IPLରୁ ଓହରିବା ପରେ କରୋନାରେ IPL ଆୟୋଜନକୁ ନେଇ ଆଣ୍ଡୟୁ ଟାୟଙ୍କ ପ୍ରଶ୍ନ, କହିଲେ ଭାରତ ସରକାର କେମିତି..

 
IPLରୁ ଓହରିବା ପରେ କରୋନାରେ IPL ଆୟୋଜନକୁ ନେଇ ଆଣ୍ଡୟୁ ଟାୟଙ୍କ ପ୍ରଶ୍ନ, କହିଲେ ଭାରତ ସରକାର କେମିତି..

ଭାରତରେ କରୋନା ଭାଇରସ୍ ମାମଲା ଏବଂ ବାୟୋ ସିକ୍ୟୁର ବବଲ୍ ର ଥକ୍କା କାରଣରୁ ଇଣ୍ଡିଆନ୍ ପ୍ରିମିୟର ଲିଗର 14 ତମ ସିଜିନରୁ ଘରକୁ ଫେରିଥିବା ଅଷ୍ଟ୍ରେଲୀୟ ଖେଳାଳି ଆଣ୍ଡ୍ରିୟୁ ଟାଇ ମହାମାରୀ ମଧ୍ୟରେ କ୍ରିକେଟ୍ ଟୁର୍ନାମେଣ୍ଟ ଆୟୋଜନ କରିବାକୁ ଭାରତୀୟ କ୍ରିକେଟ୍ ବୋର୍ଡର ନିଷ୍ପତି ଉପରେ ପ୍ରଶ୍ନ କରିଛନ୍ତି।

କ୍ରିକେଟ୍ ଅଷ୍ଟ୍ରେଲିଆ ୱେବସାଇଟରୁ ଆଇପିଏଲକୁ ଫେରିବା ନିଷ୍ପତ୍ତି ପଛର କାରଣ ଉପରେ ଆଲୋଚନା କରି ଟାଇ କହିଛନ୍ତି ଯେ ଜଣେ ଖେଳାଳିଙ୍କ ଦୃଷ୍ଟିକୋଣରୁ ଆମେ ବର୍ତ୍ତମାନ ସୁରକ୍ଷିତ କିନ୍ତୁ କେତେ ଦିନ ପର୍ଯ୍ୟନ୍ତ ଆମେ ସୁରକ୍ଷିତ ରହିବୁ?

ବିସିସିଆଇ ଏବଂ ଆଇପିଏଲ୍ ଇଭେଣ୍ଟକୁ ଅନୁମୋଦନ କରିବାକୁ ଭାରତ ସରକାରଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ କରି ଟାଇ କହିଛନ୍ତି, “କିନ୍ତୁ ଏକ ଭାରତୀୟ ଦୃଷ୍ଟିକୋଣରୁ ଏହି କମ୍ପାନୀ ଏବଂ ଫ୍ରାଞ୍ଚାଇଜ୍ ଗୁଡ଼ିକ ଏବଂ ସରକାର ଆଇପିଏଲରେ ଏତେ ଟଙ୍କା ଖର୍ଚ୍ଚ କେମିତି ଖର୍ଚ୍ଚ କରି ପାରୁଛନ୍ତି ଯେତେବେଳେ ଅନ୍ୟ ପକ୍ଷରେ ଦେଖିବାକୁ ଗଲେ ଏଠାରେ ଲୋକମାନେ ଡାକ୍ତରଖାନାରେ ବେଡ୍ ପାଇବା କଷ୍ଟକର ହୋଇପଡିଛି। ଅକ୍ସିଜେନ କାରଣରୁ ଲୋକମାନେ ମୃତ୍ୟୁ ବରଣ କରୁଛନ୍ତି"

ଟାଇ ଆହୁରି କହିଛନ୍ତି, ଯଦି ଖେଳ ଜାରି ରହିଥାଏ ଏବଂ ଲୋକଙ୍କ ପାଇଁ ଚାପ ହ୍ରାସ କରେ ଏବଂ ସେମାନଙ୍କୁ ଆଶା ଦିଏ ଯେ ଦୁନିଆରେ ସବୁକିଛି ଠିକ ଅଛି ଏବଂ ଏହି ଅନ୍ଧକାରର ଶେଷରେ ଆଲୋକର କିରଣ ଅଛି, ତେବେ ମୁଁ ଭାବୁଛି ଏହା ଜାରି ରଖିବା ଉଚିତ୍। ଅଷ୍ଟ୍ରେଲୀୟ ଖେଳାଳି ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ଜାଣେ ଯେ ସମସ୍ତେ ସମାନ ଅନୁଭବ କରୁନାହାଁନ୍ତି ଏବଂ ସେମାନଙ୍କୁ ମୁଁ ସମ୍ପୂର୍ଣ୍ଣ ସମ୍ମାନ କରନ୍ତି।