ନ୍ୟୁଜିଲାଣ୍ଡ ଠାରୁ ଲଜ୍ଜାଜନକ ପରାଜୟ ପରେ ଏହି ଖେଳାଳୀକୁ ଦୋଷ ଦେଲେ ରୋହିତ୍, କହିଲେ ହାରିବାର ବଡ଼ କାରଣ

 
ରୋହିତ ଶର୍ମା

ଘରୋଇ ମାଟିରେ ଲଜ୍ଜାଜନକ ପରାଜୟ ମୁଣ୍ଡାଇଛି ଭାରତ। ଭାରତକୁ ପ୍ରଥମଥର ପାଇଁ ଟେଷ୍ଟ ସିରିଜରେ ମୂଳପୋଛ କରି ଦେଇଛି ଭ୍ରମଣକାରୀ ନ୍ୟୁଜିଲ୍ୟାଣ୍ଡ। ଶେଷ ମ୍ୟାଚ୍ ସହ କ୍ୱିୱି ଟିମ ୩-୦ରେ ଭାରତକୁ ହରାଇ ଐତିହାସିକ ବିଜୟ ହାସଲ କରିଛି। ତୃତୀୟ ଟେଷ୍ଟରେ ଭାରତ ୨୫ ରନରେ ହାରିବା ପରେ ବିଶ୍ୱ ଟେଷ୍ଟ ଚାମ୍ପିୟନ୍ସଶିପ ପଏଣ୍ଟ ଟେବୁଲରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି।

ଦୀର୍ଘ ଦିନ ଧରି ପଏଣ୍ଟ ଟେବୁଲର ୧ ନଂ ସ୍ଥାନରେ ରହିବା ସହ ଫାଇନାଲ ଖେଳିବା ଦିଗରେ ଆଗକୁ ବଢ଼ୁଥିବା ଭାରତକୁ ପରାଜୟ ପରେ ଝଟକାର ସମ୍ମୁଖୀନ ହେବାକୁ ପଡ଼ିଛି। ଦଳ ଆଉ ଏବେ ୧ ନଂ ସ୍ଥାନରେ ନାହିଁ। ଦଳ ଅଷ୍ଟ୍ରେଲିଆ ତଳକୁ ଖସି ଯାଇଛି। ଏଥିସହ ଶ୍ରୀଲଙ୍କାର ବିଜୟ ପ୍ରତିଶତ ପଏଣ୍ଟ(ପିସିଟି) ସହ ଭାରତ ବିପଦଜନକ ଭାବେ ଅତି ନିକଟରେ ପହଞ୍ଚି ଯାଇଛି।

Test cricket

ଅଷ୍ଟ୍ରେଲିଆ ଏବେ ୧ନଂ ସ୍ଥାନରେ ରହିଥିବା ବେଳେ ଭାରତ ଦ୍ୱିତୀୟ ଓ ଶ୍ରୀଲଙ୍କା ତୃତୀୟ ସ୍ଥାନରେ ରହିଛି। ନ୍ୟୁଜିଲ୍ୟାଣ୍ଡ ସିରିଜ ବିଜୟ ସହ ୪ର୍ଥକୁ ଉଠିଛି। ନଭେମ୍ବର ୨୨ରୁ ଭାରତ ବର୍ଡର ଗାଭାସ୍କର ଟ୍ରଫି ଖେଳିବାକୁ ଅଷ୍ଟ୍ରେଲିଆ ଯିବ। ଏହି ସିରିଜର ଫଳାଫଳ ଭାରତକୁ ଫାଇନାଲ ଟିକେଟ ଦେବ। ଅନ୍ୟଥା ଭାରତୀୟ ଟିମ ଫାଇନାଲ ଖେଳିବାରୁ ବଞ୍ଚିତ ହେବ। ଏହି ପରାଜୟ ପରେ ଏବେ ରୋହିତ ଶର୍ମାଙ୍କର ଏକ ବଡ ବିବୃତି ଆସିଛି। ରୋହିତ କହିଛନ୍ତି ଟିମ୍ ଇଣ୍ଡିଆକୁ କେଉଁ କାରଣରୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଲା।

ପରାଜୟ ପରେ ରୋହିତ କହିଛନ୍ତି, ହଁ ଅବଶ୍ୟ, ସିରିଜ୍ ହାରିବା, ଟେଷ୍ଟ ହାରିବା କେବେ ସହଜ ନୁହେଁ। ଏହା ଏପରି କିଛି ଯାହା ସହଜରେ ସହ୍ୟ ହୁଏ ନାହିଁ। ପୁନଶ୍ଚ, ଆମେ ଆମର ଶ୍ରେଷ୍ଠ କ୍ରିକେଟ୍ ଖେଳି ନାହୁଁ, ଆମେ ଜାଣୁ ଏବଂ ଏହାକୁ ଗ୍ରହଣ କରିବାକୁ ପଡିବ। ଆମ ଅପେକ୍ଷା ନ୍ୟୁଜିଲ୍ୟାଣ୍ଡ ବହୁତ ଭଲ ପ୍ରଦର୍ଶନ କରିଥିଲା । ଆମେ ବହୁତ ଭୁଲ କରିଛୁ ଏବଂ ଏହାକୁ ସ୍ୱୀକାର କରିବାକୁ ପଡିବ।

ଆମେ ବେଙ୍ଗାଲୁରୁ ଏବଂ ପୁଣେରେ ପର୍ଯ୍ୟାପ୍ତ ରନ୍ ସ୍କୋର କରିନାହୁଁ ତଥା ଖେଳରେ ଆମେ ବହୁତ ପଛରେ ରହିଥିଲୁ। ଏଠାରେ ଆମେ ୩୦ ରନ୍ର ଅଗ୍ରଣୀ ପାଇଲୁ, ଆମେ ଅନୁଭବ କଲୁ ଯେ ଆମେ ଆଗରେ ଅଛୁ, ଲକ୍ଷ୍ୟ ମଧ୍ୟ ହାସଲ ଯୋଗ୍ୟଥିଲା। ଆମକୁ ଚେଷ୍ଟା କରିବାକୁ ପଡିଥାନ୍ତା ଯାହା ଆମେ କରିବାରେ ବିଫଳ ହୋଇଥିଲୁ । ମୋ ନିଜ ବ୍ୟାଟିଂ ମଧ୍ୟ ନୈରାଶ୍ୟଜନକଥିବା ସେ କହିଛନ୍ତି।