IPL 2021: ଅଇପିଏଲ ଆରମ୍ଭରୁ ରାଜସ୍ଥାନକୁ ଲାଗିଲା ବଡ଼ ଧକ୍କା, ଆଘାତ ସମସ୍ୟା ଯୋଗୁ ପୁରା ଟୁର୍ଣ୍ଣାମେଣ୍ଟ ରୁ ବାଦ ପଡିଲେ ଏହି ଷ୍ଟାର ଖେଳାଳି….

 
IPL 2021: ଅଇପିଏଲ ଆରମ୍ଭରୁ ରାଜସ୍ଥାନକୁ ଲାଗିଲା ବଡ଼ ଧକ୍କା, ଆଘାତ ସମସ୍ୟା ଯୋଗୁ ପୁରା ଟୁର୍ଣ୍ଣାମେଣ୍ଟ ରୁ ବାଦ ପଡିଲେ ଏହି ଷ୍ଟାର ଖେଳାଳି….

ଅଇପିଏଲ ଆରମ୍ଭରୁ ହିଁ ରାଜସ୍ଥାନ ରୟାଲ୍ସ ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଦଳର ପ୍ରମୁଖ ଖେଳାଳି ତଥା ଅଲରାଉଣ୍ଡର ବେନ ଷ୍ଟୋକ୍ସ ଆଘାତ ସମସ୍ୟା ଯୋଗୁ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ର ଅବଶିଷ୍ଟ ମ୍ୟାଚରୁ ବାଦ୍ ପଡିଛନ୍ତି।  ସୋମବାର ପଞ୍ଜାବ କିଙ୍ଗସ ବିପକ୍ଷ ମ୍ୟାଚରେ ଷ୍ଟୋକ୍ସ ଆହତ ହୋଇଥିଲେ, ତାଙ୍କ ଆଙ୍ଗୁଠି ଭାଙ୍ଗି ଯାଇଥିବା ସ୍କାନ ରିପୋର୍ଟ ରୁ ଜଣାପଡ଼ିଛି। ପଞ୍ଜାବ ଇନିଂସରେ ଷ୍ଟୋକ୍ସ କ୍ରିସ୍ ଗେଲଙ୍କ  କ୍ୟାଚ୍ ଧରିବାକୁ ଯାଇ ଆହତ ହୋଇଥିଲେ। 

ମଙ୍ଗଳବାର ସନ୍ଧ୍ୟାରେ ରାଜସ୍ଥାନ ଫ୍ରାଞ୍ଚାଇଜ୍ ଏକ ପ୍ରେସ୍ ବିବୃତ୍ତିରେ କହିଛି ଯେ ରାଜସ୍ଥାନ ରୟାଲ୍ସର ଅଲରାଉଣ୍ଡର ବେନ୍ ଷ୍ଟୋକ୍ସଙ୍କୁ ୧୨ ଏପ୍ରିଲ ୨୦୨୧ ରେ ମୁମ୍ବାଇରେ ପଞ୍ଜାବ କିଙ୍ଗସ ବିପକ୍ଷ ମ୍ୟାଚ୍ ରେ ଫିଲ୍ଡିଂ କରୁଥିବା ବେଳେ ବାମ ହାତର ଆଙ୍ଗୁଠିରେ ଆଘାତ ଲାଗିଛି। ତେଣୁ ଦୁର୍ଭାଗ୍ୟବଶତଃ ତାଙ୍କୁ ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୧ ର ଅବଶିଷ୍ଟ ମ୍ୟାଚରୁ ବାଦ ଦିଆଯାଇଛି।

ଫ୍ରାଞ୍ଚାଇଜ ଆହୁରି ମଧ୍ୟ କହିଛି ଯେ, "ରାଜସ୍ଥାନ ରୟାଲ୍ସରେ ସମସ୍ତେ ବେନ୍ ଷ୍ଟୋକ୍ସଙ୍କୁ ପ୍ରଶଂସା କରୁଛନ୍ତି କାରଣ ସେ ଦଳ ସହିତ ରହିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଆମେ ସମସ୍ତେ ତାଙ୍କ ଶୀଘ୍ର ସୁସ୍ଥ ହେବା ନେଇ ପାର୍ଥନା କରୁଛୁ, ଏବଂ ଏଥିନେଇ ସମସ୍ତ ସୁବିଧା ଷ୍ଟୋକସ୍ ଙ୍କୁ ଯୋଗାଇ ଦିଆଯିବ" ବୋଲି କହିଛି ରାଜସ୍ଥାନ ରାୟଲସ୍। ତେବେ ପରବର୍ତ୍ତୀ ମ୍ୟାଚରେ ରାଜସ୍ଥାନ ଗୁରୁବାର ଦିଲ୍ଲୀ କୁ ଭେଟିବାକୁ ଯାଉଛି, ତେଣୁ ଷ୍ଟୋକସ୍ ଙ୍କ ବଦଳରେ ରାଜସ୍ଥାନ ଏକ ନୂଆ ବିକଳ୍ପ ନେଇ ପଡ଼ିଆ କୁ ଓଲ୍ହାଇବା ନିଶ୍ଚିତ ହୋଇଛି।