ପାକିସ୍ତାନ ବିପକ୍ଷ ପରାଜୟ ପରେ ଦଳରୁ ବାଦ୍ ପଡ଼ିପାରନ୍ତି ଏହି ଖେଳାଳି! ଚୂଡାନ୍ତ ଏକାଦଶରେ ସ୍ଥାନ ପାଇପାରନ୍ତି ଏହି ୩ ଖେଳାଳି

 
Indian team

ସୁପର-୪ ପର୍ଯ୍ୟାୟର ଦ୍ୱିତୀୟ ମ୍ୟାଚ୍‌ରେ ପାକିସ୍ତାନ ଭାରତକୁ ୫ ୱିକେଟରେ ପରାସ୍ତ କରିଛି। ଏହି ମ୍ୟାଚ୍ ଅତ୍ୟନ୍ତ ରୋମାଞ୍ଚକର ରହିଥିଲା, କିନ୍ତୁ ଏହି ମ୍ୟାଚରେ ଖେଳିଥିବା ଭାରତୀୟ ଦଳର ଚୂଡାନ୍ତ ଏକଦଶକୁ ନେଇ ଅନେକ ପ୍ରଶ୍ନ ଉଠିଛି। ଏପରିକି ପାକିସ୍ତାନର ପୂର୍ବତନ କ୍ରିକେଟର ଶୋଏବ ଅଖତର ଭାରତୀୟ ଦଳ ଏହାର ଚୂଡାନ୍ତ ଏକାଦଶକୁ ନେଇ ଦ୍ୱନ୍ଦ୍ୱରେ ରହିଥିବା କହିଛନ୍ତି। ପାକିସ୍ତାନକୁ ହରାଇବା ପରେ ଏବେ ଦଳରେ କିଛି ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ଏଭଳି ପରିସ୍ଥିତିରେ, ଆଜି ଆମ୍ଭେ ସେହି ୩ଟି ସମ୍ଭାବିତ ପରିବର୍ତ୍ତନ ବିଷୟରେ କହିବାକୁ ଯାଉଛୁ।

Rishabh pant

 ୧. ଋଷବ ପନ୍ତଙ୍କ ସ୍ଥାନରେ ଦିନେଶ କାର୍ତ୍ତିକ:- ଋଷବ ପନ୍ତ ଭାରତୀୟ ଦଳର ଜଣେ ପ୍ରମୁଖ ସଦସ୍ୟ ଅଟନ୍ତି। କିନ୍ତୁ, ବିଗତ ଦିନରେ ତାଙ୍କର ଟି-୨୦ ପ୍ରଦର୍ଶନ ସେପରି କିଛି ଭଲ ରହିନାହିଁ। ତାଙ୍କ ସ୍ଥାନରେ ପୂର୍ବରୁ ଖେଳି ଆସୁଥିବା ଦିନେଶ କାର୍ତ୍ତିକଙ୍କୁ ସାମିଲ କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି। ଦିନେଶ ବିଗତ ଆଇପିଏଲ୍ ସିଜନ ଠାରୁ ଚମତ୍କାର ପ୍ରଦର୍ଶନ କରି ଆସୁଛନ୍ତି।

Deepak hooda

 ୨. ଦୀପକ ହୁଡ୍ଡାଙ୍କ ସ୍ଥାନରେ ଅକ୍ଷର ପଟେଲ:- ଦୀପକ ହୁଡ୍ଡା ଜଣେ ପ୍ରତିଭାବାନ ବ୍ୟାଟର ଅଟନ୍ତି, ସେ ଭଲ ପ୍ରଦର୍ଶନ ମଧ୍ୟ କରୁଛନ୍ତି। କିନ୍ତୁ, ଆହତ ରବୀନ୍ଦ୍ର ଜାଡେଜାଙ୍କର ଉଚିତ ବଦଳ ଖେଳାଳି ହେଉଛନ୍ତି ଅକ୍ଷର ପଟେଲ। ଦଳର କମ୍ବିନେସନ୍ କୁ ସୁଧାରିବା ପାଇଁ ଦୀପକଙ୍କ ସ୍ଥାନରେ ଅକ୍ଷରଙ୍କ ଚୟନ କରାଯାଇପାରେ।

Chahal

 ୩. ୟୁଜବେନ୍ଦ୍ର ଚହଲଙ୍କ ସ୍ଥାନରେ ରବିଚନ୍ଦ୍ରନ ଅଶ୍ୱିନ୍:- ଆଇପିଏଲରେ ଚମତ୍କାର ପ୍ରଦର୍ଶନ କରି ଭାରତୀୟ ଦଳକୁ ଫେରିଥିବା ଲେଗ୍ ସ୍ପିନର ୟୁଜବେନ୍ଦ୍ର ଚହଲ ଚଳିତ ଏସିଆ କପରେ ସେଭଳି ଭଲ ପ୍ରଦର୍ଶନ କରିନାହାଁନ୍ତି। ତେଣୁ, ତାଙ୍କ ସ୍ଥାନରେ ଅନୁଭବି ସ୍ପିନର ଆର୍. ଅଶ୍ୱିନଙ୍କୁ ଚୂଡାନ୍ତ ଏକାଦଶରେ ସୁଯୋଗ ମିଳିପାରେ।




 

From around the web