T-20 ବିଶ୍ୱକପ: ଭାରତକୁ ଚେତାବନୀ ଦେଲେ ପାକିସ୍ତାନୀ ଅଧିନାୟକ ! ଜାଣନ୍ତୁ କାହିଁକି ପାକିସ୍ତାନର ଆତ୍ମବିଶ୍ୱାସ ଏତେ ଅଧିକ ?

 
Babar azam

ଗତକାଲି ଆଇସିସି ପକ୍ଷରୁ ଚଳିତ ବର୍ଷ ହେବାକୁ ଥିବା ଟି-୨୦ ବିଶ୍ୱକପର କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ଏହି ଟୁର୍ଣ୍ଣାମେଣ୍ଟ ୧୭ ଅକ୍ଟୋବରରୁ ଆରମ୍ଭ ହୋଇ ୧୪ ନଭେମ୍ବର ପର୍ଯ୍ୟନ୍ତ ଚାଲୁ ରହିବ। ଓମାନ ଏବଂ UAE ରେ ହେବାକୁ ଥିବା ଏହି ପ୍ରତିଯୋଗିତାରେ ଭାରତ ଅକ୍ଟୋବର ୨୪ ତାରିଖରେ ଚିରପ୍ରତିଦ୍ବନ୍ଦି ପାକିସ୍ତାନ ବିରୁଦ୍ଧରେ ଏହାର ପ୍ରଥମ ମ୍ୟାଚ ଖେଳିବ। ଏହି ମ୍ୟାଚକୁ ନେଇ ଉଭୟ ଦେଶର ପ୍ରଶଂସକ ମାନଙ୍କ ମଧ୍ୟରେ ଏବେ ଠାରୁ ଉତ୍ସାହ ବଢ଼ିବାରେ ଲାଗିଛି।

Babar

ତେବେ, ଭାରତ ବିପକ୍ଷ ମ୍ୟାଚକୁ ନେଇ ପାକିସ୍ତାନ ଅଧିନାୟକ ବାବର ଆଜମ୍ ମୁହଁ ଖୋଲିଛନ୍ତି। ପାକିସ୍ତାନ ଏହି ମ୍ୟାଚରେ ଭାରତକୁ ହରାଇବା ପାଇଁ ବଦ୍ଧ ପରିକର ବୋଲି ବାବର ଚେତାବନୀ ଦେଇଛନ୍ତି। ପାକିସ୍ତାନ କ୍ରିକେଟ ଦଳ ୟୁଏଇରେ ଗତ ଏକ ଦଶନ୍ଧି ଧରି ଲଗାତାର ଖେଳି ଆସୁଛି ତେଣୁ ଏହା ତାଙ୍କ ଦଳ ପାଇଁ ଘରୋଇ ପରିବେଶ ପରି ରହିବ ଯାହାର ସେମାନେ ଫାଇଦା ଉଠାଇବାକୁ ଚେଷ୍ଟା କରିବେ ବୋଲି ବାବର କହିଛନ୍ତି। 

Ind vs pak

ଏଥିସହିତ ପାକିସ୍ତାନ ଦଳ ଟି-୨୦ ଫର୍ମାଟରେ ଲଗାତାର ଭଲ ପ୍ରଦର୍ଶନ କରି ଆଇସିସି ର଼୍ୟାଙ୍କିଂରେ ଶୀର୍ଷ ସ୍ଥାନରେ ପହଞ୍ଚି ପାରିଛି। ଏବେ ଭାରତ ବିପକ୍ଷ ମୁକାବିଲାକୁ ନେଇ ଖେଳାଳିମାନେ ଉତ୍ସାହିତ ଅଛନ୍ତି। ଏହି ଟୁର୍ଣ୍ଣାମେଣ୍ଟ ସେମାନେ ଦକ୍ଷତା ପ୍ରଦର୍ଶନ କରିବାର ସୁଯୋଗ ଭାବେ ଦେଖୁଛନ୍ତି ଏବଂ ସେମାନେ ଏସିଆରେ ଆଇସିସିର ପ୍ରମୁଖ ପ୍ରତିଯୋଗିତା ଜିତିଥିବା ପ୍ରଥମ ପାକିସ୍ତାନୀ ଦଳ ହୋଇପାରିବେ ବୋଲି ଦୃଢ଼ ବିଶ୍ୱାସ ରଖିଥିବା ବାବର କହିଛନ୍ତି।ରଖିଥିବା ବାବର କହି