ଦକ୍ଷିଣ ଆଫ୍ରିକା ବିପକ୍ଷରେ ଜାରି ରହିଛି ଭାରତର ନୈରାଶ୍ୟଜନକ ପ୍ରଦର୍ଶନ! ଏହି ୪ ଜଣ ଖେଳାଳି ପାଇଁ ହାରୁଛି ଭାରତ

 
India loss

ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ କଟକସ୍ଥିତ ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିଲା। ଏଠାରେ ଦକ୍ଷିଣ ଆଫ୍ରିକା ୪ ୱିକେଟରେ ଏହି ମ୍ୟାଚକୁ ଜିତି ନେଇଛି। ଏହି ବିଜୟ ସହିତ ଦକ୍ଷିଣ ଆଫ୍ରିକା ଏହି ସିରିଜରେ ୨-୦ରେ ଅଗ୍ରଣୀ ଲାଭ କରିଛି। ଋଷଭ ପନ୍ତଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ କ୍ରମାଗତ ଦ୍ୱିତୀୟ ପରାଜୟ ହାସଲ କରିଛି। ତେବେ, ଆଜି ଆମେ ଆପଣଙ୍କୁ ସେହି ଖେଳାଳି ମାନଙ୍କ ବିଷୟରେ କହିବୁ, ଯେଉଁମାନେ ଭାରତର ପରାଜୟର ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି।

Ruturaj gaikward

୧.ଋତୁରାଜ ଗାଇକୱାଡ:- ଏହି ତାଲିକାର ପ୍ରଥମ ନାମ ଟିମ୍ ଇଣ୍ଡିଆର ଓପନର୍ ଋତୁରାଜ ଗାଇକୱାଡ, ଯିଏକି କେ.ଏଲ୍ ରାହୁଲଙ୍କ ସ୍ଥାନରେ ଖେଳିବାର ସୁଯୋଗ ପାଇଛନ୍ତି। ଏପର୍ଯ୍ୟନ୍ତ ଖେଳାଯାଇଥିବା ଦୁଇଟି ମ୍ୟାଚ୍‌ରେ ସେ ଦିଆଯାଇଥିବା ସୁଯୋଗ ହତେଇବାରେ ସକ୍ଷମ ହୋଇନାହାଁନ୍ତି। ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ସେ ମାତ୍ର ୧ ରନ୍ କରିବାକୁ ସକ୍ଷମ ହୋଇଥିଲେ। ଗାଇକୱାଡ ପ୍ରଥମ ଟି-୨୦ ରେ ମାତ୍ର ୨୩ ରନ୍ ସ୍କୋର କରି ପାଭିଲିଅନକୁ ଫେରିଥିଲେ।

Chahal

୨.ୟୁଜବେନ୍ଦ୍ର ଚହଲ:- ୟୁଜଭେନ୍ଦ୍ର ଚହଲଙ୍କ ନାମ ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି। ଦ୍ଵିତୀୟ ମ୍ୟାଚରେ ସେ ୪ ଓଭର ବୋଲିଂ କରି ୪୯ ରନ୍ ଖର୍ଚ୍ଚ କରିଥିଲେ। ଏଭଳି ପରିସ୍ଥିତିରେ ତାଙ୍କ ସ୍ଥାନରେ ରବି ବିଷ୍ନୋଇଙ୍କୁ ଚୂଡାନ୍ତ ଏକାଦଶରେ ଖେଳିବାରେ ସୁଯୋଗ ଦିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି।

Axar patel

୩.ଅକ୍ଷର ପଟେଲ:- ଏହି ତାଲିକାରେ ଟିମ୍ ଇଣ୍ଡିଆର ଅଲରାଉଣ୍ଡର ଅକ୍ସର ପଟେଲଙ୍କ ନାମ ରହିଛି। ଗତକାଲି ମ୍ୟାଚରେ ତାଙ୍କୁ ଦୀନେଶ କାର୍ତ୍ତିକଙ୍କ ଉପରେ ବ୍ୟାଟିଂ କରିବାକୁ ପଠାଯାଇଥିଲେ ହେଁ ସେ ମାତ୍ର ୧୦ ରନ୍ କରିବାକୁ ସକ୍ଷମ ହୋଇଥିଲେ। ବୋଲିଂ କରିବା ସମୟରେ ସେ ମାତ୍ର ଗୋଟିଏ ଓଭର ବୋଲିଂ କରି ୧୯ ରନ୍ ଦେଇଥିଲେ। ଜଣେ ଅଲରାଉଣ୍ଡର ଭାବରେ ସେ ଦଳରେ ଫିଟ୍ ହୋଇ ପାରିନାହାଁନ୍ତି।

Rishab pant

୪.ଋଷଭ ପନ୍ତ:- ଏହି ତାଲିକାର ଚତୁର୍ଥ ନାମ ଟିମ୍ ଇଣ୍ଡିଆର ଅଧିନାୟକ ଋଷଭ ପନ୍ତଙ୍କର ଅଟେ। ସେ ନିଜେ ବହୁତ ଖରାପ ବ୍ୟାଟିଂ କରିଥିଲେ।  ତାଙ୍କ ଅଧିନାୟକତ୍ୱରେ ଭାରତ କ୍ରମାଗତ ଦ୍ୱିତୀୟ ମ୍ୟାଚ୍ ହାରିଛି।  ଦ୍ୱିତୀୟ ଟି-୨୦ ମ୍ୟାଚରେ ମଧ୍ୟ ପନ୍ତ ଭଲ ପ୍ରଦର୍ଶନ କରି ପାରିନଥିଲେ। ଦ୍ୱିତୀୟ ଟି-୨୦ ରେ ପନ୍ତ ଦାୟିତ୍ୱହୀନ ଶଟ୍ ଖେଳି ଆଉଟ ହୋଇଥିଲେ।