ରନ୍ ପାଇଁ ସଂଘର୍ଷ କରୁଛନ୍ତି ବିରାଟ କୋହଲି! ପୂର୍ବତନ ଅଧିନାୟକ କୋହଲିଙ୍କୁ ରବି ଶାସ୍ତ୍ରୀ କହିଲେ, କେବେ ତମେ...

 
Virat kohli

ଭାରତୀୟ ଦଳର ପ୍ରମୁଖ ବ୍ୟାଟର୍ ତଥା ରନ୍ ମେସିନ୍ କୁହାଯାଉଥିବା ବିରାଟ କୋହଲି ଏବେ ବ୍ୟାଟ ସହିତ ଖରାପ ଫର୍ମ ଦେଇ ଗତି କରୁଛନ୍ତି। ବିରାଟଙ୍କ ବ୍ୟାଟରୁ ସବୁବେଳେ ଭଲ ଇନିଂସ ଏବଂ ରନ୍ ଦେଖି ଆସିଥିବା ତାଙ୍କ ଫ୍ୟାନ୍ସମାନେ ଏହାକୁ ସହଜରେ ହଜ଼ମ କରି ପାରୁନାହାଁନ୍ତି। ଏପରିକି ଏଥିପାଇଁ ଅନେକ ପୂର୍ବତନ କ୍ରିକେଟର ଏବଂ କ୍ରିକେଟ ପଣ୍ଡିତମାନେ ତାଙ୍କୁ ସମାଲୋଚନା କରିବା ଆରମ୍ଭ କରି ସାରିଲେଣି।

Virat

ଗତ ୨୦୧୯ ବିଶ୍ୱକପ ପରଠାରୁ ବିରାଟଙ୍କ ବ୍ୟାଟରୁ କୌଣସି ଶତକ ଆସିନାହିଁ। ଏପରିକି ଚଳିତବର୍ଷ ଆଇପିଏଲରେ ମଧ୍ୟ ବିରାଟଙ୍କ ଫର୍ମ ସେପରି ଖାସ୍ ରହିନାହିଁ। ସେ ଚଳିତ ସିଜିନରେ ଗତ ୮ଟି ମ୍ୟାଚରେ ମାତ୍ର ୨ ଥର ୪୦+ ସ୍କୋର କରିଥିବା ବେଳେ ଦୁଇ ଦୁଇ ଥର ଗୋଲ୍ଡେନ ଡକ୍ ଅର୍ଥାତ ପ୍ରଥମ ବଲରେ ଶୂନ କରି ଆଉଟ ହୋଇସାରିଲେଣି। ଏହାରି ଭିତରେ ଭାରତର ପୂର୍ବତନ ଖେଳାଳି ତଥା କୋଚ୍ ରବି ଶାସ୍ତ୍ରୀଙ୍କର ବଡ଼ ମନ୍ତବ୍ୟ ସାମ୍ନାକୁ ଆସିଛି।

Ravi sastri on virat

ଏବେ ଖରାପ ଫର୍ମ ଦେଇ ଗତି କରୁଥିବାରୁ ବିରାଟ କିଛି ଦିନ ପାଇଁ ବ୍ରେକ୍ ନେବା ଆବଶ୍ୟକ ବୋଲି ଶାସ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଯେ,"କିଛି ସମୟ ଏଭଳି ଆସେ ଯେତେବେଳେ କି ନିଜ ପାଇଁ ନିର୍ଦ୍ଧିଷ୍ଟ ସୀମା ନିର୍ଦ୍ଧାରଣ କରିବାକୁ ପଡିଥାଏ। ଭାରତ କେବଳ ଆଇପିଏଲ ମ୍ୟାଚ୍‌ ଖେଳେନି। ତେଣୁ କୋହଲିଙ୍କୁ ଅନ୍ତର୍ଜାତୀୟ କ୍ୟାରିୟର ଆଗକୁ ବଢାଇବାକୁ ହେଲେ କିଛି ଆଇପିଏଲରୁ ବ୍ରେକ୍‌ ନେବାକୁ ହେବ"। ଏଥିସହିତ ଆଗାମୀ ସମୟରେ ବିରାଟ ପୁଣିଥରେ ଭଲ ପ୍ରଦର୍ଶନ କରିବେ ଏବଂ ଲମ୍ବା ସମୟ ଧରି କ୍ରିକେଟ ଖେଳିପାରିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।

From around the web