BCCI ଜାରି କଲା ଖେଳାଳିଙ୍କ ନୂଆ ସାଲାରୀ ଲିଷ୍ଟ, ବାଦ୍ ପଡିଲେ ଏହି ୨ ଖେଳାଳି, ନୂଆ ଦରମା ଜାଣି ହେବେ ଆଶ୍ଚର୍ଯ୍ୟ

 
BCCI ଜାରି କଲା ଖେଳାଳିଙ୍କ ନୂଆ ସାଲାରୀ ଲିଷ୍ଟ, ବାଦ୍ ପଡିଲେ ଏହି ୨ ଖେଳାଳି, ନୂଆ ଦରମା ଜାଣି ହେବେ ଆଶ୍ଚର୍ଯ୍ୟ

ଗୁରୁବାର ବିସିସିଆଇ ଏହାର ଖେଳାଳିଙ୍କ ପାଇଁ ଉଦିଷ୍ଟ ବାର୍ଷିକ ଚୁକ୍ତି ଘୋଷଣା କରିଛି। କେତେକ ଖେଳାଳି ବାର୍ଷିକ ଚୁକ୍ତିରୁ ବାଦ୍ ପଡିଥିବାବେଳେ କେତେକ ନୂଆ ମୁହଁକୁ ଏଥିରେ ସାମିଲ କରାଯାଇଛି। ଗତ ସନ୍ଧ୍ୟାରେ ପ୍ରକାଶିତ ବାର୍ଷିକ ଚୁକ୍ତି ମଧ୍ୟରୁ କେଦାର ଯାଦବ ଏବଂ ମନୀଷ ପାଣ୍ଡେଙ୍କୁ ବାଦ ଦିଆ ଯାଇଥିବା ବେଳେ। ଏଥିରେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ୟୁଜବେନ୍ଦ୍ର ଚହଲଙ୍କୁ ପଦୋନ୍ନତି ମିଳିଛି।

ସେହିପରି ଏହି ବାର୍ଷିକ ଚୁକ୍ତିରେ ମହମ୍ମଦ ସିରାଜ, ଶୁଭମାନ ଗିଲ ଏବଂ ଅକ୍ଷାର ପଟେଲଙ୍କୁ ନୂଆ ମୁଁହ ଭାବରେ ଚୁକ୍ତି ପ୍ରଦାନ କରାଯାଇଛି।

ବିସିସିଆଇ କେନ୍ଦ୍ରୀୟ ଚୁକ୍ତିନାମାର ଶୀର୍ଷ ବ୍ରାକେଟ୍ ରେ ବିରାଟ କୋହଲି, ରୋହିତ ଶର୍ମା ଏବଂ ଜସପ୍ରୀତ ବୁମ୍ରା ରହିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ସର୍ବୋତ୍ତମ ଗ୍ରେଡ୍-ଏ ପ୍ଲସ୍ ଖେଳାଳିଙ୍କୁ ବର୍ଷିକ ୭ କୋଟି ଟଙ୍କା ଦରମା ମିଳିବ ବୋଲି ଆଶା କରାଯାଉଛି। ସେହିପରି ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ପାଞ୍ଚ କୋଟି ଟଙ୍କା ସହ ଗ୍ରେଡ୍ ଏ ବ୍ରକେଟ୍ ପାଇଁ ପଦୋନ୍ନତି ଦିଆଯାଇଛି।

ଏଥି ସହିତ ଶୁଭମାନ ଗିଲ ଏବଂ ମହମ୍ମଦ ସିରାଜ ସେମାନଙ୍କର ପ୍ରଥମ କେନ୍ଦ୍ରୀୟ ଚୁକ୍ତିନାମା ପାଇଛନ୍ତି ଯାହା ଗ୍ରେଡ୍ ସି ବ୍ରକେଟରେ ରହିଛି। ଏହାର ପରିମାଣ ବାର୍ଷିକ ଏକ କୋଟି ଟଙ୍କା ବୋଲି ଜଣା ଯାଉଛି। ସେହିପରି ଫାଷ୍ଟ ବୋଲର ଭୁବନେଶ୍ୱର କୁମାରଙ୍କୁ ଗ୍ରେଡ୍ ସି ବ୍ରକେଟକୁ ହ୍ରାସ କରାଯାଇଛି। ଏଥି ସହିତ ମନୀଷ ପାଣ୍ଡେ ଏବଂ କେଦାର ଯାଦବଙ୍କୁ ବାର୍ଷିକ ଚୁକ୍ତିରୁ ବାଦ ଦିଆଯାଇଛି।

ଦେଖନ୍ତୁ ପୁରା ଲିଷ୍ଟ:-

ଗ୍ରେଡ୍-ଏ ପ୍ଲସ୍: ବିରାଟ କୋହଲି, ରୋହିତ ଶର୍ମା, ଜସପ୍ରୀତ ବୁମ୍ରା।

ଗ୍ରେଡ୍-ଏ: ରବିଚନ୍ଦ୍ରନ୍ ଅଶ୍ୱିନ୍, ରବିନ୍ଦ୍ର ଜାଡେଜା, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହାନେ, ଶିଖର ଧାୱନ, ଲୋକେଶ ରାହୁଲ, ମହମ୍ମଦ ଶାମି, ଇଶାନ୍ତ ଶର୍ମା, ରିଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା

ଗ୍ରେଡ୍-ବି: ରିଦ୍ଧିମାନ ସାହା, ଉମେଶ ଯାଦବ, ଭୂବନେଶ୍ୱର କୁମାର, ଶାର୍ଦ୍ଦୁଲ ଠାକୁର ଏବଂ ମୟଙ୍କ ଅଗ୍ରୱାଲ

ଗ୍ରେଡ଼-ସି: କୁଲଦୀପ ଯାଦବ, ନବଦୀପ ସୈନି, ଦୀପକ ଚହର, ଶୁଭମାନ ଗିଲ, ହନୁମା ବିହାରୀ, ଅକ୍ଷର ପଟେଲ, ଶ୍ରେୟସ୍ ଅୟର, ୱାଶିଂଟନ୍ ସୁନ୍ଦର, ୟୁଜବେନ୍ଦ୍ର ଚହଲ ଏବଂ ମହମ୍ମଦ ସିରାଜ।