BCCI ମୁଖ୍ୟଙ୍କ ବଡ଼ ଖୁଲାସା, କହିଲେ ବାତିଲ୍ ହୋଇନାହିଁ IPL 2021, ଜାଣନ୍ତୁ କେବେ ହେବ ବାକିଥିବା ମ୍ୟାଚ୍

 
Ipl match

ଭାରତରେ କରୋନା ଭାଇରସ୍ ର ବଢ଼ୁଥିବା ମାମଲାକୁ ଦୃଷ୍ଟିରେ ରଖି ବିସିସିଆଇ ତୁରନ୍ତ ପ୍ରଭାବ ସହିତ ଅଇପିଏଲ ୨୦୨୧ କୁ ସ୍ଥଗିତ ରଖିଛି। ବିଭିନ୍ନ ଦଳର କିଛି ଖେଳାଳି ଆଇପିଏଲରେ କରୋନା ସଂକ୍ରମିତ ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ଏହା ପରେ ବିସିସିଆଇ ଏକ ବିବୃତ୍ତି ରେ ଏହାର ସ୍ପଷ୍ଟୀକରଣ ଦେଇଛି।

ବିସିସିଆଇ ଏବଂ ଆଇପିଏଲ୍ ପରିଚାଳନା ପରିଷଦ ନିଷ୍ପତ୍ତି ନେଇଛନ୍ତି ଯେ କରୋନା ବୃଦ୍ଧି ପାଉଥିବା ମାମଲାକୁ ଦୃଷ୍ଟିରେ ରଖି ଆଇପିଏଲ୍ ୨୦୨୧ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖାଯିବ। ତେବେ ବର୍ତ୍ତମାନ ବିସିସିଆଇର ଭାଇସ୍ ପ୍ରେସିଡେଣ୍ଟ ରାଜୀବ ଶୁକ୍ଲା ସ୍ପଷ୍ଟ କରିଛନ୍ତି ଯେ ଆଇପିଏଲ୍ ୨୦୨୧ କୁ କିଛି ସମୟ ପାଇଁ ସ୍ଥଗିତ ରଖାଯାଇଛି ଏବଂ ଏହାକୁ ବାତିଲ କରାଯାଇ ନାହିଁ।  

ଶୁକ୍ଲା ଷ୍ଟାର ସ୍ପୋର୍ଟସକୁ ଏକ ସାକ୍ଷାତକାର ରେ କହିଛନ୍ତି ଯେ, 'ମୁଁ ଗୋଟିଏ କଥାକୁ ସ୍ପଷ୍ଟ କରିବାକୁ ଚାହୁଁଛି ଯେ ଆଇପିଏଲ କୁ ବାତିଲ କରାଯାଇ ନାହିଁ। ଏହାକୁ ସ୍ଥଗିତ ରଖାଯାଇଛି। ଏହି ଆଇପିଏଲର ଅବଶିଷ୍ଟ ଅଂଶ ନିଶ୍ଚିତ ଭାବରେ ଅନୁଷ୍ଠିତ ହେବ ବୋଲି ଆମେ ଆଶା ରଖିଛୁ। ଏବଂ ଆମେ ଆଶା କରୁଛୁ ଏହି ମ୍ୟାଚ ଗୁଡିକ ସେପ୍ଟେମ୍ବର ମାସରେ ହୋଇପାରେ।

ଯେତେବେଳେ କୋଭିଡ ସ୍ଥିତିରେ ଉନ୍ନତି ଆସିବ, ସେତେବେଳେ ଏହାର ଭବିଷ୍ୟତ ଉପରେ ନିଷ୍ପତ୍ତି ନିଆଯିବ। ଟି୨୦ ବିଶ୍ୱକପ ଆଗରୁ ଯଦି ବିଦେଶୀ ଖେଳାଳି ଉପଲବ୍ଧ ରହିବେ ତେବେ ବାକିମ୍ୟାଚ୍ ସେପ୍ଟେମ୍ବରରେ ହେବ। ତେବେ ଏବେ ପାଇଁ ଖେଳାଳି ଓ ସପୋର୍ଟ ଷ୍ଟାଫ ମାନଙ୍କ ସ୍ୱାର୍ଥ ଓ ସୁରକ୍ଷା କୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା ବିସିସିଆଇ କହିଛି।