ପାକିସ୍ତାନ ଠାରୁ ହାରିବା ପରେ ଧୋନୀଙ୍କୁ ନେଇ ବଡ଼ ବୟାନ ଦେଲେ ବିରାଟ କୋହଲି, କହିଲେ ଧୋନୀ ମତେ...

 
Dhoni kohli

ଦୀର୍ଘଦିନ ଧରି ଖରାପ ଫର୍ମ ଦେଇ ଗତି କରୁଥିବା ବିରାଟ କୋହଲି ଏବେ ନିଜର ପୁରୁଣା ଲୟକୁ ଫେରୁଥିବା ନଜର ଆସୁଛି। ଚଳିତ ଏସିଆ କପରେ ବିରାଟ ୩ଟି ଇନିଂସରେ ୨ ଅର୍ଦ୍ଧଶତକ ହାସଲ କରି ସାରିଲେଣି। ଏଥିସହିତ ପ୍ରତିଯୋଗିତାରେ ସେ ଏବେ ଭାରତ ପାଇଁ ସବୁଠାରୁ ଅଧିକ ରନ୍ କରିଥିବା ଖେଳାଳି ଅଟନ୍ତି। ତେବେ, ସାମ୍ବାଦିକ ସମ୍ମିଳନୀରେ ତାଙ୍କ ଖରାପ ସମୟରେ କିଏ ସହଯୋଗ କରିଥିବା ନେଇ ପ୍ରଶ୍ନ ପଚରା ଯାଇଥିଲା।

Virat dhoni

ଏହି ପ୍ରଶ୍ନର ଉତ୍ତରରେ କୋହଲି କେବଳ ପୂର୍ବତନ ଭାରତୀୟ ଅଧିନାୟକ ଏମ୍.ଏସ୍ ଧୋନୀଙ୍କ ନାମ ନେଇଥିଲେ। ସେ କହିଛନ୍ତି ଯେ ଟେଷ୍ଟ ଦଳର ଅଧିନାୟକ ପଦ ଛାଡ଼ିବା ସମୟରେ କେବଳ ଧୋନୀଙ୍କ ପାଖରୁ ହିଁ ମୋତେ ମେସେଜ୍ ଆସିଥିଲା। ଟିଭି ସାମ୍ନାରେ ବସି ବହୁତ ଲୋକେ ବହୁତ କଥା କହିଥାନ୍ତି। ବହୁତ ଲୋକଙ୍କ ପାଖରେ ମୋର ଫୋନ ନମ୍ବର ରହିଛି କିନ୍ତୁ ଧୋନୀ ହିଁ ଏକମାତ୍ର ବ୍ୟକ୍ତି ଥିଲେ ଯିଏ ସେହି ସମୟରେ ମୋ ସହିତ କଥା ହୋଇଥିଲେ।

ସେ ଆହୁରି ମଧ୍ୟ କହିଥିଲେ ଯେ ଧୋନୀଙ୍କ ପ୍ରତି ତାଙ୍କର ଯଥେଷ୍ଟ ସମ୍ମାନ ରହିଛି ଏବଂ ସେ ମଧ୍ୟ ତାଙ୍କୁ ସମ୍ମାନ ଦିଅନ୍ତି। କୌଣସି ବିଷୟରେ କଥା ହେବା ବେଳେ ଉଭୟ ପକ୍ଷରେ କେହି ଅସୁରକ୍ଷିତ ମନେ କରନ୍ତି ନାହିଁ। ଯଦି କେହି ଟିଭି ସାମ୍ନାରେ ବସି ସାରା ବିଶ୍ୱ ଆଗରେ ମୋତେ ପରାମର୍ଶ ଦେଉଛନ୍ତି ତାହାର କୌଣସି ମୂଲ୍ୟ ନାହିଁ। ଯଦି ମୋ ମତଲବର କଥା ଅଛି ତେବେ ମୋ ସହିତ ସାମ୍ନାସାମ୍ନି କଥା ହେବା ଉଚିତ।