ଗମ୍ଭୀରଙ୍କ ସହ ଝଗଡ଼ା ହେବାରୁ ଅବସର ନେଲେ ଅଶ୍ୱିନ? ସାମ୍ନାକୁ ଆସିଲା ଆଶ୍ଚର୍ଯ୍ୟକର ଖବର

 
Ashwin

ଅଷ୍ଟ୍ରେଲିଆ ବିପକ୍ଷ ବ୍ରିସବେନ ଟେଷ୍ଟ ପରେ ରବିଚନ୍ଦ୍ରନ ଅଶ୍ୱିନ୍‌ ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେଇଛନ୍ତି। ତେବେ ଅଶ୍ୱିନ୍‌ଙ୍କ ଅବସରକୁ ନେଇ ଅନେକ ପ୍ରଶ୍ନ ଉଠିଛି । ପାକିସ୍ତାନର ପୂର୍ବତନ କ୍ରିକେଟର ବାସିତ ଅଲି ବିଶ୍ୱାସ କରନ୍ତି ଯେ ଯଦି ବିରାଟ କୋହଲି ଅଧିନାୟକ ହୋଇଥାନ୍ତେ, ତେବେ ବୋଧହୁଏ ଅଶ୍ୱିନ୍‌ଙ୍କୁ ଅବସର ନେବାକୁ ଅନୁମତି ଦେଇ ନ ଥାନ୍ତେ।

ଅନ୍ୟପଟେ ଗମ୍ଭୀର ଏବଂ ଅଶ୍ଵିନୀଙ୍କ ମଧ୍ୟରେ ଝଗଡ଼ା ହେବାର ଏକ ଫଟୋ ଏବେ ସାମ୍ନାକୁ ଆସିଛି । ଏହି ଖବର ଆସିବା ପରେ ଏହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବା ସହ ବିପକ୍ଷ ଶିବିରର ଭେଟେରାନ ସ୍ପିନର ନାଥନ ଲିଅନ ମଧ୍ୟ ଚକିତ ହୋଇ ପଡିଛନ୍ତି । ୩୮ ବର୍ଷୀୟ ଖେଳାଳୀ ଅଶ୍ଵିନୀ ମଧ୍ୟ ଦଳର ଅନ୍ୟତମ ଖେଳାଳି ଥିଲେ । ନ୍ୟୁଜଲ୍ୟାଣ୍ଡ ଟେଷ୍ଟ ସିରିଜକୁ ଛାଡି ସେ ବଙ୍ଗଳାଦେଶ ବିପକ୍ଷ ପ୍ଲେୟର ଅଫ ଦ ସିରିଜ୍ ଥିଲେ ।

Cricket

ଏବେ ତାଙ୍କର ଏଭଳି ନିଷ୍ପତ୍ତିକୁ ନେଇ ସବୁଠି ଚର୍ଚ୍ଚା ହେଉଛି । ତାଙ୍କର ଅବସର ପଛରେ କିଛି ପ୍ରମୁଖ କାରଣ ରହିଛି ବୋଲି ଏବେ ସୂଚନା ମିଳୁଛି । ଏବେ ତାଙ୍କର ଏକ ଫଟୋ ଭାଇରାଲ ହେଉଛି ଯେଉଁଥିରେ କୁହାଯାଉଛି କି ଅବସର ଘୋଷଣା ପୂର୍ବରୁ ଅଶ୍ଵିନୀ ଏବଂ ଗମ୍ଭୀର ବ୍ରିସବେନରେ ଝଗଡ଼ା ଲାଗିଥିଲେ । ଏହି ଫଟୋରେ ଅଶ୍ଵିନୀ ଭାରତୀୟ ମୁଖ୍ୟ ପ୍ରଶିକ୍ଷକଙ୍କ ଆଡ଼କୁ ଅଙ୍ଗୁଳି ଦେଇ କିଛି କହୁଛନ୍ତି ଆଉ ଏହାସହ ଗମ୍ଭୀର ମଧ୍ୟ ରାଗି ଥିବାର ନଜର ଆସିଛନ୍ତି । ଏହି ଫୁଟେଜ ଦେଖିଲେ ଲାଗୁଛି ଉଭୟଙ୍କ ମଧ୍ୟରେ ଯୁକ୍ତି ତର୍କ ହୋଇଛି ।

କିନ୍ତୁ ଏହି ଘଟଣାର ସତ୍ୟତା ଏପର୍ଯ୍ୟନ୍ତ ଜଣାପଡିନାହିଁ । ଅଶ୍ଵିନୀଙ୍କ ସହିତ ଏଭଳି ଅନେକ କିଛି ଘଟଣା ଘଟିଥିଲା ଯାହା କାରଣରୁ ସେ କ୍ରୋଧିତ ହୋଇ ଯାଇଥିଲେ । ତାଙ୍କୁ ପ୍ଲେଇଂ ଇଲେଭେନରେ ସ୍ଥାନ ଦେଇନଥିଲେ । ଏହାପରେ ଅଶ୍ଵିନୀଙ୍କୁ ଅଷ୍ଟ୍ରେଲିଆ ଠାରେ ହେଉଥିବା ଖେଳରେ ଅଧିନାୟକ ରୋହିତ ଶର୍ମା ତାଙ୍କୁ ପ୍ଲେଇଁ ୧୧ ଜଣ ଖେଳାଳିଙ୍କ ମଧ୍ୟରେ ସ୍ଥାନ ଦେଇଥିଲେ । ଏହାପରେ ବ୍ରିସବେନରେ ହେଉଥିବା ଖେଳରେ ପୁଣି ତାଙ୍କୁ ଡ୍ରପ କରି ଦିଆଗଲା । ରବୀନ୍ଦ୍ର ଜାଡେଜା ତାଙ୍କର ସ୍ଥାନ ନେଇଥିଲେ । ଏହିସବୁ ଅନେକ କାରଣ ପାଇଁ ସେ କ୍ରୋଧିତ ହୋଇଥିଲେ ଆଉ ତାପରେ ସେ ଅବସର ନେବାକୁ ସ୍ଥିର କରିଥିଲେ ।