ଖରାପ ଫର୍ମକୁ ନେଇ ପ୍ରତିକ୍ରିୟା ରଖିଲେ ବିରାଟ କୋହଲି! କହିଲେ,"ବିଶ୍ୱକପ ଜିତାଇବାକୁ କିଛି ବି କରିବି, ନହେଲେ...

 
Virat

ଦୀର୍ଘଦିନ ଧରି ଖରାପ ଫର୍ମ ଦେଇ ଗତି କରୁଛନ୍ତି ଭାରତର ଷ୍ଟାର ବ୍ୟାଟର୍ ବିରାଟ କୋହଲି। ସମ୍ପ୍ରତି ସମାପ୍ତ ହୋଇଥିବା ଇଂଲଣ୍ଡ ବିପକ୍ଷ ସିରିଜରେ ମଧ୍ୟ ତାଙ୍କ ବ୍ୟାଟରୁ ଅଧିକ ରନ୍ ଆସିନଥିଲା। ବିରାଟ ଶେଷ ୬ଟି ଇନିଂସରେ ମାତ୍ର ୭୬ ରନ୍ କରିବାରେ ସକ୍ଷମ ହୋଇଛନ୍ତି। ତେବେ, ତାଙ୍କ ଖରାପ ଫର୍ମକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏଥିନେଇ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ବିରାଟ।

Virat

ଷ୍ଟାର ସ୍ପୋର୍ଟସ୍ କୁ ଦେଇଥିବା ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ,"ମୋର ଲକ୍ଷ୍ୟ ହେଉଛି ଟିମ୍ ଇଣ୍ଡିଆକୁ ଏସିଆ କପ୍ ଏବଂ ବିଶ୍ୱକପ୍ ଜିତିବାରେ ସାହାଯ୍ୟ କରିବା। ଏଥିପାଇଁ ଯାହା କରିବାକୁ ହେବ, ମୁଁ ଏଥିପାଇଁ ପ୍ରସ୍ତୁତ"। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଆଗାମୀ ସେପ୍ଟେମ୍ବର ମାସରେ ଏସିଆ କପ୍ ଖେଳାଯିବ ଏବଂ ଅକ୍ଟୋବର ନଭେମ୍ବର ମାସରେ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ ଆୟୋଜିତ ହେବାକୁ ଯାଉଛି।

Vacation

ସେପ୍ଟେମ୍ବର ମାସରେ ଶ୍ରୀଲଙ୍କା ଏସିଆ କପ୍ ଆୟୋଜନ କରିବାକୁ ଯାଉଥିଲେ ହେଁ ଏହା ୟୁଏଇ ଠାରେ ଅନୁଷ୍ଠିତ ହେବ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ବିସିସିଆଇ ବିରାଟ କୋହଲିଙ୍କୁ ଅନ୍ତର୍ଜାତୀୟ କ୍ରିକେଟରୁ ବିଶ୍ରାମ ଦେଇଛି। ଆଗାମୀ ଏକ ମାସ ପର୍ଯ୍ୟନ୍ତ ବିରାଟ କୌଣସି ସିରିଜରେ ଭାଗ ନେବେ ନାହିଁ। ବର୍ତ୍ତମାନ ସେ ସ୍ତ୍ରୀ ଅନୁଷ୍କା ଏବଂ ଝିଅ ଭାମିକାଙ୍କ ସହିତ ପ୍ୟାରିସରେ ଛୁଟି କଟାଉଛନ୍ତି।