ନ୍ୟୁଜିଲ୍ୟାଣ୍ଡ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା, କୋହଲି ଓ ରୋହିତ ଦଳରୁ ବାହାରିଲେ, ଦେଖନ୍ତୁ ପୂରା ଦଳ

 
Team India

ବିସିସିଆଇ ପକ୍ଷରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ତିନୋଟି ଦିନିକିଆ ଏବଂ ତିନୋଟି ଟି-୨୦ ମ୍ୟାଚ୍ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଏହି ସିରିଜ୍ ପାଇଁ କେ.ଏଲ୍ ରାହୁଲ ଏବଂ ଅକ୍ଷର ପଟେଲ ଭାରତୀୟ ଦଳର ଅଂଶ ରହିବେ ନାହିଁ। ପାରିବାରିକ କାରଣରୁ ଉଭୟେ ଚୟନ ପ୍ରକ୍ରିୟା ପାଇଁ ଉପଲବ୍ଧ ନଥିଲେ। ସେହିପରି ଭାବରେ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ କେ.ଏସ୍ ଭରତ ଏବଂ ସ୍ପିନର ଶାହାବାଜ ଅହମ୍ମଦଙ୍କୁ ODI ଦଳରେ ସୁଯୋଗ ମିଳିଛି।

Ind vs nz

ଏହା ବ୍ୟତୀତ ପୃଥ୍ବୀ ଶ' ଟି-୨୦ ସିରିଜ ପାଇଁ ଦଳରେ ସୁଯୋଗ ପାଇଛନ୍ତି।  ଶ’ ନିକଟରେ ରଣଜୀ ଟ୍ରଫିରେ ଆସାମ ବିପକ୍ଷରେ ୩୭୫ ରନର ଏକ ବିଶାଳ ଇନିଂସ ଖେଳିଥିଲେ। ସେ ଜୁଲାଇ ୨୦୨୧ ରେ ଭାରତ ପାଇଁ ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ।  କୁଲଦୀପ ଯାଦବ ମଧ୍ୟ ଟି-୨୦ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହା ବ୍ୟତୀତ ଶ୍ରୀଲଙ୍କା ବିପକ୍ଷରେ ଟି-୨୦ ସିରିଜ୍ ଖେଳିଥିବା ବାକି ଦଳ ସମାନ ରହିଛି।

ରୋହିତ ଶର୍ମା, ବିରାଟ କୋହଲିଙ୍କୁ ଟି-୨୦ ସିରିଜ୍ ପାଇଁ ଚୟନ କରାଯାଇନାହିଁ। ସେମାନଙ୍କୁ ବିଶ୍ରାମ ଦିଆଯାଇଛି ନା ଦଳରୁ ବାଦ୍ ଦିଆଯାଇଛି ତାହା ସ୍ପଷ୍ଟ ହୋଇନାହିଁ। ଏହି ସିରିଜରେ ଦଳର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଉପ-ଅଧିନାୟକ ସୁର୍ଯ୍ୟକୁମାର ଯାଦବ ରହିବେ।  ସଞ୍ଜୁ ସାମସନ, ଜସପ୍ରୀତ ବୁମ୍ରା ଏବଂ ରବିନ୍ଦ୍ର ଜାଡେଜା ଆଘାତ ସମସ୍ୟା ପାଇଁ ସିରିଜରୁ ବାଦ୍ ପଡ଼ିଛନ୍ତି। ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ODI ସିରିଜର ତିନୋଟି ମ୍ୟାଚ୍ ୧୮, ୨୧ ଏବଂ ୨୪ ଜାନୁଆରୀରେ ଖେଳାଯିବ। ସେହିପରି ଟି-୨୦ ସିରିଜର ତିନୋଟି ମ୍ୟାଚ ଯଥାକ୍ରମେ ଜାନୁଆରୀ ୨୭, ୨୯ ଏବଂ ଫେବ୍ରୁଆରୀ ୧ ତାରିଖରେ ଖେଳାଯିବ।

ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦୁଇ ଟେଷ୍ଟ ପାଇଁ ଭାରତୀୟ ଦଳ

ରୋହିତ ଶର୍ମା (ଅଧିନାୟକ), କେ ଏଲ ରାହୁଲ (ଉପ-ଅଧିନାୟକ), ଶୁଭମନ୍ ଗିଲ, ଚିତେଶ୍ୱର ପୂଜାରା, ବିରାଟ କୋହଲି, ଶ୍ରେୟାସ ଆୟର, କେ ଏସ ଭରତ, ଇଷାନ କିଷାନ, ଆର ଅଶ୍ୱିନୀ, ଅକ୍ଷର ପଟେଲ, କୁଲଦୀପ ଯାଦବ, ରବୀନ୍ଦ୍ର ଜାଡେଜା, ମହମ୍ମଦ ଶାମି, ମହମ୍ମଦ ସିରାଜ, ଉମେଶ ଯାଦବ, ଜୟଦେବ ଉନାଦକତ, ସୂର୍ୟ୍ୟକୁମାର ଯାଦବ

ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳ

ରୋହିତ ଶର୍ମା (ଅଧିନାୟକ), ଶୁଭମନ୍ ଗିଲ, ଇଶାନ କିଷାନ, ବିରାଟ କୋହଲି, ଶ୍ରେୟାସ ଆୟର, ସୂର୍ୟ୍ୟକୁମାର ଯାଦବ, କେ ଏସ ଭରତ, ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ), ୱାଶିଂଟନ ସୁନ୍ଦର, ଶାହାବାଜ୍ ଅହମ୍ମଦ, ସାର୍ଦ୍ଦୁଲ ଠାକୁର, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ମହମ୍ମଦ ଶାମି, ମହମ୍ମଦ ସିରାଜ, ଉମରାନ୍ ମଲ୍ଲିକ

ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ

ହାର୍ଦ୍ଦିକ ପାଣ୍ଡ୍ୟା(ଅଧିନାୟକ), ସୂର୍ୟ୍ୟକୁମାର ଯାଦବ (ଉପ-ଅଧିନାୟକ), ଇଶାନ କିଷାନ, ଋତୁରାଜ ଗାଏକ୍ୱାଡ, ଶୁଭମନ୍ ଗିଲ, ଦୀପକ ହୁଡ୍ଡା, ରାହୁଲ ତ୍ରିପାଠୀ, ଜିଦେଶ ଶର୍ମା, ୱାଶିଂଟନ୍ ସୁନ୍ଦର, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଅର୍ଶଦୀପ ସିଂହ, ଉମରାନ ମଲ୍ଲିକ, ଶିଭମ ମାଭି, ପୃଥ୍ୱୀ ସ, ମୁକେଶ କୁମାର