ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଭାରତ! ଫେରିଲେ ବୁମ୍ରା ଓ ହର୍ଷଲ, ଦଳରୁ ବାହାରିଲେ ଏହି ବଡ଼ ଖେଳାଳୀ, ଦେଖନ୍ତୁ ପୂରା ଦଳ

 
T20 squad

ଆସନ୍ତା ମାସରେ ଅଷ୍ଟ୍ରେଲିଆ ଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କରିଛି ଭାରତ। ବିସିସିଆଇ ତରଫରୁ ଏକ ୧୫ ଜଣିଆ ଦଳ ଘୋଷଣା କରାଯାଇଛି। ଏଥିନେଇ ଟ୍ୱିଟ ଯୋଗେ ଜଣାଇଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ଼। ରୋହିତ ଶର୍ମାଙ୍କୁ ଅଧିନାୟକ ଏବଂ କେଏଲ ରାହୁଲଙ୍କୁ ଉପଅଧିନାୟକ ଭାବରେ ଦଳରେ ସାମିଲ କରାଯାଇଛି।

Rohit sharma

ସବୁଠାରୁ ବଡ଼ କଥା ହେଉଛି ଗତ ଏସିଆ କପ ସମୟରେ ଆଣ୍ଠୁରେ ଆଘାତ ପାଇଥିବା ରବୀନ୍ଦ୍ର ଜାଡେଜାଙ୍କୁ ଏହି ଦଳରେ ସାମିଲ କରାଯାଇନାହିଁ ତାଙ୍କ ସ୍ଥାନରେ ଅକ୍ଷର ପଟେଲଙ୍କୁ ଦଳରେ ସାମିଲ କରାଯାଇଛି। ତେବେ, ଯଶପ୍ରୀତ ବୁମ୍ରା ଏବଂ ହର୍ଷଲ ପଟେଲ ପୁଣିଥରେ ଭାରତୀୟ ଦଳକୁ ଫେରିବାରେ ସଫଳ ହୋଇଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ଏସିଆ କପରେ ଭଲ ବୋଲିଂ ପ୍ରଦର୍ଶନ କରିଥିବା ଅର୍ଶଦିପ ସିଂ, ୱିକେଟ କିପର ଭାବରେ ଉଭୟ ଦିନେଶ କାର୍ତ୍ତିକ ଏବଂ ଋଷବ ପନ୍ତଙ୍କୁ ଦଳରେ ସୁଯୋଗ ମିଳିଛି। ତେବେ, ୧୫ ଜଣିଆ ଦଳ ବ୍ୟତୀତ ୪ ଜଣିଆ ଷ୍ଟାଣ୍ଡବାଇ ପ୍ଲେୟାରଙ୍କୁ ମଧ୍ୟ ଦଳରେ ନିଆଯାଇଛି। ସେମାନଙ୍କ ମଧ୍ୟରେ ମହମ୍ମଦ ସାମି, ଶ୍ରେୟସ ଆୟର, ଦୀପକ ଚହର ଏବଂ ରବି ବିସ୍ନୋଇ ସାମିଲ ଅଛନ୍ତି।