ଚାତକ ପରି ଚାହିଁ ରହିଛନ୍ତି ଓଡ଼ିଆ କ୍ରିକେଟ ପ୍ରେମୀ! କେବେ ଚୂଡାନ୍ତ ଏକାଦଶରେ ସ୍ଥାନ ପାଇବେ ଶୁଭ୍ରାଂଶୁ? ଜାଣନ୍ତୁ ପୂରା ଖବର

 
Subharnshu

ଗତବର୍ଷ ଆଇପିଏଲ ଟାଇଟେଲ୍ ଜିତିବା ପରେ ଏ ବର୍ଷ ନୈରାଶ୍ୟଜନକ ପ୍ରଦର୍ଶନ କରିଛି ଚେନ୍ନାଇ ସୁପର କିଂଗ୍ସ। ଅବଶ୍ୟ ମୁମ୍ବାଇ ବିପକ୍ଷ ଗତ ମ୍ୟାଚରେ ରୋମାଞ୍ଚକର ବିଜୟ ହାସଲ କରିବା ପରେ ଚେନ୍ନାଇ ଦଳ ପ୍ଲେଅଫ୍ ଆଶା ଉଜ୍ଜୀବିତ ରଖିଛି। ଦଳର ପ୍ରଦର୍ଶନ ଯାହା ହେଉ ନା କାହିଁକି ଓଡ଼ିଆ କ୍ରିକେଟ ପ୍ରେମୀ ମାନଙ୍କର ନଜ଼ର କିନ୍ତୁ ସିଏସକେ ଦଳ ଉପରେ ହିଁ ରହିଛି।

Subhranshu

ଚଳିତବର୍ଷ ତୃତୀୟ ଓଡ଼ିଆ ଖେଳାଳି ଭାବରେ ଶୁଭ୍ରାଂଶୁ ସେନାପତି ଆଇପିଏଲ ଦଳରେ ସାମିଲ ହୋଇଛନ୍ତି। ମେଗା ଅକ୍ସନରେ ଚେନ୍ନାଇ ଦଳ ତାଙ୍କୁ ୨୦ ଲକ୍ଷ ଟଙ୍କାରେ କିଣିଛି। ତେବେ, ଶୁଭ୍ରାଂଶୁଙ୍କୁ ଚୂଡ଼ାନ୍ତ ଏକାଦଶରେ କେବେ ଖେଳିବାର ସୁଯୋଗ ମିଳିବ ସେଥିନେଇ କଳ୍ପନା ଜଳ୍ପନା ଜାରି ରହିଛି। ଅବଶ୍ୟ କେତୋଟି ମ୍ୟାଚରେ ଶୁଭ୍ରାଂଶୁ ବଦଳ ଖେଳାଳି ଭାବରେ ପଡ଼ିଆକୁ ଫିଲଡିଂ ପାଇଁ ଓଲ୍ହାଉଥିବା ଦେଖିବାକୁ ମିଳିଥିଲା।

Senapati

ଦଳର ଅଭ୍ୟାସ ସମୟରେ ଶୁଭ୍ରାଂଶୁଙ୍କୁ ଦେଖିବାକୁ ମିଳୁଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ ଓଡ଼ିଆ କ୍ରିକେଟର ହଳଧର ଦାସ ଓ ପରେ ବିପ୍ଳବ ସାମନ୍ତରାଏ ହାଇଦ୍ରାବାଦ ଦଳରେ ନଜର ଆସି ସାରିଛନ୍ତି। ଏମାନଙ୍କ ମଧ୍ୟରୁ କେବଳ ବିପ୍ଳବ ହିଁ ଏପର୍ଯ୍ୟନ୍ତ ଆଇପିଏଲର ଚୂଡାନ୍ତ ଦଳରେ ଖେଳିବାର ସୁଯୋଗ ପାଇ ପାରିଛନ୍ତି। ତେବେ, ଚଳିତବର୍ଷ ଯଦି ଶୁଭ୍ରାଂଶୁଙ୍କୁ ଚୂଡାନ୍ତ ଏକାଦଶରେ ଖେଳିବା ପାଇଁ ସୁଯୋଗ ମିଳେ ତେବେ ତାଙ୍କ ପ୍ରଦର୍ଶନ ଉପରେ ସମସ୍ତ ଓଡ଼ିଆଙ୍କର ଆଖି ରହିବ ନିଶ୍ଚିତ।

From around the web