ଟିମ୍ ଇଣ୍ଡିଆ ପାଇଁ ଗଠନ ହେବ ନୂଆ ସିଲେକ୍ସନ୍ କମିଟି! ଏହି ପୂର୍ବତନ ଖେଳାଳୀ ହେବେ ନୂଆ, ଜାଣନ୍ତୁ, କଣ ରହିଛି ଚୟନକର୍ତ୍ତା ହେବାର ମାନଦଣ୍ଡ…..

 
Chief selector

ଚଳିତବର୍ଷ ହୋଇଥିବା ଟି-୨୦ ବିଶ୍ୱକପର ସେମିଫାଇନାଲରେ ଟିମ୍ ଇଣ୍ଡିଆର ନୈରାଶ୍ୟଜନକ ପ୍ରଦର୍ଶନ ପରେ ବିସିସିଆଇ ଚିଫ୍ ସିଲେକ୍ଟର୍ ଚେତନ ଶର୍ମାଙ୍କ ସମେତ ପୁରା ସିଲେକ୍ସନ୍ କମିଟିକୁ ହଟାଇ ଦେଇଛି। ଭାରତୀୟ ଦଳକୁ ଏକ ନୂଆ ଚେହେରା ଦେବାପାଇଁ ବିସିସିଆଇ ଅନେକ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି। ତେବେ, ଏହାରି ଭିତରେ ନୂଆ ସିଲେକ୍ସନ କମିଟି ଗଠନ କରିବାକୁ ଲାଗିପଡିଛି ବିସିସିଆଇ।

Chetan sharma

ଏହାରି ଭିତରେ ଅନେକ ଅବସରପ୍ରାପ୍ତ କ୍ରିକେଟରଙ୍କ ନାମ ସାମ୍ନାକୁ ଆସୁଛି। ଏମାନଙ୍କ ମଧ୍ୟରେ ପୂର୍ବତନ ଭାରତୀୟ ପେସ୍ ବୋଲର ଅଜିତ୍ ଅଗରକରଙ୍କ ନାମ ମଧ୍ୟ ସାମ୍ନାକୁ ଆସୁଛି। ତାଙ୍କ ବ୍ୟତୀତ ନୟନ ମୋଙ୍ଗିଆ, ଲକ୍ଷଣ ଶିବରାମାକୃଷ୍ଣନନ୍ ଓ ସଲିଲ୍ ଅଙ୍କୋଲା ମଧ୍ୟ ଏହି ପଦ ପାଇଁ ଆବେଦନ କରି ପାରନ୍ତି ବୋଲି ଶୁଣିବାକୁ ମିଳୁଛି।

Ajit agarkar

ଭାରତୀୟ ସିନିୟର ଦଳର ସିଲେକ୍ଟର ହେବାକୁ ହେଲେ ଜଣେ ଖେଳାଳି ୫ ବର୍ଷ ପୂର୍ବରୁ ଅବସର ନେଇଥିବା ଜରୁରୀ ଅଟେ। ଏହା ବ୍ୟତୀତ ସେ ଅତିକମରେ ୭ଟି ଟେଷ୍ଟ ମ୍ୟାଚ, ୧୦ଟି ODI କିମ୍ବା ୨୦ଟି ଲିଷ୍ଟ-ଏ ମ୍ୟାଚ, ୩୦ଟି ଫାଷ୍ଟକ୍ଲାସ୍ ମ୍ୟାଚ ଖେଳିଥିବା ଜରୁରୀ ଅଟେ। ବିସିସିଆଇ ଆଗାମୀ ୫ ବର୍ଷ ବ୍ୟବଧାନ ପାଇଁ ଏହି ସିଲେକ୍ସନ କମିଟି ପ୍ରସ୍ତୁତ କରୁଥିବା ଜଣାପଡ଼ିଛି।