ସାମିଙ୍କୁ ବିବାହ କରିବା ପାଇଁ ଆସିଲା ପ୍ରସ୍ତାବ, ଏହି ବଲିଉଡ୍ ଅଭିନେତ୍ରୀ ଦେଲେ ପ୍ରସ୍ତାବ, ଜାଣନ୍ତୁ ପୁରା ଖବର

 
Shami

ଭାରତୀୟ କ୍ରିକେଟର ମହମ୍ମଦ ସାମୀଙ୍କୁ ବଲିଉଡ୍ ଅଭିନେତ୍ରୀଙ୍କ ଦ୍ୱାରା ମିଳିଲା ଖୁଲମ୍ ଖୁଲା ବିବାହ ପ୍ରସ୍ତାବ । ଚଳିତ ବିଶ୍ଵ କପ୍ ମ୍ୟାଚ୍ ଗୁଡିକରେ ସାମୀଙ୍କର ଉଚ୍ଚ କୋଟୀର ଖେଳ ଦେଖି ଫିଦା ହେଲେ ଅଭିନେତ୍ରୀ । କହିଲେ ତୁମେ ତୁମର ଇଂଲିଶ ସୁଧାରି ନିଅ ମୁ ତୁମକୁ ବିବାହ କରିବାକୁ ପ୍ରସ୍ତୁତ ଅଛି ।

ଅଭିନେତ୍ରୀ ଜଣକଙ୍କ ନାମ ହେଉଛି ପାୟଲ ଘୋଶ । ସେ ସାମିଙ୍କୁ ନଭେମ୍ବର ୨ ତାରିଖରେ ଏକ୍ସ୍ ଜରିଆରେ ପ୍ରପୋଜ କରିଥିଲେ । ଯେଉଁ ଦିନକୁ ଭାରତ ଓ ଶ୍ରୀଲଂକା ମଧ୍ୟରେ ମ୍ୟାଚ୍ ଥିଲା । ଏହି ମ୍ୟାଚ୍ ରେ ଭାରତ ତାର ଦମ୍ ଦାର ଖେଳରେ ଶ୍ରୀଲଙ୍କାକୁ ପରାସ୍ତ କରିଥିଲା । ଏହି ମ୍ୟାଚ୍ ଜିତିବା ପାଇଁ ସାମୀଙ୍କ ବୋଲିଂର ବେଶ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । 

Shami payal

ଯାହା ପରେ ପାୟଲ ଶାମୀଙ୍କୁ ପ୍ରଶଂସା କରି ପ୍ରପୋଜ କରିଥିଲେ । ଏପରିକି ମୁ ତୁମକୁ ବିବାହ କରିବାକୁ ପ୍ରସ୍ତୁତ ରହିଛି ବୋଲି ମଧ୍ୟ ଲେଖିଥିଲେ । ଯାହାର କ୍ଲିପ୍ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି । ତେବେ ଏଠାରେ ବୁଝା ପଡୁ ନାହିଁ ପାୟଲ ଲୋକ ଲୋଚନକୁ ଆସିବା ପାଇଁ ଏପରି ଟୁଇଟ କରିଛନ୍ତି ନା ସତରେ ଶାମିଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ।

ଏହି ପୋଷ୍ଟ ଭାଇରାଲ୍ ହେବା ପରେ ଲୋକଙ୍କର ବିଭିନ୍ନ କମେଣ୍ଟ ଦେଖିବାକୁ ମିଳୁଛି । ତେବେ ଯଦି ସାମିଙ୍କ ବିଷୟରେ କୁହାଯାଏ ତେବେ ଭାରତୀୟ କ୍ରିକେଟ ଟିମ୍ ର ସେ ଜଣେ ଉଚ୍ଚ କୋଟୀର ବୋଲର । ଏଥର ବିଶ୍ଵ କପ୍ ରେ ତାଙ୍କର ଦକ୍ଷତା ପୂର୍ଣ୍ଣ ବୋଲିଂ ପାଇଁ ଦର୍ଶକଙ୍କ ଠାରୁ ବେଶ୍ ପ୍ରଶଂସା ସାଉଁଟିଛନ୍ତି ସେ ।

ଆଇସିସି କ୍ରିକେଟ୍ ବିଶ୍ବକପ 2023ରେ ମହମ୍ମଦ ଶାମି ନିଜର ଯାଦୁ ଦ୍ବାରା ସମସ୍ତଙ୍କୁ ପାଗଳ କରିଦେଇଛନ୍ତି। ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଶ୍ରୀଲଙ୍କା ସହିତ ହୋଇଥିବା ମ୍ୟାଚରେ ଶାମି ୫ ଓଭରରେ ୧୮ରନ୍ ପାଇଁ ୫ ୱିକେଟ୍ ନେଇଥିଲେ ଏବଂ ତାଙ୍କର ପ୍ରଦର୍ଶନ ସମସ୍ତଙ୍କ ହୃଦୟ ଜିତିଥିଲା।