ଦେଖନ୍ତୁ ଭିଡ଼ିଓ: RCB ବିପକ୍ଷ ମ୍ୟାଚରେ ଅମିତ ମିଶ୍ର ବଲ୍ ରେ ଲଗାଇଲେ ଛେପ, ଅମ୍ପାୟାର ଦେଲେ ଚେତାବନୀ, ଦେଖନ୍ତୁ ପନ୍ତଙ୍କ ରିଏକ୍ସନ

 
ଦେଖନ୍ତୁ ଭିଡ଼ିଓ: RCB ବିପକ୍ଷ ମ୍ୟାଚରେ ଅମିତ ମିଶ୍ର ବଲ୍ ରେ ଲଗାଇଲେ ଛେପ, ଅମ୍ପାୟାର ଦେଲେ ଚେତାବନୀ, ଦେଖନ୍ତୁ ପନ୍ତଙ୍କ ରିଏକ୍ସନ

ଆରସିବି ଏବଂ ଦିଲ୍ଲୀ କ୍ୟାପିଟାଲସ୍ ମଧ୍ୟରେ ଆଇପିଏଲ୍ ୨୦୨୧ ର ୨୨ ତମ ମ୍ୟାଚ୍ ରେ ଏପରି ଏକ ଘଟଣା ଘଟିଥିଲା ​​ଯାହାକୁ ନେଇ ଦିଲ୍ଲୀ ଟିମ୍ କୁ ହଟ ହଟା ହେବାକୁ ପଡିଥିଲା। କରୋନା ମହାମାରୀ ପାଇଁ ଗତ ବର୍ଷ ଠାରୁ ଲାଗୁ ହୋଇଥିବା ଏହି ନିୟମ କୁ ଦିଲ୍ଲୀ କ୍ୟାପିଟାଲସ୍ ର ବରିଷ୍ଠ ବୋଲର ଅମିତ ମିଶ୍ର ଏହି ମ୍ୟାଚରେ ଭୁଲବଶତଃ ଭାଙ୍ଗି ଦେଇଥିଲେ।

ପ୍ରକୃତରେ ଦିଲ୍ଲୀ କ୍ୟାପିଟାଲସ୍ ର ସ୍ପିନର ଅମିତ ମିଶ୍ର ସପ୍ତମ ଓଭରର ପ୍ରଥମ ବଲ ଫିଙ୍ଗିବା ପୂର୍ବରୁ ବଲରେ ଲାଳ ଲଗାଇଥିଲେ। ପୂର୍ବରୁ ବଲ ଉପରେ ଲାଳ ଲଗାଇବାର ପ୍ରଥା ରହି ଆସିଥିଲା କିନ୍ତୁ କରୋନା ମହାମାରୀ ପାଇଁ ଏବେ ପାଇଁ ଆଇସିସି ଏହାକୁ ବର୍ଜନ କରିଛି। ତେବେ ଏପରି କରିବା ପରେ ଫିଲ୍ଡ ଅମ୍ପାୟାର ତୁରନ୍ତ ମିଶ୍ରଙ୍କୁ ଏବଂ ଦଳର ଅଧିନାୟକ ଋଷବ ପାନ୍ତଙ୍କୁ ପ୍ରଥମ ଚେତାବନୀ ଦେଇଥିଲେ। ଏହା ପରେ ଅମ୍ପାୟାର ବଲ୍ କୁ ସାନିଟାଇଜ୍ କରି ସରିବା ପରେ ଖେଳ ପୁଣି ଆରମ୍ଭ ହୋଇଥିଲା।


ଏଠାରେ ଉଲ୍ଲେଖଯୋଗ୍ୟ ଯେ ଆଇସିସି ର ନୂତନ ନିୟମ ଅନୁଯାଇ ବଲ ରେ ଲାଳ ଲଗାଇଲେ ପ୍ରଥମ ଚେତାବନୀ ଦିଆ ଯାଇଥାଏ ଏବଂ ଦୂତୀୟ ଥର ଏପରି କରିଲେ ଦଣ୍ଡ ସ୍ୱରୂପ ଏଥିପାଇଁ ୫ ରନ୍ ପେନାଲ୍ଟି ବିପକ୍ଷ ଟିମ୍ ର ରନ୍ ରେ ମିଶାଇ ଦିଆ ଯାଇଥାଏ।