ଶ୍ରୀଲଙ୍କା ବିପକ୍ଷ T20 ଓ ODI ପାଇଁ ଭାରତୀୟ ଦଳ ଘୋଷିତ! ପାଣ୍ଡ୍ୟା କ୍ୟାପଟେନ, ଦଳରୁ ବାହାର କରିଦିଆଗଲା ଏହି ସିନିଅର ଖେଳାଳୀକୁ, ଦେଖନ୍ତୁ ପୂରା ଦଳ

 
India squad

ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ୍ ଜିତିବା ପରେ ଶ୍ରୀଲଙ୍କା ବିରୁଦ୍ଧରେ ଟି-୨୦ ଏବଂ ଏକଦିବସୀୟ ମ୍ୟାଚ ଖେଳି ନୂଆବର୍ଷ ଆରମ୍ଭ କରିବ ଟିମ୍ ଇଣ୍ଡିଆ। ତେବେ, ଉଭୟେ ଟି-୨୦ ଏବଂ ଏକଦିବସୀୟ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଖାସ୍ କରି ଟି-୨୦ ଦଳରେ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖିବାକୁ ମିଳିଛି।

India Srilanka

ଏହି ସିରିଜ୍ ପାଇଁ ନିୟମିତ ରୋହିତ ଶର୍ମାଙ୍କ ସମେତ ଭେଟେରାନ ବ୍ୟାଟର୍ ବିରାଟ କୋହଲିଙ୍କୁ ସ୍ଥାନ ମିଳିନାହିଁ। ତାଙ୍କ ବଦଳରେ ହାର୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ଏବଂ ସୂର୍ଯ୍ୟକୁମାର ଯାଦବଙ୍କୁ ଉପଅଧିନାୟକ ଭାବରେ ଘୋଷଣା କରାଯାଇଛି। ସେହିପରି ନୂଆ ନାମ ଭାବରେ ଶିବମ୍ ମାଭିଙ୍କୁ ଟି-୨୦ ଦଳରେ ସାମିଲ କରାଯାଇଛି। ସେହିପରି ଋତୁରାଜ ଗାଇକୱାଡ୍ ଏବଂ ରାହୁଲ ତ୍ରିପାଠୀଙ୍କୁ ମଧ୍ୟ ଦଳରେ ସ୍ଥାନ ମିଳିଛି।

ଅନ୍ୟପକ୍ଷରେ ଶ୍ରୀଲଙ୍କା ବିପକ୍ଷ ODI ସିରିଜ୍ ପାଇଁ ରୋହିତ ଏବଂ ବିରାଟ ଦଳକୁ ଫେରିବେ। କେ.ଏଲ୍ ରାହୁଲଙ୍କୁ ମଧ୍ୟରେ ଦଳରେ ଚୟନ କରାଯାଇଛି। ସେହିପରି ଭେଟେରାନ ବୋଲର ମହମ୍ମଦ ସାମି ମଧ୍ୟ ଦଳକୁ ଫେରିଛନ୍ତି। କିନ୍ତୁ, ରବୀନ୍ଦ୍ର ଜାଡେଜା ଏବଂ ଯଶପ୍ରୀତ ବୁମ୍ରା ଏପର୍ଯ୍ୟନ୍ତ ସୁଦ୍ଧା ଆଘାତଜନିତ ସମସ୍ୟାରୁ ଓହରି ନଥିବାରୁ ସେମାନଙ୍କୁ ଦଳରେ ସାମିଲ କରାଯାଇନାହିଁ।

Hardik Rohit

ଶ୍ରୀଲଙ୍କା ବିପକ୍ଷ ଭାରତୀୟ ଟି-20 ସ୍କ୍ବାଡ୍‌: 

ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ସୂର୍ଯ୍ୟକୁମାର ଯାଦବ (ଉପଅଧିନାୟକ), ଇଶାନ କିଷନ, ଋତୁରାଡ ଗାଏକ୍ବାର୍ଡ, ଶୁଭମନ ଗିଲ, ଦୀପକ ହୁଡା, ରାହୁଲ ତ୍ରୀପାଠୀ, ସଞ୍ଜୁ ସାମସନ, ୱାଶିଂଟନ ସୁନ୍ଦର, ଅକ୍ଷର ପଟେଲ, ଯୁଝବେନ୍ଦ୍ର ଚହଲ, ଅର୍ଶଦୀପ ସିଂ, ହର୍ଷଲ ପଟେଲ, ଉମ୍ରାନ ମଲ୍ଲିକ, ଶିବମ ମାଭି, ମୁକେଶ କୁମାର

ଶ୍ରୀଲଙ୍କା ବିପକ୍ଷ ଭାରତୀୟ ଦିନିକିଆ ସ୍କ୍ବାଡ୍‌: 

ରୋହିତ ଶର୍ମା (ଅଧିନାୟକ),ହାର୍ଦ୍ଦିକ ପାଣ୍ଡ୍ୟା (ଉପଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଶ୍ରେୟାସ ଆୟର, କେଏଲ ରାହୁଲ, ଇଶାନ କିଷାନ,ୱାଶିଂଟନ ସୁନ୍ଦର,ଯୁଝବେନ୍ଦ୍ର ଚହଲ, କୁଳଦୀପ ଯାଦବ, ଅକ୍ଷର ପଟେଲ, ମହମ୍ମଦ ଶାମି, ମହମ୍ମଦ ସିରାଜ, ଉମରାନ ମଲ୍ଲିକ, ଅର୍ଶଦୀପ ସିଂ