IPL ଇତିହାସରେ ଲଜ୍ଜା ଜନକ ରେକର୍ଡ କଲା ମୁମ୍ବାଇ ଇଣ୍ଡିଆନ୍ସ, ଏମିତି କରିବାରେ ହେଲା ପ୍ରଥମ ଦଳ

 
MI

ଥରେ ଦୁଇଥର ନୁହେଁ ପାଞ୍ଚ ପାଞ୍ଚ ଥର ଆଇପିଏଲ୍ ଟାଇଟେଲ ଜିତି ରେକର୍ଡ଼ ସ୍ଥାପନ କରିଥିଲା ମୁମ୍ବାଇ ଇଣ୍ଡିଆନ୍ସ। କିନ୍ତୁ, ଚଳିତବର୍ଷ ଆଇପିଏଲରେ ଅସାନୁସାରେ ପ୍ରଦର୍ଶନ କରିପାରିନାହିଁ ଏହି ଦଳ। ଷ୍ଟାର ଖେଳାଳି ମାନଙ୍କ ଦ୍ୱାରା ଖଜିତ ଏହି ଟିମ ଚଳିତବର୍ଷ ପ୍ଲେଅଫରେ ପହଞ୍ଚିବା କଷ୍ଟକର ମନେ ହେଉଛି। ଆଇପିଏଲ ଇତିହାସରେ ମୁମ୍ବାଇ ପ୍ରଥମ ଦଳ ଭାବରେ ଲଗାତାର ୬ଟି ମ୍ୟାଚରେ ପରାଜୟ ବରଣ କରିଛି।

MI

ଶନିବାର ଶନିବାର ମୁମ୍ବାଇର ବ୍ରାବୋର୍ନ୍ ଠାରେ ଖେଳା ଯାଇଥିବା ଆଇପିଏଲର ୨୬ ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଠାରୁ ହାରି ସଙ୍କଟରେ ପଡିଛି। ଗତକାଲି ମ୍ୟାଚ ହାରିବା ପରେ ଅଧିନାୟକ ରୋହିତ ଶର୍ମା ନିରାଶ ଥିବା ତାଙ୍କ ଚେହେରାରୁ ସ୍ପଷ୍ଟ ଦେଖିବାକୁ ମିଳିଥିଲା। ଗତକାଲି ଟସ୍ ଜିତି ମୁମ୍ବାଇ ପ୍ରଥମେ ଫିଲଡିଂ କରିବାକୁ ନିଷ୍ପତ୍ତି ନେଇଥିଲା।

6th loss

ଲକ୍ଷ୍ନୌ ଦଳ ବ୍ୟାଟିଂ ଆମନ୍ତ୍ରଣ ପାଇ କେଏଲ୍ ରାହୁଲଙ୍କ ଅପରାଜିତ ଶତକ ବଳରେ ୧୯୯ ରନ୍ କରିପାରିଥିଲା। ଏହାକୁ ପିଛା କରି ମୁମ୍ବାଇ ଦଳ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। କାଇରନ୍ ପୋଲର୍ଡ଼ ଶେଷ ପର୍ଯ୍ୟନ୍ତ ଲଢୁଆ ବ୍ୟାଟିଂ କରିଥିଲେ ହେଁ ମୁମ୍ବାଇ ମାତ୍ର ୧୮୧ ରନ୍ କରିପାରିଥିଲା। ଲକ୍ଷ୍ନୌ ଦଳ ପକ୍ଷରୁ ଆଭେସ୍ ଖାଁ ୩୦ ରନ୍ ଦେଇ ତିନୋଟି ୱିକେଟ ନେଇଥିଲେ।

From around the web