ଭାରତୀୟ ଦଳକୁ ଫେରିବେ ଧୋନୀ! ମିଳିପାରେ ଏହି ବଡ଼ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ….

 
Dhoni

ଟି-୨୦ ବିଶ୍ୱକପର ସେମିଫାଇନାଲରେ ନୈରାଶ୍ୟଜନକ ପ୍ରଦର୍ଶନ କରି ଭାରତ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛି। ଗତ ଏକ ଦଶନ୍ଧି ଧରି ଟିମ୍ ଇଣ୍ଡିଆ କୌଣସି ଆଇସିସି ଟ୍ରଫି ହାତେଇ ପାରିନଥିବା ବେଳେ ଏହା ଭାରତୀୟ କ୍ରିକେଟ ପ୍ରେମୀଙ୍କୁ ଦୁଃଖ ଦେଉଛି। ତେବେ, ଏହି ପରିପ୍ରେକ୍ଷୀରେ ବିସିସିଆଇ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଯାଉଥିବା ଶୁଣିବାକୁ ମିଳୁଛି।

Dhoni

ସବୁଠାରୁ ବଡ଼ କଥା ହେଉଛି ଭାରତର ସଫଳତମ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ଦଳ ସହିତ ଏକ ସ୍ଥାୟୀ ଏବଂ ବଡ଼ ଦାୟିତ୍ୱ ଦେବାକୁ ବିସିସିଆଇ ଯୋଜନା କରୁଥିବା ଶୁଣିବାକୁ ମିଳୁଛି। ଧଳା ବଲ କ୍ରିକେଟ୍ ତଥା ଖାସ୍ କରି ଧୋନୀଙ୍କୁ ଟି-୨୦ ଫର୍ମାଟରେ ଦଳର ସ୍ଥାୟୀ କୋଚ୍ ଭାବରେ ନିଯୁକ୍ତି ଦିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି।

Dhoni

ଏହି ରିପୋର୍ଟ ଅନୁଯାଇ ୨୦୨୩ ଆଇପିଏଲ୍ ଧୋନୀଙ୍କର ଶେଷ ଆଇପିଏଲ୍ ସିଜନ୍ ସାବ୍ୟସ୍ତ ହୋଇପାରେ। ଏହାପରେ ତାଙ୍କର ଅଭିଜ୍ଞତା ଏବଂ କୌଶଳର ସଠିକ୍ ଉପଯୋଗ କରିବା ପାଇଁ ବିସିସିଆଇ ତାଙ୍କୁ କିଛି ଦାୟିତ୍ୱ ଦେଇପାରେ। ତେବେ, ଏଥିନେଇ ଏବେ ଯାଏଁ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ ବରଂ ଚଳିତ ମାସ ଶେଷ ସୁଦ୍ଧା ହେବାକୁ ଥିବା ବିସିସିଆଇ ଆପେକ୍ସ ପରିଷଦ ବୈଠକରେ ଏଥିନେଇ ଆଲୋଚନା ହେବ ବୋଲି ଜଣାପଡିଛି।