ବିରାଟ କୋହଲିଙ୍କୁ ନେଇ ଖୁସି ନାହିଁ ବିସିସିଆଇ? ରୋହିତଙ୍କୁ ମିଳିପାରେ କ୍ୟାପଟେନ୍ ପଦ, ଜାଣନ୍ତୁ ପୂରା ଖବର

 
Virat rohit bcci

ଚଳିତ ବର୍ଷ ଅକ୍ଟୋବର ମାସରେ ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳର ଚୟନ ସରିଛି। ବିଶ୍ୱକପ ପାଇଁ ଭାରତ ଏକ ଶକ୍ତିଶାଳୀ ଦଳ ବାଛିଥିଲେ ହେଁ ଏହି ପ୍ରତିଯୋଗିତା ଜିତିବା ପାଇଁ ଦଳ ଉପରେ ନିଶ୍ଚିତ ଭାବରେ ଚାପ ରହିବ। ଖାସ୍ କରି ଦଳର ଅଧିନାୟକ ବିରାଟ କୋହଲିଙ୍କ ଉପରେ ଏହାକୁ ନେଇ ଅଧିକ ଚାପ ରହିବ। 

Virat kohli

ବିଶ୍ୱ ଟେଷ୍ଟ ଚମ୍ପିୟନସିପ୍ ଫାଇନାଲ୍ ହାରିବା ପରେ ଅଧିନାୟକ କୋହଲିଙ୍କ ଉପରେ ନାନା ପ୍ରକାରର ପ୍ରଶ୍ନବାଚୀ ଉଠିଥିଲା। କେବଳ ବିଶ୍ୱ ଟେଷ୍ଟ ଚମ୍ପିୟନସିପ୍ ଫାଇନାଲ୍ ନୁହେଁ ବରଂ କୋହଲିଙ୍କ ଅଧିନାୟକତ୍ୱରେ ଭାରତ ବାରମ୍ବାର ଆଇସିସି ଟ୍ରଫି ହାତେଇବାକୁ ବିଫଳ ହେଉଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହେଉଛି। ଅନ୍ୟପକ୍ଷରେ କୋହଲିଙ୍କ ବଦଳରେ ରୋହିତ ଶର୍ମାଙ୍କୁ ଅଧିନାୟକ କରାଇବା ପାଇଁ ବିଭିନ୍ନ ମହଲରୁ ଦାବି ହୋଇ ଆସୁଛି। 

Rohit and virat

ପୂର୍ବରୁ ଏହି କଥା କେବଳ ଲୋକେ କହୁଥିବା ବେଳେ ଏବେ ବିସିସିଆଇର କିଛି ବରିଷ୍ଠ ଅଧିକାରୀ ମଧ୍ୟ କୋହଲିଙ୍କ ଅଧିନାୟକତ୍ୱକୁ ନେଇ ଖୁସି ନଥିବା ଜଣାପଡିଛି। କ୍ରିକେଟ୍ ଏଡିଟର ଡଟ୍ କମର ଏକ ରିପୋର୍ଟ ମୁତାବକ, ଆଗାମୀ ଆଇସିସି ଟି-୨୦ ବିଶ୍ୱକପ୍ ଜଣେ ଅଧିନାୟକ ଭାବେ କୋହଲିଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ହେବ। ଯଦି ଏହି ଟୁର୍ଣ୍ଣାମେଣ୍ଟ ଜିତିବାର ଭାରତ ଅସଫଳ ହୁଏ ତେବେ ଏହା କୋହଲିଙ୍କ ଅଧିନାୟକତ୍ୱର ଅନ୍ତ ହେବ ବୋଲି ବିଶ୍ୱାସ କରାଯାଉଛି। ଯଦି କୋହଲି ପୁଣି ବିଫଳ ହୁଅନ୍ତି ତେବେ ତାଙ୍କ ସ୍ଥାନରେ ରୋହିତ ଶର୍ମାଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯିବାର ଯଥେଷ୍ଟ ସମ୍ଭାବନା ରହିଛି।