ମ୍ୟାଚ ପରେ ସୂର୍ଯ୍ୟକୁମାର ଯାଦବଙ୍କ ଆଗରେ ମୁଣ୍ଡ ନୂଆଇଁଲେ ବିରାଟ କୋହଲି, SKY କହିଲେ, ବିରାଟ କୋହଲି ଜଣେ...

 
Virat sky

ବର୍ତ୍ତମାନ ୟୁଏଇ ଠାରେ ଚାଲିଥିବା ଏସିଆ କପର ବ୍ୟକ୍ତିଗତ ଦ୍ୱିତୀୟ ମ୍ୟାଚରେ ଭାରତ ହଂକଂକୁ ଭେଟିଥିଲା। ଏହି ମ୍ୟାଚରେ ଭାରତ ୪୦ ରନରେ ଏକ ସହଜ ବିଜୟ ହାସଲ କରିଥିବା ବେଳେ ବିରାଟ କୋହଲି ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟିଂ ଚର୍ଚ୍ଚାର ବିଷୟ ପାଲଟିଥିଲା। ଦୀର୍ଘଦିନ ପରେ ବିରାଟ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ସୂର୍ଯ୍ୟକୁମାର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ।

Virat and sky

ତେବେ, ସୂର୍ଯ୍ୟକୁମାରଙ୍କ ମାତ୍ର ୨୬ ବଲରେ ୬୮ ରନର ଏହି ବିସ୍ଫୋରକ ଇନିଂସ ଏତେ ଚମତ୍କାର ରହିଥିଲା ଯେ ଖୋଦ ବିରାଟ କୋହଲି ମୁଣ୍ଡ ନୂଆଁଇ ଏହାକୁ ସମ୍ମାନ ଦେଇଥିଲେ। ବିରାଟଙ୍କର ଏଭଳି ଗେସ୍ଚର୍ କୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଏହା ତାଙ୍କ ହୃଦୟକୁ ଛୁଇଁ ଯାଇଥିବା ସୂର୍ଯ୍ୟକୁମାର କହିଛନ୍ତି। ବିରାଟଙ୍କ ପରି ଜଣେ ଅନୁଭବୀ ଖେଳାଳିଙ୍କ ସହିତ ବ୍ୟାଟିଂ କରିବାକୁ ତାଙ୍କୁ ବହୁତ ମଜା ଆସିଥିଲା ବୋଲି ସେ କହିଛନ୍ତି।

ନିଜ ଇନିଂସ ବିଷୟରେ ସୂର୍ଯ୍ୟକୁମାର କହିଛନ୍ତି ଯେ,"ପ୍ରଥମରୁ ୱିକେଟ୍ ସାମାନ୍ୟ ସ୍ଲୋ ରହିଥିଲା। ତେଣୁ, ବଡ଼ ସ୍କୋରରେ ପହଞ୍ଚିବା ପାଇଁ ୧୩ ଓଭର ପରଠାରୁ ମୁଁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲି"। ବିରାଟ ଭାଇ ମଧ୍ୟ ମୋତେ ନିଜ ସ୍ୱାଭାବିକ ଖେଳ ଖେଳିବାକୁ କହିଥିଲେ ବୋଲି ସୂର୍ଯ୍ୟକୁମାର କହିଛନ୍ତି। ବିରାଟଙ୍କ ସହିତ ହୋଇଥିବା ଏହି ପାର୍ଟନରସିପ୍ କୁ ସେ ବହୁତ ଉପଭୋଗ କରିଥିବା ଜଣାଇଛନ୍ତି।