ବଡ଼ ଖବର: CSK ଦଳର ଅଧିନାୟକ ପଦ ଛାଡ଼ିଲେ ଜାଡେଜା, ପୁଣିଥରେ ଅଧିନାୟକ ଭାବରେ ଓଲ୍ହାଇବେ ଧୋନି, ଜାଣନ୍ତୁ ପୂରା ଖବର

 
Dhoni

ଚଳିତବର୍ଷ ଆଇପିଏଲରେ ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରିଛି ଚେନ୍ନାଇ ସୁପର କିଂଗ୍ସ। ଏହାରି ଭିତରେ ଦଳରୁ ଏକ ବଡ଼ ପରିବର୍ତ୍ତନର ଖବର ଶୁଣିବାକୁ ମିଳିଛି। ପ୍ରକୃତରେ ଚଳିତ ବର୍ଷ ସିଏସକେ ଦଳର ଅଧିନାୟକ ଥିବା ରବୀନ୍ଦ୍ର ଜାଡେଜା ପ୍ରତିଯୋଗିତା ମଝିରୁ ନିଜ ପଦ ଛାଡ଼ି ଦେଇଛନ୍ତି। ତେଣୁ, ଦଳ ପୁଣି ଥରେ ଏମଏସ୍ ଧୋନିଙ୍କୁ ଅଧିନାୟକ ଭାର ସମର୍ପି ଦେଇଛି।

Dhoni

ଦଳର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଜାଡେଜା ପଦ ଛାଡ଼ିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା। ତେବେ, ଆଜି ସନ୍ଧ୍ୟା ସମୟରେ ସିଏସକେ ଦଳର ପକ୍ଷରୁ ବିଧିବଦ୍ଧ ଭାବରେ ଏହି ଘୋଷଣା କରାଯାଇଛି। ଜାଡେଜା ଜଣେ ଖେଳାଳି ଭାବରେ ନିଜ ପ୍ରଦର୍ଶନ ଉପରେ ଅଧିକ ଧ୍ୟାନ ଦେବାପାଇଁ ଏଭଳି ନିଷ୍ପତ୍ତି ନେଇଥିବା ଦଳ ପକ୍ଷରୁ କୁହାଯାଇଛି।

ଜାଡେଜା ଅଧିନାୟକ ପଦ ଛାଡ଼ିବା ପରେ ପୁଣିଥରେ ଅଧିନାୟକ ହେବାପାଇଁ ଧୋନିଙ୍କୁ ଅନୁରୋଧ କରାଯାଇଥିଲା। ଦଳର ହିତକୁ ଦୃଷ୍ଟିରେ ରଖି ଧୋନି ଏହାକୁ ରକ୍ଷା କରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ପ୍ରତିଯୋଗିତା ଆରମ୍ଭ ହେବାର କିଛି ଦିନ ପୂର୍ବରୁ ଜାଡେଜାଙ୍କୁ ନୂଆ ଅଧିନାୟକ ଭାବରେ ଘୋଷଣା କରାଯାଇଥିଲା। କିନ୍ତୁ, ତାଙ୍କ ଅଧିନାୟକତ୍ୱରେ ଦଳ ଭଲ ପ୍ରଦର୍ଶନ କରି ପାରିନଥିଲା। ସିଏସକେ ଏପର୍ଯ୍ୟନ୍ତ ୮ଟି ମ୍ୟାଚ ଖେଳିଥିବା ବେଳେ ସେଥିରୁ ମାତ୍ର ୨ଟିରେ ବିଜୟ ଲାଭ କରିଛି।