ଭାରତୀୟ ଦଳ ବିରୁଦ୍ଧରେ ପାକିସ୍ତାନୀ ଖେଳାଳିଙ୍କ ବିବାଦୀୟ ବୟାନ, କହିଲେ ଟଙ୍କା ପାଇଁ ଟିମ୍ ଇଣ୍ଡିଆ...

 
Cricket

ବର୍ତ୍ତମାନ ସମୟରେ ଭାରତୀୟ କ୍ରିକେଟ ଦଳ ସଫଳତମ କ୍ରିକେଟ ଦଳ ଗୁଡିକ ମଧ୍ୟରେ ଅନ୍ୟତମ। ଏହା ବ୍ୟତୀତ ବିସିସିଆଇ ସବୁଠାରୁ ଧନୀ କ୍ରିକେଟ ବୋର୍ଡ ଅଟେ। ଭାରତ ଭଳି ଶକ୍ତିଶାଳୀ ଦେଶ ବିପକ୍ଷରେ କ୍ରିକେଟ ଖେଳିବା ପାଇଁ ପ୍ରାୟ ସମସ୍ତ ଦେଶ ପସନ୍ଦ କରିଥାନ୍ତି। କିନ୍ତୁ, ପାକିସ୍ତାନୀମାନେ ଏହାକୁ ସହି ପାରନ୍ତି ନାହିଁ। ବିଭିନ୍ନ ସମୟରେ ପାକିସ୍ତାନୀ କ୍ରିକେଟର ମାନେ ଭାରତ ବିପକ୍ଷରେ ମତ ଦେଇ ଆସିଛନ୍ତି।

Hafeez

ଏହାରି ଭିତରେ ପୂର୍ବତନ ପାକିସ୍ତାନୀ କ୍ରିକେଟର ମହମ୍ମଦ ହଫିଜ ବିସିସିଆଇ ବିରୁଦ୍ଧରେ ମତ ଦେଇ ସମାଲୋଚନାର ଶିକାର ହୋଇଛନ୍ତି। ଭାରତ ନିଜର କ୍ରିକେଟ ଖେଳପାଇଁ ନୁହେଁ ବରଂ ବିସିସିଆଇର ଟଙ୍କା ପାଇଁ ବିଶ୍ୱ କ୍ରିକେଟର ଗେଲ୍ହା ପୁଅ ହୋଇ ରହିଛି ବୋଲି ସେ କହିଛନ୍ତି। ଚଳିତ ଏସିଆ କପ ପାଇଁ ଏକ ଚ୍ୟାନେଲରେ ଏକ୍ସପର୍ଟ ଭାବରେ ଯୋଗ ଦେବା ଅବସରରେ ହଫିଜ୍ ଏଭଳି କହିଛନ୍ତି।


ପାକିସ୍ତାନୀ ଚ୍ୟାନେଲ୍ କୁ ହଫିଜ୍ କହିଛନ୍ତି ଯେ," ମୁଁ ଅଧିକ କିଛି ଜାଣିନି, କିନ୍ତୁ ଏତିକି ଜାଣିଛି ଆମର ଏଠି ଯିଏ ଅଧିକ କମେଇକି ଦିଏ ସେ ସବୁଠାରୁ ଗେହ୍ଲା ହୋଇଥାଏ। ଭାରତ ଅଧିକ ରେଭିନ୍ୟୁ ଦେଇଥାଏ, ତେଣୁ ଏହା ବିଶ୍ୱ କ୍ରିକେଟର ଗେଲ୍ହା ପୁଅ ଅଟେ"। ଉପସ୍ଥିତ ଥିବା ରିପୋର୍ଟର ପୁଣି ପଚାରିଥିଲେ ଯେ ଭାରତ ଗହ୍ଲେ କଣ ପାଇଁ? ଭଲ କ୍ରିକେଟ ଖେଳେ ସେଥିପାଇଁ ନା ଭଲ ରେଭିନ୍ୟୁ ଦିଏ ସେଥିପାଇଁ? ହଫିଜ୍ ଉତ୍ତରରେ ଦ୍ଵିତୀୟ ଅପ୍ସନ୍ ଆଡକୁ ଇଙ୍ଗିତ କରିଥିଲେ। ତେବେ, ଏଭଳି ମନ୍ତବ୍ୟ ପାଇଁ ହଫିଜଙ୍କୁ ଖୁବ ଟ୍ରୋଲ କରାଯାଉଛି।

From around the web