ପଡିଆରେ ଝଗଡ଼ା ଓ ପାକିସ୍ତାନ ଦର୍ଶକଙ୍କୁ ଆକ୍ରମଣ ଘଟଣାକୁ ନେଇ ଚେତାବନୀ ଦେଲେ ଶୋଏବ ଅଖତର, କହିଲେ ଆମ ପାକିସ୍ତାନ...

 
Pakistan

ପାକିସ୍ତାନ ଦଳର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର ତାଙ୍କର କଥା କହିବାର ଶୈଳୀ ପାଇଁ ବେସ୍ ଜଣାଶୁଣା। କ୍ରିକେଟ୍ ସହ ଜଡିତ ପ୍ରତ୍ୟେକ ପ୍ରସଙ୍ଗରେ ସେ ନିଜର ମତ ରଖିଥାନ୍ତି। ପ୍ରଶଂସକମାନଙ୍କୁ ତାଙ୍କର ଏହି ଶୈଳୀ ବହୁତ ପସନ୍ଦ ଆସିଥାଏ। ତେବେ, ଏହି ସମୟରେ ସୋସିଆଲ ମିଡିଆରେ ତାଙ୍କର ଏକ ଟ୍ୱିଟ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ମ୍ୟାଚ ହାରିବା ପରେ ଆଫଗାନିସ୍ତାନ ଦର୍ଶକ ପାକିସ୍ତାନ ପ୍ରଶଂସକଙ୍କ ସହିତ ଝଗଡ଼ା କରିଥିଲେ ଯାହା ଉପରେ ଶୋଏବ କଡ଼ା ସମାଲୋଚନା କରିଛନ୍ତି।

Fight

 ଏଭଳି ବ୍ୟବହାର ପାଇଁ ଶୋଏବ ଆଫଗାନିସ୍ତାନ ପ୍ରଶଂସକଙ୍କୁ ସମାଲୋଚନା କରିବା ସହିତ ନିଜ ଦଳ ଏବଂ ଫ୍ୟାନ୍ସ ମାନଙ୍କୁ ବ୍ୟବହାର ଶିଖାଇବା ପାଇଁ ଆଫଗାନ ଟି-୨୦ ଲିଗ୍ ପ୍ରତିଷ୍ଠାତା ସଫିକ୍ ଷ୍ଟାନିକଜାଇଙ୍କୁ କହିଛନ୍ତି। ଆଫଗାନିସ୍ତାନ ପ୍ରଶଂସକମାନେ ପୂର୍ବରୁ ଏଭଳି ଅନେକ ଥର କରି ସାରିଥିବା ସେ ଦର୍ଶାଇଛନ୍ତି। କ୍ରିକେଟ ଏକ ଭାବନାର ସହିତ ଖେଳା ଯାଇଥାଏ ଯଦି ଆଫଗାନିସ୍ତାନ ଏଥିରେ ଆଗକୁ ଯିବାକୁ ଚାହୁଁଛି ତେବେ ନିଜ ବ୍ୟବହାର ବଦଳାଇବା ପାଇଁ ଶୋଏବ୍ ଅଖତର କହିଛନ୍ତି।

Tweet

 ଏଠାରେ ଉଲ୍ଲେଖଯୋଗ୍ୟ ଯେ ଚଳିତ ଏସିଆ କପର ଏକ ଅତି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ପାକିସ୍ତାନ ଆଫଗାନିସ୍ତାନକୁ ୧ ୱିକେଟରେ ହରାଇଥିଲା। କଡା ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ମାତ୍ର ୧୨୯ ରନ୍ କରି ପାରିଥିଲା। ୧୩୦ ରନର ପିଛା କରୁଥିବା ପାକିସ୍ତାନ ଲଗାତାର ୱିକେଟ ହରାଇବା ସହିତ ଚିନ୍ତାଜନକ ପରିସ୍ଥିତିରେ ରହିଥିଲା। ଶେଷ ଓଭରରେ ପାକିସ୍ତାନକୁ ୧୧ ରନ୍ ଦରକର ହେଉଥିବା ବେଳେ ନସିମ ଶାହ ପ୍ରଥମ ଦୁଇଟି ବଲରେ ଦୁଇଟି ଛକା ମାରି ମ୍ୟାଚ ଜିତାଇ ଦେଇଥିଲେ।