ଦେଖନ୍ତୁ ଭିଡ଼ିଓ: ଡ୍ୟାନ୍ସ ଫ୍ଲୋରରେ ଧୂମ୍ ନାଚିଲେ ବିରାଟ କୋହଲି, ଭିଡ଼ିଓ ଭାଇରାଲ

 
Virat Kohli

ଚଳିତବର୍ଷ ଆଇପିଏଲରେ ଭାରତୀୟ ଷ୍ଟାର ବ୍ୟାଟର୍ ବିରାଟ କୋହଲିଙ୍କର ଖରାପ ପ୍ରଦର୍ଶନ ଜାରି ରହିଛି। ଏପରି ପରିସ୍ଥିତିରେ କ୍ରିକେଟ ପଣ୍ଡିତମାନେ ତାଙ୍କୁ ଆଇପିଏଲ ରୁ ଓହରି ଯିବାପାଇଁ ପରାମର୍ଶ ଦେଇଛନ୍ତି। କିନ୍ତୁ, ବର୍ତ୍ତମାନ ବିରାଟ ସାଥି ଖେଳାଳିମାନଙ୍କ ସହିତ ନାଚୁଥିବାର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବିରାଟ 'ପୁଷ୍ପା ଚଳଚ୍ଚିତ୍ର'ର 'ଓ ଆଣ୍ଟୱା' ଗୀତରେ ନାଚୁଥିବାର ଦେଖିବାକୁ ମିଳୁଛି।

Kohli

ବାସ୍ତବରେ ଅଷ୍ଟ୍ରେଲିଆର ଅଲରାଉଣ୍ଡର ଗ୍ଲେନ୍ ମ୍ୟାକ୍ସୱେଲ ଭାରତୀୟ ମୂଳର ଭିନି ରମଣଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏହି ବିବାହରେ ପରିବାର ସଦସ୍ୟ ଏବଂ କିଛି ସାଙ୍ଗ ଉପସ୍ଥିତ ରହିଥିଲେ। ବର୍ତ୍ତମାନ ମ୍ୟାକ୍ସୱେଲ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳକୁ ତାଙ୍କ ବିବାହ ପାର୍ଟୀ ଦେଇଛନ୍ତି। ଏହି ପାର୍ଟିରେ ବିରାଟ କୋହଲିଙ୍କ ସହିତ ଆରସିବିର ସମସ୍ତ ଖେଳାଳି ଉପସ୍ଥିତ ଥିଲେ। କୋହଲି ଏକ କଳା କୁର୍ତ୍ତା ଏବଂ ଧଳା ପାଇଜାମାରେ ବହୁତ ଚମତ୍କାର ଦେଖାଯାଉଥିଲେ। ଡିଜେ ଫ୍ଲୋରରେ 'ଓଓ ଆଣ୍ଟାଭା' ଗୀତରେ ସେ ଅନ୍ୟ ଖେଳାଳି ମାନଙ୍କ ସହିତ ନାଚୁଥିବାର ଦେଖିବାକୁ ମିଳିଥିଲା। ଦେଖନ୍ତୁ ଭିଡ଼ିଓ:-