ବିଶ୍ଵକପ୍ ଜିତିବା ଖୁସିରେ ପାଗଳ ହେଲେ ଅଷ୍ଟ୍ରେଲିଆ ଖେଳାଳୀ! ପିନ୍ଧିଥିବା ଜୋତାକୁ ପାଦରୁ କାଢି ମଦ ଢାଳି ପିଇଲେ, ଦେଖନ୍ତୁ ଭିଡ଼ିଓ

 
Australia cricket players

ଗତକାଲି ରୋମଞ୍ଚକର ଫାଇନାଲ୍ ମ୍ୟାଚରେ ଅଷ୍ଟ୍ରେଲିଆ ୮ ୱିକେଟରେ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରିଛି। ଏଥିସହିତ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ ଟି-୨୦ ବିଶ୍ୱକପ ବିଜେତା ହୋଇପାରିଛି। ଏଥିସହିତ ଭାରତ, ପାକିସ୍ତାନ, ୱେଷ୍ଟଇଣ୍ଡିଜ୍, ଶ୍ରୀଲଙ୍କା, ଇଂଲଣ୍ଡ ପରେ ଅଷ୍ଟ୍ରେଲିଆ ଷଷ୍ଠ ଦଳ ଭାବରେ ଏହି ଟ୍ରଫି ଜିତିବାରେ ସକ୍ଷମ ହୋଇଛି। ଟି-୨୦ ବିଶ୍ୱକପର ସପ୍ତମ ସଂସ୍କରଣରେ ଅଷ୍ଟ୍ରେଲିଆ ଏହି କୃତିତ୍ୱ ହାସଲ କରିବାରେ ସଫଳ ହୋଇଛି।

Australia

ତେବେ, ଏହି ବିଜୟ ପରେ ଅଷ୍ଟ୍ରେଲିଆର ଖେଳାଳିମାନଙ୍କର ସେଲିବ୍ରେସନର ଏକ ଭିଡ଼ିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ଏହି ଭିଡ଼ିଓରେ ଅଷ୍ଟ୍ରେଲିୟ ଖେଳାଳି ମ୍ୟାଥୟୁ ୱେଡ଼ ଏବଂ ମାର୍କସ୍ ଷ୍ଟୋଇନିସ୍ ଜିତିବା ଖୁସିରେ ଜୋତା ଭିତରେ ବିୟର୍ ଭର୍ତ୍ତି କରି ପିଉଥିବାର ଦେଖିବାକୁ ମିଳିଛି। ପ୍ରଥମଥର ପାଇଁ ଟି-୨୦ ବିଶ୍ୱକପ ଜିତିଥିବା ଖୁସିରେ ଅଷ୍ଟ୍ରେଲିୟ ଖେଳାଳି ମାନଙ୍କର ଏଭଳି ସେଲିବ୍ରେସନର ଭିଡ଼ିଓ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଯାଇଛି। ଦେଖନ୍ତୁ ଭିଡ଼ିଓ:-

ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୪ଟି ୱିକେଟ୍ ହରାଇ ୧୭୨ ରନ୍ ସଂଗ୍ରହ କରିଥିଲା। ଅଧିନାୟକ କେନ୍ ୱିଲିୟମସନ୍ ୪୮ ବଲରେ ୮୫ ରନ୍ କରିଥିଲେ। ଏହାର ଜବାବରେ ଅଲରାଉଣ୍ଡର ମିଚେଲ ମାର୍ସ (୭୭ଞ୍ଚ ରନ୍, ୫୦ ବଲ୍, ୬ ଚୌକା, ୪ ଛକା) ଏବଂ ଓପନର ଡେଭିଡ୍ ୱାର୍ଣ୍ଣରଙ୍କ(୫୩ ରନ୍, ୩୮ ବଲ୍, ୪ ଚୌକା, ୩ ଛକା) ବିସ୍ଫୋରକ ଅର୍ଦ୍ଧଶତକ ବଳରେ ମାତ୍ର ୨ ୱିକେଟ୍ ହରାଇ ମ୍ୟାଚ ଜିତି ନେଇଥିଲା।