ବିବାହ କରିଲେ ରାହୁଲ ଓ ଆଥିୟା, ହେଲେ‌ କରିବେନି ହନିମୁନ୍, ଜାଣନ୍ତୁ କାହିଁକି ଏପରି ରହିଛି ହନିମୁନ୍ ପ୍ଲାନ୍

 
Kl rahul

ଦୀର୍ଘଦିନ ଧରି ପରସ୍ପରକୁ ଡେଟ୍ କରିବା ପରେ ଶେଷରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଷ୍ଟାର କ୍ରିକେଟର କେ.ଏଲ୍ ରାହୁଲ ଏବଂ ଅଭିନେତ୍ରୀ ଆଥିୟା ଶେଟ୍ଟୀ। ଆଥିୟା ବଲିଉଡ ଷ୍ଟାର୍ ଅଭିନେତା ସୁନୀଲ ସେଟ୍ଟୀଙ୍କ ଝିଅ ହୋଇଥିବା ବେଳେ ବେସ୍ ଧୂମଧାମରେ ଏହି ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଖଣ୍ଡାଲାରେ ଥିବା ସୁନୀଲଙ୍କ ଫାର୍ମହାଉସ୍‌ରେ ଏହି ବିବାହ ଅନୁଷ୍ଠିତ ହୋଇଥିଲା।

Rahul athiya

ସେମାନଙ୍କ ବିବାହ ଉପଲକ୍ଷେ ଦୁଇ ଦୁଇଟି ଗ୍ରାଣ୍ଡ ରିସେପ୍ସନର ପ୍ଲାନ୍ ରହିଥିବା ସୁନୀଲ ଗଣମାଧ୍ୟମକୁ ଜଣାଇଛନ୍ତି। ତେବେ, ଚଳିତବର୍ଷ ଆଇପିଏଲ୍ ଶେଷ ହେବାପରେ ହିଁ ଏହା ଅନୁଷ୍ଠିତ ହେବ ବୋଲି କୁହାଯାଇଛି। ଉଭୟେ ରାହୁଲ ଏବଂ ଅଥିୟା ନିଜ ନିଜ ପ୍ରଫେସନାଲ୍ କାମରେ ବ୍ୟସ୍ତ ରହୁଥିବା ହେତୁ ଏଭଳି ନିଷ୍ପତ୍ତି ନିଆଯାଇଛି। ବିବାହ ସମୟରେ ସୁନୀଲଙ୍କ ଫାର୍ମହାଉସ୍ ନିକଟରେ ଗଣମାଧ୍ୟମ ପ୍ରତିନିଧିଙ୍କ ଭିଡ଼ ଜମିଥିଲା। ସୁନୀଲ ସେଟ୍ଟୀ ନିଜେ ଆସି ଆସି ସେମାନଙ୍କୁ ମିଠା ବାଣ୍ଟିଥିଲେ।

କେବଳ ସେତିକି ନୁହେଁ ବିବାହ ପରେ ଉଭୟେ ତୁରନ୍ତ ହନିମୁନକୁ ମଧ୍ୟ ଯାଇପାରିବେ ନାହିଁ। ସେମାନେ ବୃତ୍ତିଗତ ପ୍ରତିଶ୍ରୁତିକୁ ପୂରା କରିବେ, ପରେ ମେ’ ମାସ ପାଖାପାଖି ହନିମୁନ୍ ଯିବେ ବୋଲି ଜଣାପଡିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଅଷ୍ଟ୍ରେଲିଆ ବିପକ୍ଷ ଆଗାମୀ ଘରୋଇ ଟେଷ୍ଟ ସିରିଜ୍ ପାଇଁ ରାହୁଲ ଭାରତୀୟ ଦଳରେ ସାମିଲ ରହିଛନ୍ତି। ପ୍ରଥମ ଟେଷ୍ଟ୍‌ ମ୍ୟାଚ୍ ନାଗପୁରରେ ୯ ଫେବୃଆରୀରୁ ୧୩ ଫେବୃଆରୀ ମଧ୍ୟରେ ଖେଳାଯିବାର କାର୍ଯ୍ୟକ୍ରମ ରହିଛି।