ବିରାଟଙ୍କ ଖରାପ ଫର୍ମକୁ ନେଇ ମୁହଁ ଖୋଲିଲେ ରୋହିତ ଶର୍ମା, କହୁ କହୁ କହିଦେଲେ ଏମିତି କିଛି

 
Rohit sharma

ରବିବାର ଦିନ ଇଂଲଣ୍ଡ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ଭାରତକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ କୁ ଭାରତ ପୂର୍ବରୁ ହିଁ ଜିତି ସାରିଥିଲେ ହେଁ ​​ସଂଘର୍ଷପୂର୍ଣ୍ଣ ତୃତୀୟ ମ୍ୟାଚ୍ ରେ ଭାରତ ହାରି ଯାଇଥିଲା। ଏହି ମ୍ୟାଚରେ ଭାରତ ଅନେକ ଯୁବ ଖେଳାଳିଙ୍କୁ ମଉକା ଦେଇଥିଲା। କିନ୍ତୁ, ଭେଟେରାନ ବ୍ୟାଟର୍ ବିରାଟ କୋହଲିଙ୍କ ଫର୍ମ ଏବେ ମଧ୍ୟ ଚିନ୍ତାର ବିଷୟ ପାଲଟିଛି।

Rohit virat

ମ୍ୟାଚ୍ ପରେ ସାମ୍ବାଦିକ ସମ୍ମିଳନୀରେ ବିରାଟ କୋହଲିଙ୍କ କ୍ରମାଗତ ଫ୍ଲପ୍ ପ୍ରଦର୍ଶନକୁ ନେଇ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଏକ ବଡ଼ ବିବୃତ୍ତି ଦେଇଛନ୍ତି।  ଦୀର୍ଘ ଦିନ ଧରି ତାଙ୍କ ଫର୍ମ ସହ ସଂଘର୍ଷ କରୁଥିବା ବିରାଟ କୋହଲିଙ୍କୁ ଅନେକ କ୍ରିକେଟ୍ କିମ୍ବଦନ୍ତୀ ଟ୍ରୋଲ କରୁଥିବା ବେଳେ ବର୍ତ୍ତମାନ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ରଖିବା ଉଚିତ ନୁହେଁ ବୋଲି ମତ ଦେଇ ସାରିଛନ୍ତି।

Rohit Sharma

ସାମ୍ବାଦିକ ସମ୍ମିଳନୀରେ ଯେତେବେଳେ ରୋହିତଙ୍କୁ ବିରାଟ କୋହଲିଙ୍କ ବିଷୟରେ ପଚରାଯାଇଥିଲା, ସେତେବେଳେ ଏହାର ଉତ୍ତର ଦେବାକୁ ଯାଇ ସେ କହିଛନ୍ତି ଯେ,“ଦଳରେ କଣ ଚାଲିଛି ତାହା ବାହାରେ ଥିବା ଲୋକଙ୍କୁ ଜଣାନାହିଁ। ଆମେ କଠିନ ପ୍ରକ୍ରିୟା ମାଧ୍ୟମରେ ମୂଲ୍ୟବାନ ଦଳ ଗଠନ କରୁ। ବାହାରେ କଣ ଚାଲିଛି ସେଥିରେ ଆମକୁ କିଛି ଫରକ ପଡ଼ିବ ନାହିଁ। ଦଳ ଭିତରର ଯୋଜନା କ’ଣ, ଏହା ଗୁରୁତ୍ୱପୂର୍ଣ୍ଣ ଅଟେ।”

ଅଧିନାୟକ ରୋହିତ ଶର୍ମା ଆହୁରି ମଧ୍ୟ କହିଛନ୍ତି ଯେ “ଦଳ ବିଷୟରେ ମନ୍ତବ୍ୟ ଦେଉଥିବା ବିଶେଷଜ୍ଞ କିଏ ଆମେ ଜାଣିନାହୁଁ। ଆମେ ଖେଳାଳିଙ୍କ ଟ୍ୟାଲେଣ୍ଟ ଦେଖି ସେମାନଙ୍କୁ ଚୟନ କରିଥାଉ। ଯଦି କେହି ଏକ ଦଶନ୍ଧି ଧରି ଭଲ ଖେଳି ଆସିଛନ୍ତି, ଆମେ କେବଳ କିଛି ବର୍ଷ କିମ୍ବା କିଛି ସିରିଜର ଖରାପ ପ୍ରଦର୍ଶନ ଆଧାରରେ ତାଙ୍କୁ ଅଣଦେଖା କରି ପାରିବାନାହିଁ।