ରୋହିତ ଓ ବିରାଟଙ୍କ ସନ୍ୟାସକୁ ନେଇ ଆସିଲା ବଡ଼ ଅପଡେଟ୍, ଏହି ଦିନ ଟେଷ୍ଟରୁ ଅବସର ନେବେ ଦୁହେଁ

 
Virat rohit

ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଏବେ ଖରାପ ଫର୍ମ ଦେଇ ଗତି କରୁଛନ୍ତି। କ୍ୟାପ୍ଟେନ୍ସିରେ ମଧ୍ୟ ତାଙ୍କର ପୁରୁଣା ଚମକ ନାହିଁ। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଘରୋଇ ସିରିଜରେ ଫ୍ଲପ ହେବା ପରେ ରୋହିତ ଶର୍ମା ବର୍ଡର-ଗାଭାସ୍କର ଟ୍ରଫିରେ ମଧ୍ୟ କ୍ରମାଗତ ଭାବେ ଫେଲ ମାରିବାରେ ଲାଗିଛନ୍ତି। 

ସୂଚନା ଅନୁଯାୟୀ, ବିସିସିଆଇର ବରିଷ୍ଠ ଅଧିକାରୀ ତଥା ଚୟନକର୍ତ୍ତା ରୋହିତଙ୍କ ସହ କଥା ହୋଇସାରିଛନ୍ତି ଏବଂ ଲାଗୁଛି ଯେପରି 'ହିଟମ୍ୟାନ୍' ତାଙ୍କ ନିଷ୍ପତ୍ତିରେ ପରିବର୍ତ୍ତନ କରିବେ ନାହିଁ। ଅବସର ତାରିଖ ଏପର୍ଯ୍ୟନ୍ତ ଜଣାପଡିନାହିଁ, କିନ୍ତୁ ରିପୋର୍ଟ ଅନୁଯାୟୀ ରୋହିତ ସିଡନୀ ଟେଷ୍ଟ ପରେ ଟେଷ୍ଟ କ୍ୟାରିୟର ଶେଷ କରିପାରନ୍ତି। ଯଦି ଭାରତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲରେ ପହଞ୍ଚେ, ତେବେ ରୋହିତ କିଛି ସମୟ ପାଇଁ ଅଧିନାୟକ ଭାବେ ରହିବାକୁ ଚୟନକର୍ତ୍ତାଙ୍କ ସହିତ କଥାବାର୍ତ୍ତା କରିପାରନ୍ତି।

Rohit virat

ଟିମ ଇଣ୍ଡିଆର ପୂର୍ବତନ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ କହିଛନ୍ତି ଯେ ବିରାଟ କୋହଲି କିଛି ବର୍ଷ ଧରି କ୍ରିକେଟ ଖେଳିପାରନ୍ତି, କିନ୍ତୁ ରୋହିତ ଶର୍ମା ଦୀର୍ଘ ଦିନ ଧରି ଟେଷ୍ଟ କ୍ରିକେଟ ରେ ଫର୍ମ ଏବଂ ଟେକନିକ ସହ ସଂଘର୍ଷ କରିଆସୁଛନ୍ତି। ତେଣୁ ଭାରତୀୟ ଅଧିନାୟକ ଭବିଷ୍ୟତ ବିଷୟରେ ଚିନ୍ତା କରିବା ଆବଶ୍ୟକ ପଡୁଛି।

ସେ କହିଛନ୍ତି ମୁଁ ଭାବୁଛି ବିରାଟ କିଛି ସମୟ ଖେଳିବେ। ସେ ଯେପରି ଆଉଟ ହେଉଛନ୍ତି, କିମ୍ବା ଅନ୍ୟାନ୍ୟ ଜିନିଷ, ଏହାକୁ ବର୍ତ୍ତମାନ ଭୁଲିଯାଅ। ମୁଁ ଭାବୁଛି ସେ ଆଗାମୀ ୩ କିମ୍ବା ୪ ବର୍ଷ ପାଇଁ ଖେଳିବେ। ରୋହିତ ଯେତେ ଦୂର, ତାଙ୍କୁ ଏକ ନିଷ୍ପତ୍ତି ନେବାକୁ ପଡ଼ିବ। ତାଙ୍କର ଫୁଟଓ୍ବାର୍କ ପୂର୍ବ ଭଳି ନଥିଲା।

ରୋହିତ ଶର୍ମାଙ୍କ ଫର୍ମ ବିଷୟରେ ରବି ଶାସ୍ତ୍ରୀ କହିଛନ୍ତି ଯେ ସେ ବୋଧହୁଏ ବେଳେବେଳେ ସେ ସଟ ଖେଳିବାରେ ବିଳମ୍ବ କରନ୍ତି। ତେଣୁ ସେ ସିରିଜ ଶେଷରେ ଏକ ନିଷ୍ପତ୍ତି ନେବା ଉଚିତ୍‌। ଏହା ବ୍ୟତୀତ ରୋହିତଙ୍କ ବ୍ୟାଟିଂ ଟେକନିକ ସମସ୍ୟା ଉପରେ ମଧ୍ୟ ସେ ପ୍ରଶ୍ନ ଉଠାଇଥିଲେ। 

Rohit

ଟିମ ଇଣ୍ଡିଆର ପୂର୍ବତନ ମୁଖ୍ୟ ପ୍ରଶିକ୍ଷକ କହିଛନ୍ତି ଯେ ଆମେ ସିରିଜରେ ଅନେକ ଥର ଦେଖିଛୁ ଯେ ତାଙ୍କ ଆଗ ପାଦ ଯେତିକି ହେବା ଉଚିତ ସେତିକି ଯାଇ ନାହିଁ। ତେବେ ଏବେ ଦେଖିବାକୁ ବାକି ରହିଲା ସିଡନୀ ଟେଷ୍ଟ ପରେ ବିରାଟ କୋହଲି ଏବଂ ରୋହିତ ଶର୍ମା ଟେଷ୍ଟ ଫର୍ମାଟରେ ଭବିଷ୍ୟତକୁ ନେଇ କ'ଣ ନିଷ୍ପତ୍ତି ନେଉଛନ୍ତି।