟକ ରୋହିତ ଶର୍ମା ଖେଳାଳିଙ୍କ ବ୍ୟାଟିଂରେ ପରାଜୟକୁ ଦାୟୀ କରିଥିଲେ। ଏହା ସହିତ ସେ ଅଷ୍ଟ୍ରେଲୀୟ ଦଳର ଦ୍ରୁତ ବୋଲର ମିଚେଲ ଷ୍ଟାର୍କଙ୍କ ପାଇଁ ମଧ୍ୟ ଅନେକ ପ୍ରଶଂସା କରିଛନ୍ତି।

Rohit Sharma


ଟସ୍ ହାରିବା ପରେ ଭାରତ ପ୍ରଥମେ ବ୍ୟାଟିଂ କରିଥିଲା।  ଯାହା ଭ୍ରମଣକାରୀ ଦଳ ପାଇଁ ଅତ୍ୟନ୍ତ ଫାଇଦା ବୋଲି ପ୍ରମାଣିତ ହୋଇଥିଲା। ଭାରତର ବ୍ୟାଟ୍ସମ୍ୟାନ୍ ମଧ୍ୟରୁ କେହି ବି ଏହି ମ୍ୟାଚରେ ଅର୍ଦ୍ଧଶତକ ଇନିଂସ ଖେଳି ପାରିନଥିଲେ। ଏଥି ସହିତ ବିରାଟ କୋହଲିଙ୍କ ବ୍ୟାଟରୁ ସର୍ବାଧିକ 31 ରନ୍ ମଧ୍ୟ ଆସିଥିଲା। ରୋହିତ ଶର୍ମା ଖରାପ ବ୍ୟାଟିଂ କୁ ଦାୟି କରିଥିଲେ। ସୁର୍ଯ୍ୟ କୁମାର ୟାଦବ, କେ ଏଲ୍ ରାହୁଲ୍, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦାୟିତ୍ଵ ହୀନ ବ୍ୟାଟିଂ ସେ ଦୋଷ ଦେଇଛନ୍ତି।