ଭାରତୀୟ ଦଳକୁ ବଡ଼ ଝଟକା! ଏହି କାରଣରୁ ଏସିଆ କପରୁ ବାହାରିଲେ ରବୀନ୍ଦ୍ର ଜାଡେଜା, ସାମିଲ ହେଲେ ଏହି ଖେଳାଳି….

 
Rabindra jadeja

ପାକିସ୍ତାନ ଏବଂ ହଂକଂ ବିପକ୍ଷରେ ପ୍ରଥମ ଦୁଇଟି ଲିଗ୍ ମ୍ୟାଚ ଜିତିବା ପରେ ଚଳିତ ଏସିଆ କପ୍ ପ୍ରତିଯୋଗିତାର ସୁପର ଫୋର୍ ମଧ୍ୟକୁ ପ୍ରବେଶ କରିଛି ଭାରତୀୟ ଦଳ। ଆଗାମୀ ରବିବାର ଭାରତ ପାକିସ୍ତାନ ବିପକ୍ଷରେ ମ୍ୟାଚ ଖେଳିବାର ଯଥେଷ୍ଟ ସମ୍ଭାବନା ରହିଥିବା ବେଳେ ଆଘାତ ଜନିତ ସମସ୍ୟାକୁ ନେଇ ଦଳକୁ ବଡ଼ ଝଟକା ଲାଗିଛି। ଭାରତର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଆଘାତ ଜନିତ ସମସ୍ୟା ହେତୁ ଏସିଆ କପରୁ ବାଦ୍ ପଡ଼ିଛନ୍ତି।

Rabindra jadeja

ଆଣ୍ଠୁରେ ଆଘାତ ଜନିତ ସମସ୍ୟା ପାଇଁ ଜାଡେଜା ପୁରା ପ୍ରତିଯୋଗିତାରୁ ବାଦ୍ ପଡିଥିବା ଜଣାପଡ଼ିଛି। ବିସିସିଆଇ ତରଫରୁ ଏଥିନେଇ ଏକ ଟ୍ୱିଟ କରାଯାଇ ସୂଚନା ଦିଆଯାଇଛି। ରବୀନ୍ଦ୍ର ଜାଡେଜାଙ୍କ ସ୍ଥାନରେ ଅଲରାଉଣ୍ଡର ଅକ୍ଷର ପଟେଲଙ୍କୁ ଦଳରେ ସାମିଲ କରାଯାଇଛି। ଅକ୍ଷର ପଟେଲ ଖୁବଶୀଘ୍ର ୟୁଏଇ ପହଞ୍ଚି ଦଳ ସହିତ ଯୋଗ ଦେବେ ବୋଲି ସୂଚନା ମିଳିଛି।


ଏଠାରେ ଉଲ୍ଲେଖଯୋଗ୍ୟ ଯେ ପାକିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚରେ ଜାଡେଜା ୨୯ ବଲରୁ ୩୫ ରନର ଏକ ମ୍ୟାଚ୍‌ ବିଜୟୀ ଇନିଂସ ଖେଳିଥିଲେ। ହଂକଂ ବିପକ୍ଷରେ ମଧ୍ୟ ସେ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ। ଅନ୍ୟପକ୍ଷରେ ଅକ୍ଷର ପଟେଲ ୱେଷ୍ଟଇଣ୍ଡିଜ ଗସ୍ତରେ ଚମତ୍କାର ପ୍ରଦର୍ଶନ କରିଥିଲେ। ଜାଡେଜାଙ୍କ ପରି ସେ ମଧ୍ୟ ଜଣେ ବମହାତୀ ସ୍ପିନ ଅଲରାଉଣ୍ଡର୍ ହୋଇଥିବାରୁ ତାଙ୍କୁ ଦଳରେ ସାମିଲ କରାଯାଇଛି।